www.samajalive.in
Sunday, December 14, 2025
19.1 C
Bhubaneswar

ଡ୍ରେନ କାମ ନିମ୍ନମାନର, ଧରାପଡିଲା ଠିକା ସଂସ୍ଥାର ଠକେଇ

ଚୌଦ୍ୱାର : ୫୫ନଂ ଜାତୀୟ ରାଜପଥ ମଙ୍ଗୁଳି ଠାରୁ ଧୁମାବତୀ ପର୍ଯ୍ୟନ୍ତ ରାସ୍ତା ସଂପ୍ରସାରଣ କାର୍ଯ୍ୟ ଜାରୀ ରହିଛି । ୪ବର୍ଷରୁ ଅଧିକ ସମୟ ହେବ ରାସ୍ତା କାମ ଶେଷ ହେଉନଥିବା ବେଳେ ବିଭିନ୍ନ ସମୟରେ ରାସ୍ତା କାମର ମାନକୁ ନେଇ ନିର୍ମାଣ କାରୀ ଠିକା ସଂସ୍ଥା ଚର୍ଚ୍ଚାରେ ରହିଛି । ରସ୍ତାର ଉଭୟ ପାର୍ଶ୍ବରେ ଡ୍ରେନ ନିର୍ମାଣ କାର୍ଯ୍ୟ ମଧ୍ୟ ଚାଲୁ ରହିଥିବା ବେଳେ ଡ୍ରେନ କାର୍ଯ୍ୟ ନିମ୍ନ ମାନର ହେଉଥିବା ସ୍ଥାନୀୟ ବ୍ୟବସାୟୀ ମାନେ ଏନଏଚଆଇ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ । ଫଳରେ ଗୁରୁବାର ଅପରାହ୍ନରେ ଡ୍ରେନ ନିର୍ମାଣ କାର୍ଯ୍ୟ ଚାଲୁଥିବା ବେଳେ ସେଠାରେ ଏନ୍ଏଚ୍ଆଇର ଅଧିକାରୀ ମାନେ ପହଞ୍ଚି କାମର ମାନ ଯାଞ୍ଚ କରିଥିଲେ। ଯାଞ୍ଚ ସମୟରେ ବ୍ୟବହାର ହେବାକୁଥିବା କଂକ୍ରିଟକୁ ଯାଞ୍ଚ କରିବାରେ ଏହାର ମାନ ଖରାପ ଥିବା ଦର୍ଶାଇ ଠିକାଦାରକୁ କାମ ବନ୍ଦ କରିବା ପାଇଁ ତାଗିଦ କରିବା ସହିତ କଂକ୍ରିଟ ବୋଝେଇ ହୋଇ ଆସିଥିବା ଗାଡିକୁ ଫେରାଇ ଦେଇଥିଲେ। ତେବେ ଏଠାରେ ବିଭିନ୍ନ ସ୍ଥାନରେ ଠିକା ସଂସ୍ଥା ଦ୍ୱାରା କାର୍ଯ୍ୟ ହେଉଥିବା ବେଳେ ବିଭାଗୀୟ ଅଧିକାରୀ ଉପସ୍ଥିତ ରହୁନଥିବା ଫଳରେ ଠିକା ସଂସ୍ଥା ଏଭଳି ଠକେଇ କରୁଥିବା ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି । ଏନେଇ ଏନଏଚ୍ଆଇ ବିଭାଗୀୟ ଯନ୍ତ୍ରୀ ଅର୍ପୀତ୍ ମଲ୍ଲଭଙ୍କୁ ପଚାରିବାରେ ଆଗକୁ ଏଭଳି ଯାଞ୍ଚ ଜାରୀ ରହିବା ସହିତ ଠିକା ସଂସ୍ଥା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଥିଲେ।

Hot this week

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

Related Articles

Popular Categories