www.samajalive.in
Sunday, December 14, 2025
16.1 C
Bhubaneswar

ଫସର ଫାଟିଲା ମମତାଙ୍କ ପୂଜା ଚାନ୍ଦା ଯୋଜନା

ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପୂଜା ଚାନ୍ଦା ଯୋଜନା ଫସର ଫାଟିଛି। କଲକାତା ଉଚ୍ଚ ନ୍ୟାୟାଳୟ ମମତାଙ୍କ ଏଭଳି ଯୋଜନା ଉପରେ ପ୍ରଶ୍ନ ଉତ୍ଥାପନ କରିଛନ୍ତି। କେଉଁ ଯୋଜନା ଓ କେଉଁ ଭିତ୍ତିରେ ମମତା ସରକାର ପୂଜା ପାଇଁ ଏତେ ଟଙ୍କା ରାଜକୋଷରୁ ଖର୍ଚ୍ଚ କରୁଛନ୍ତି ତାର ଜବାବ ମାଗିଛନ୍ତି ହାଇକୋର୍ଟ। ଯଦି ଦୁର୍ଗା ପୂଜାରେ ରାଜ୍ୟ ସରକାର ୨୮କୋଟି ଟଙ୍କା ବ୍ୟୟ ବରାଦ କରିଛନ୍ତି, ତେବେ ଅନ୍ୟାନ୍ୟ ପାର୍ବଣ ପାଇଁ ମମତାଙ୍କ କ’ଣ ରହିଛି ଯୋଜନା ବୋଲି ଉଚ୍ଚ ନ୍ୟାୟାଳୟ ପାଲଟା ପ୍ରଶ୍ନ କରିଛନ୍ତି।
ପଶ୍ଚିମବଙ୍ଗ ସରକାର ୨୮ହଜାର ପୂଜା କମିଟିଙ୍କୁ ୧୦ହଜାର ଟଙ୍କା ଲେଖାଏଁ ପୂଜା ଚାନ୍ଦା ଦେବାକୁ ଘୋଷଣା କରିଥିଲେ। ମମତାଙ୍କ ଏଭଳି ନିଷ୍ପତ୍ତିକୁ ନେଇ ପଶ୍ଚିମବଙ୍ଗର ମୁସଲିମ ସମ୍ପ୍ରଦାୟ ରାଜରାସ୍ତାକୁ ଓହ୍ଲାଇ ଥିଲେ। ମସଜିଦର ଇମାମ କିମ୍ବା ମାଦ୍ରାସାରେ ପାଠ ପଢୁଥିବା ଛାତ୍ରଛାତ୍ରୀଙ୍କ ପଛରେ ମମତା ଏତେ ଟଙ୍କା ଖର୍ଚ୍ଚ କରୁ ନଥିବାବେଳେ ହିନ୍ଦୁମାନଙ୍କ ପୂଜା ପାଇଁ ଏତେ ଟଙ୍କା ଦିଆଯିବ କାହିଁଁକି ବୋଲି ସେମାନେ ପାଲଟା ପ୍ରଶ୍ନ କରିଥିଲେ। ଏହାକୁ ନେଇ ବିବାଦ ତୀବ୍ର ହେବା ସହ ଉଚ୍ଚ ନ୍ୟାୟାଳୟରେ ମାମଲା ରୁଜୁ ହୋଇଥିଲା। ଉଚ୍ଚ ନ୍ୟାୟାଳୟର କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଦେବାଶିଷ କର ଗୁପ୍ତା ଓ ବିଚାରପତି ସମ୍ପା ସରକାରଙ୍କ ଦ୍ୱାରା ଗଠିତ ଖଣ୍ଡପୀଠ ମାମଲାର ବିଚାର କରି ଉପରୋକ୍ତ ରାୟ ଶୁଣାଇଛନ୍ତି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories