www.samajalive.in
Tuesday, December 9, 2025
16.1 C
Bhubaneswar

ସମସ୍ତ ଦୁଃଖରୁ ମୁକ୍ତି ପାଇଁ ପ୍ରଭୁ ହନୁମାନଙ୍କୁ ସିନ୍ଦୂର ଅର୍ପଣ କରନ୍ତୁ

ମଙ୍ଗଳବାର ସନ୍ଧ୍ୟା ସମୟରେ ପ୍ରଭୁ ହନୁମାନଙ୍କୁ ଗୋଲାପ ଫୁଲର ମାଳା ଚଢାନ୍ତୁ। ଏହି ଉପାୟ ଦ୍ୱାରା ଧନ ଜନିତ ସମସ୍ୟା ଦୂର ହୋଇଥାଏ।
ମଙ୍ଗଳବାର ଦିନ ବ୍ରତ ରଖିବା ସହ ସନ୍ଧ୍ୟା ସମୟରେ ବୁନ୍ଦିର ଲଡ଼ୁ ଭୋଗ କରି ଏହାକୁ ବାଣ୍ଟି ଦିଅନ୍ତୁ। ଏପରି କରିବା ଦ୍ୱାରା ସନ୍ତାନ ଜନିତ ସମସ୍ୟା ଦୂର ହୋଇଥାଏ।
ପ୍ରଭୁ ହନୁମାନଙ୍କ ଚରଣରେ ଫିଟିକିରି ଅର୍ପଣ କରିବା ଦ୍ୱାରା ଦୁଃସ୍ୱପ୍ନ ଆସିନଥାଏ।
ସମସ୍ତ ଦୁଃଖରୁ ମୁକ୍ତି ପାଇବା ପାଇଁ ପ୍ରତ୍ୟେକ ମଙ୍ଗଳବାର ପ୍ରଭୁ ହନୁମାନଙ୍କୁ ପୂଜା କରିବା ସମୟରେ ସିନ୍ଦୂର ଅର୍ପଣ କରନ୍ତୁ।
ଧନ ବୃଦ୍ଧି ପାଇଁ ମଙ୍ଗଳବାର ସକାଳେ ବରଗଛର ଏକ ପତ୍ରକୁ ଆଣି ଗଙ୍ଗା ଜଳରେ ଧୋଇ ପ୍ରଭୁ ହନୁମାନଙ୍କୁ ଅର୍ପଣ କରନ୍ତୁ।
କର୍ମକ୍ଷେତ୍ରରେ ଅଥବା ଚାକିରି ପାଇଁ ବାଧା ସୃଷ୍ଟି ହେଉଥିଲେ ପ୍ରତି ମଙ୍ଗଳବାର ପ୍ରଭୁଙ୍କୁ ପାନ ବିଡ଼ା ଅର୍ପଣ କରନ୍ତୁ। ଏହି ସମସ୍ୟା ଦୂର ହେବ।
ପ୍ରଭୁ ହନୁମାନଙ୍କ ମନ୍ଦିରକୁ ଯାଇ ରାମରକ୍ଷାସ୍ତୋତ୍ର ପାଠ କରନ୍ତୁ। କରଜ ଜନିତ ସମସ୍ୟାରୁ ମୁକ୍ତି ମିଳିବ।
ମଙ୍ଗଳବାର ଦିନ ପ୍ରଭୁ ହନୁମାନଙ୍କ ସମ୍ମୁଖରେ ବସି ରାମ ନାମଙ୍କର ୧୦୮ ଥର ଜପ କରନ୍ତୁ। ଏପରି କରିବା ଦ୍ୱାରା ସମସ୍ତ ମନସ୍କାମନା ପୂରଣ ହୋଇଥାଏ।
ମଙ୍ଗଳବାର ଦିନ ପ୍ରଭୁ ହନୁମାନ ସମ୍ମୁଖରେ ସୋରିଷ ତେଲର ଦୀପ ଲଗାନ୍ତୁ। ହନୁମାନ ଚାଳିସା ପାଠ କରନ୍ତୁ। ଏପରି କରିବା ଦ୍ୱାରା ଦାମ୍ପତ୍ୟ ଜୀବନ ସୁଖମୟ ହୋଇଥାଏ।
ଓଁ ହଂ ହନୁମନ୍ତେ ନମଃ, ମନ୍ତ୍ରର ଜପ କରିବା ଦ୍ୱାରା ପ୍ରଭୁ ହନୁମାନ ପ୍ରସନ୍ନ ହୋଇଥାଆନ୍ତି।

Hot this week

ବୁଧବାର ଭାରତ-ଆମେରିକା ଆଲୋଚନା

ନୂଆଦିଲ୍ଲୀ : ବୁଧବାର ପରବର୍ତ୍ତୀ ପର୍ଯ୍ୟାୟ ଭାରତ-ଆମେରିକା ମୁକ୍ତ ବାଣିଜ୍ୟ ଚୁକ୍ତି...

ଦୁର୍ନୀତି ବ୍ୟାଧିର ଉପଚାର

ପୂର୍ବ ୟୁରୋପର ଦେଶ ଜର୍ଜିଆ, ଯାହା କି ପୂର୍ବରୁ ସୋଭିଏତ୍‌‌ ରୁଷ...

ଚିନ୍ତାକଳ୍ପ : ଗୃହୀ ସାଧକର ଆଭିମୁଖ୍ୟ

ମହର୍ଷି ଅଙ୍ଗିରାଙ୍କ ଆଶ୍ରମରେ ରହି ଶିଷ୍ୟମାନେ ଅଧ୍ୟୟନ କରୁଥାନ୍ତି। ତାଙ୍କ ମାର୍ଗଦର୍ଶନରେ...

ସମ୍ପାଦକୀୟ : ଜାତିସଂଘର ପାଣ୍ଠି ଚିନ୍ତା

ବିଶ୍ବବ୍ୟାପୀ ମାନବିକ ସହାୟତା ପ୍ରଭାବିତ ମିଳିତ ଜାତିସଂଘ ୨୦୨୬ ବର୍ଷ ପାଇଁ ୨୩...

ସମ୍ପାଦକୀୟ : ଗୋଆ ଅଗ୍ନିକାଣ୍ଡ

କେବେ ଆମେ ସଚେତନ ହେବା ? ଗୋଆର ଏକ ନାଇଟ୍ କ୍ଲବରେ ଯେଉଁ...

Related Articles

Popular Categories