www.samajalive.in
Sunday, December 14, 2025
26.1 C
Bhubaneswar

ଡେନିସ୍‍ ଓ ନାଦିଆଙ୍କୁ ନୋବେଲ୍‍ ଶାନ୍ତି ପୁରସ୍କାର

ଓସଲୋ: ୨୦୧୮ ପାଇଁ ନୋବେଲ ଶାନ୍ତି ପୁରସ୍କାର ଘୋଷିତ ହୋଇଛି। କଙ୍ଗୋର ଡାକ୍ତର ଡେନିସ୍‍ ମୁକୱେଗ ଏବଂ ୱାଜିଦି ଅଭିଯାନର ଉଦ୍ୟୋକ୍ତା ନାଦିଆ ମୁରାଦ୍‍ ଯୁଗ୍ମ ଭାବେ ଚଳିତ ବର୍ଷର ନୋବେଲ୍‍ ଶାନ୍ତି ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି। ବଳାତ୍କାର ହିଂସା ବିରୋଧରେ ସଂଗ୍ରାମ ପାଇଁ ସେମାନଙ୍କୁ ଏହି ସମ୍ମାନଜନକ ପୁରସ୍କାର ମିଳିଛି ବୋଲି ନରୱେ ସ୍ଥିତ ନୋବେଲ ପୁରସ୍କାର କମିଟି ପକ୍ଷରୁ ସୂଚନା ଦିଆଯାଇଛି।
ଡେମୋକ୍ରେଟିକ୍‍ ରିପବ୍ଲିକ୍‍ ଅଫ୍‍ କଙ୍ଗୋରେ ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ ଭାବେ କାର୍ଯ୍ୟରତ ଡେନିସ୍‍ ମୁକୱେଗ୍‍ ବଳାତ୍କାର ପୀଡ଼ିତାଙ୍କୁ ଚିକିତ୍ସା କ୍ଷେତ୍ରରେ ନିଜକୁ ଉତ୍ସର୍ଗ କରିଛନ୍ତି। ସେହିପରି ଇରାକ୍‍ରେ ଦୁର୍ଦ୍ଦାନ୍ତ ଆତଙ୍କବାଦୀ ସଂଗଠନ ଆଇଏସ୍‍ ଦ୍ୱାରା ଯୌନ କ୍ରୀତଦାସୀରୁ ମୁକ୍ତି ପାଇବା ପରେ ମାନବାଧିକାର କ୍ଷେତ୍ରରେ କାର୍ଯ୍ୟରତ ଅଛନ୍ତି ନାଦିଆ ମୁରାଦ। ଇରାକ୍‍ର ୟାଜିଦି ସଂଖ୍ୟାଲଘୁ ସମ୍ପଦ୍ରାୟର ମହିଳା ଓ ଶରଣାର୍ଥୀଙ୍କ ଅଧିକାର ପାଇଁ ମୁରାଦ ସଂଗ୍ରାମ କରି ଆସୁଛନ୍ତି। ଆସନ୍ତା ଡିସେମ୍ବର ୧୦ ତାରିଖରେ ସେମାନଙ୍କୁ ପୁରସ୍କୃତ କରାଯିବ।

Hot this week

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

ନିତିନ ନବୀନ ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି

ନୂଆଦିଲ୍ଲୀ: ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି ଭାବରେ ନିତିନ ନବୀନ ମନୋନୀତ...

କିସ୍‌ ଗସ୍ତ କରିବେ ଓଏସସିପିସିଆର

ସମାଜଲାଇଭ ଡେସ୍କ: କିସ୍‌ ଛାତ୍ର ମୃତ୍ୟୁ ଘଟଣାର ତଦନ୍ତ ପାଇଁ କିସ୍...

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

Related Articles

Popular Categories