www.samajalive.in
Saturday, December 6, 2025
16.1 C
Bhubaneswar

କଷ୍ଟମ ବିଭାଗ ହାଜତରୁ ଖସିଗଲେ ୩୦ ସୁନା ଚୋରା ଚାଲାଣକାରୀ

ଲକ୍ଷ୍ନୌ: ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌରୁ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। କଷ୍ଟମ ବିଭାଗର ହାଜତରୁ ୩୦ ଜଣ ସୁନା ଚୋରା ଚାଲାଣକାରୀ ଫେରାର ହୋଇଯାଇଥିବାର ଖବର ସାମ୍ନାକୁ ଆସିଛି। ଯାହାକୁ ନେଇ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଏହି ଘଟଣାରେ ବିମାନବନ୍ଦରର ସହାୟକ ଆୟୁକ୍ତ ଏ.କେ ସିଂଙ୍କ ସମେତ ୮ଜଣ ଅଧିକାରୀଙ୍କୁ ହଟାଇ ଦିଆଯାଇ ମୁଖ୍ୟାଳୟ ସହିତ ସଂଲଗ୍ନ କରାଯାଇଛି। ଏପ୍ରିଲ ୧ରେ ଶାରଜାହାରୁ ଏକ ବିମାନ ଆସି ଲକ୍ଷ୍ନୌରେ ଅବତରଣ କରିଥିଲା। ଯେଉଁଥିରେ କିଛି ଚୋରାଚାଲାଣକାରୀ ଉପସ୍ଥିତ ଥିଲେ। କଷ୍ଟମ ବିଭାଗ ସେମାନଙ୍କ ନିକଟରୁ ୩ କୋଟି ଟଙ୍କାର ବେଆଇନ ସିଗାରେଟ୍ ଜବତ କରିଥିଲେ। ଆଉ ଯେତେବେଳେ ସୋମାନଙ୍କୁ ଏ ନେଇ ଅଧିକ ପଚରାଉଚରା କରାଯାଇଥିଲା , ସେତେବେଳେ ସେମାନେ ପେଟରେ ସୁନା ଆଣୁଥିବା ଜଣାପଡିଥିଲା। ହଠାତ୍ ଜଣେ ଲୁଟେରାଙ୍କ ଦେହ ଅସୁସ୍ଥ ହେବାକୁ ଲାଗିଥିଲା। ଯାହାର ସୁଯୋଗ ନେଇ ୩୦ ଜଣ ଲୁଟେରା ଖସି ଯିବାରେ ସଫଳ ହୋଇଥିଲେ। ଏହାକୁ ନେଇ କଷ୍ଟମ ବିଭାଗର ସହାୟକ ଆୟୁକ୍ତ ଏକ ମାମଲା ରୁଜ୍ଜୁ କରିଥିଲେ। ଏମାନଙ୍କ ନିକଟରୁ କଷ୍ଟମ ବିଭାଗ ୨୫ ଲକ୍ଷରୁ ଅଧିକ ଟଙ୍କା ଜବତ କରିଥିଲା। ଜବତ ହୋଇଥିବା ସୁନାର ମୂଲ୍ୟ ୩ କୋଟି ୧୨ ଲକ୍ଷ ୬୦ ହଜାର ଟଙ୍କା ହୋଇଥିବା ଅନୁମାନ କରାଯାଉଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories