www.samajalive.in
Sunday, December 7, 2025
18.1 C
Bhubaneswar

ମନ କିଣେ ଏହି ଟ୍ରେନର ଯାତ୍ରା : ଭଡା ୩.୮୦ ଲକ୍ଷରୁ ୯.୪୨ ଲକ୍ଷ

ଭାରତୀୟ ରେଳସେବାକୁ ଏସିଆର ଏକ ବୃହତ୍ତ ରେଳ ସେବା ବୋଲି କୁହାଯାଏ। ପର୍ଯ୍ୟଟକଙ୍କ ପାଇଁ ଆମ ଦେଶ ରାଜସ୍ୱ ସ୍ମାରକୀ, ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ସହ ଭରି ହୋଇ ରହିଛି। ସେହିଭଳି ଦେଖିବାକୁ ଗଲେ ଏଭଳି ବହୁ ଟ୍ରେନ ରହିଛି ଯେଉଁଠାରେ ଆପଣ ରାଜକୀୟ ସୁଖ ସୁବିଧା, ବିଳାସମୟ ଓ ଦାମୀ ଟ୍ରେନରେ ଯାତ୍ରା କରିବାର ସୁଯୋଗ ପାଇପାରିବେ। ରାଜସ୍ଥାନର ଭ୍ରମଣ କରାଉଥିବା ଏହି ବିଳାସମୟ ଓ ଦାମୀ  ପ୍ୟାଲେସ ଅନ ହୁଇଲସ୍‍ ଟ୍ରେନକୁ ଦୁନିଆର ୨ୟ ଦାମୀ ଟ୍ରେନର ଆଖ୍ୟା ମିଳିଛି। ଜାଣନ୍ତୁ ଏହି ଟ୍ରେନର ବିଶେଷତ୍ୱ ବିଷୟରେ ଯାହା ଦୁନିଆସାରା ଲୋକଙ୍କୁ ମନକୁ କିଣି ନେଇଥାଏ।
ରାଜକୀୟ ସୁବିଧାରେ ଭରପୁର ଥିବା ଏହି ଟ୍ରେନ ସେପ୍ଟେବରରୁ ଏପ୍ରିଲ ମାସ ଯାଏଁ ଚଳାଚଳ ହୋଇଥାଏ। ପ୍ରାୟ ୩୦୦୦ କିଲୋମିଟରର ଯାତ୍ରାର ଏହି ଟ୍ରେନ ଦିଲ୍ଲୀର ଗୋଲାପି ସହର ଜୟପୁର, ମୁମ୍ବଇ ମାଧୋପୁର, ଉଦୟପୁର, ଜୈସେଲମେର, ଯୋଧପୁର, ଭରତପୁର, ଆଗ୍ରା ଦେଇ ପୁଣି ଦିଲ୍ଲୀ ଫେରିଥାଏ।
ଏହି ବିଳାସମୟ ଟ୍ରେନରେ ମିଳୁଥିବା ସୁଖସୁବିଧା କୌଣସି ମହଲରୁ କମ ନୁହେଁ।
ଏହି ଟ୍ରେନରେ ୨ଟି ରେସ୍ତୋରାଁ, ୪ଟି କାର୍ଯ୍ୟକାରୀ କାର, ୨ଟି ସୁପର ଡ଼ିଲକ୍ସ କ୍ୟାବିନ, ୩୯ଡିଲକ୍ସ କ୍ୟାବିନ ୩ଟି ଲେଖାଏଁ ଖଟ, ୨ଟି ଲେଖାଏଁ ଖଟ, ୧ଟି ଲେଖାଏଁ ଖଟ ଥିବା, ୨୪ ଘଣ୍ଟା ଏଟିଏମର ସୁବିଧା, ସ୍ୟାଟେଲାଇଟ ଫୋନ, ସ୍ନାନ ପାଇଁ ଉଭୟ ଗରମ ଓ ଥଣ୍ଡା ପାଣିର ସୁବିଧା ମଧ୍ୟ ଉପଲବ୍ଧ।
ଯଦି ଆପଣ ରାଜକୀୟ ଢଙ୍ଗୀରେ ଜୀବନ ବିତାଇବାକୁ ଇଚ୍ଛା କରନ୍ତି, ତେବେ କିଛି ଦିନ ଏହି ଟ୍ରେନରେ ଯାତ୍ରା କରନ୍ତୁ। ଭାରତୀୟ ରେଳ ବିଭାଗ ଓ ରାଜସ୍ଥାନ ପର୍ଯ୍ୟଟନ ବିଭାଗର ଏହି ଦାମୀ ଟ୍ରେନରେ ନିଶ୍ଚୟ ଯାତ୍ରା କରନ୍ତୁ। ଏହି ଟ୍ରେନରେ ତାପମାତ୍ରା ସର୍ବଦା ୨୫ ଡ଼ିଗ୍ରୀ ସେଲସିୟସ ଏସିର ତାପମାତ୍ରା ରହିଥାଏ। ଟ୍ରେନର ସମସ୍ତ କକ୍ଷରେ ଟିଭି, କଫି ପ୍ରସ୍ତୁତ ମେସିନ, ଇଣ୍ଟରନେଟର ସୁବିଧା ରହିଛି। ସକାଳ ହେବା ମାତ୍ରେ ଖବରକାଗଜ ପ୍ରଥମେ ଆପଣଙ୍କ ନିକଟରେ ପହଞ୍ଚାଇ ଦିଆଯାଇଥାଏ।
ପ୍ୟାଲେସ ଅନ ହୁଇଲସ୍‍ ରେ ଯାତ୍ରା କରିବା ପାଇଁ ଏକ ବିଶେଷ ପ୍ୟାକେଜ ମଧ୍ୟ ରହିଛି। ଏଥିରେ ୮ଦିନ , ୭ ରାତିର ଯାତ୍ରା କରିପାରିବେ। ଏହାର ଧାର୍ଯ୍ୟ ମୂଲ୍ୟ ଅର୍ଥାତ ଭଡ଼ା ୩.୮୦ ଲକ୍ଷରୁ ୯.୪୨ ଲକ୍ଷ ପର୍ଯ୍ୟନ୍ତ ଖର୍ଚ୍ଚ ହୋଇଥାଏ।

 

Hot this week

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

Related Articles

Popular Categories