www.samajalive.in
Monday, December 15, 2025
15.1 C
Bhubaneswar

ୟୁପିରେ ସିପାହୀ ବିଦ୍ରୋହ: ହତ୍ୟା ଅଭିଯୁକ୍ତଙ୍କ ସମର୍ଥନରେ ପିନ୍ଧିଲେ କଳା ବ୍ୟାଚ୍‍

ନୂଆଦିଲ୍ଲୀ: ଉତ୍ତରପ୍ରଦେଶରେ ଜଣେ ହତ୍ୟା ଅଭିଯୁକ୍ତଙ୍କ ସମର୍ଥନରେ ପୁଲିସ ବାହିନୀ ଏକତ୍ରିତ ହୋଇ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ସାମ୍ପ୍ରତିକ ୟୁପିର ପରିସ୍ଥିତିକୁ ଅନୁଧ୍ୟାନ କରି ଗଣମାଧ୍ୟମରେ ପୁଲିସର ଆନ୍ଦୋଳନାତ୍ମକ ପନ୍ଥାକୁ ନେଇ ବାରମ୍ବାର ବରିଷ୍ଠ ଅଧିକାରୀଙ୍କ ପ୍ରତିକ୍ରିୟା ମଗା ଯାଉଥିଲେ ମଧ୍ୟ ଗୁରୁବାର ପର୍ଯ୍ୟନ୍ତ ଏହାକୁ ଖଣ୍ଡନ କରିଚାଲିଥିଲେ ୟୁପିର ବରିଷ୍ଠ ପୁଲିସ ପଦାଧିକାରୀ। ତେବେ ଶୁକ୍ରବାର ୟୁପି ପୁଲିସର ଭିନ୍ନ ରୂପ ଦେଖିବାକୁ ମିଳିଲା। ୟୁପି ପୁଲିସରେ କାର୍ଯ୍ୟରତ କନଷ୍ଟେବଳମାନେ ହାତରେ କଳା ବ୍ୟାଚ ପିନ୍ଧି କାର୍ଯ୍ୟ କରୁଥିବା ଦୃଶ୍ୟ ଯୋଗୀ ସରକାର ଓ ୟୁପି ପୁଲିସକୁ ପୁଣି ଥରେ ବିବାଦୀୟ କରିଦେଇଛି। କନଷ୍ଟେବଳ ସଂଘ ଦ୍ୱାରା ନିଆଯାଇ ଥିବା ନିଷ୍ପତ୍ତି ପରିପ୍ରେକ୍ଷୀରେ ୟୁପି ପୁଲିସର କନଷ୍ଟେବଳ ଏଭଳି ନିଷ୍ପତ୍ତି ନେଇଛନ୍ତି।
ବିଗତ ଦିନରେ ଆପଲ କମ୍ପାନୀର ସେଲ୍ସ ମ୍ୟାନେଜର ବିବେକ ତିୱାରୀଙ୍କୁ ଗୁଳି କରି ଥିବା କନଷ୍ଟେବଳଙ୍କ ସମର୍ଥନରେ ୟୁପି କନଷ୍ଟେବଳ ସଂଘ ଏଭଳି ନିଷ୍ପତ୍ତି ନେଇଛି। ଯୋଗୀ ସରକାର ଯେଉଁ ବାହିନୀ ଉପରେ ଆସ୍ଥା ରଖି ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତିରେ ସୁଧାର ଆଣିବାକୁ ଚାହୁଁଛନ୍ତି ଖୋଦ ସେମାନେ ହିଁ ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି କରୁଥିବା ଅଭିଯୋଗ ହୋଇଛି। ହତ୍ୟାକାଣ୍ଡ ପରି ସମ୍ବେଦନଶୀଳ ଘଟଣା ପରେ ମଧ୍ୟ କନଷ୍ଟେବଳ ସଂଘର ଏଭଳି ଅମାନବୀୟ ପଦକ୍ଷେପ ସେମାନଙ୍କ ମାନସିକତାର ସ୍ତରକୁ ପ୍ରମାଣିତ କରୁଛି। ଯେଉଁ କନଷ୍ଟେବଳ ବିଳମ୍ବିତ ରାତିରେ ଜଣେ ନିରସ୍ତ୍ର ସାଧାରଣ ନାଗରିକଙ୍କୁ ଗୁଳି ମାରି ହତ୍ୟା କରିବା ପରେ ଅଭିଯୁକ୍ତଙ୍କୁ ଆନ୍ଦୋଳନର ନାୟକ କରି ୟୁପି ପୁଲିସ କଳା ବ୍ୟାଚ ପରିଧାନ କରିଛନ୍ତି।
ଶୁକ୍ରବାର ୟୁପି ପୁଲିସ ଖୋଲାଖୋଲି ସର୍ଭିର୍ସ କୋର୍ଡ଼କୁ ଉପେକ୍ଷା କରି ଜଣେ ହତ୍ୟା ଅଭିଯୁକ୍ତଙ୍କ ସମର୍ଥନରେ ଆନ୍ଦୋଳନ କରି ସେମାନଙ୍କ ଆଦର୍ଶ କିଏ ତାହା ପ୍ରମାଣିତ କରି ଦେଇଛନ୍ତି। ଏଭଳି ପରିସ୍ଥିତିରେ ଆଗାମୀ ଦିନରେ ଯୋଗୀ ସରକାର ୟୁପି ନାଗରିକଙ୍କ ପାଇଁ କ’ଣ କରୁଛନ୍ତି ତାହାକୁ ନେଇ ରାଜନୈତିକ ସମୀକ୍ଷକ ଭିନ୍ନଭିନ୍ନ ମତବ୍ୟକ୍ତ କରିଛନ୍ତି। ଗୋଟିଏ ପଟେ କନଷ୍ଟେବଳ ସଂଘ ଏଥି ପାଇଁ ବରିଷ୍ଠ ଅଧିକାରୀଙ୍କୁ ଦାୟୀ କରୁଥିବାବେଳେ ବିଭାଗୀୟ ଆଦର୍ଶ ସର୍ବସମ୍ମୁଖରେ ବଳି ପଡ଼ିଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories