www.samajalive.in
Saturday, December 6, 2025
16.1 C
Bhubaneswar

ଜାଣନ୍ତୁ, ମଙ୍ଗଳବାରରେ ଭଗବାନ ହନୁମାନଙ୍କୁ ପୂଜା କରିବାର ଉପାୟ ସମ୍ବନ୍ଧରେ …

ହିନ୍ଦୁ ଧର୍ମରେ ପ୍ରତ୍ୟେକ ଦିନର ଅଲଗା ଅଲଗା ମହତ୍ତ୍ୱ ରହିଛି। ସେହି ବାର ଅନୁସାରେ ଉପାୟ ଗୁଡ଼ିକ କରିବା ଯୋଗୁଁ ବ୍ୟକ୍ତିର ଘରେ ଦେବାଦେବୀ ବାସ କରିଥାଆନ୍ତି। ମଙ୍ଗଳବାରକୁ ଭଗବାନ ହନୁମାନଙ୍କ ଦିନ ବୋଲି କୁହାଯାଇଛି। ଏହି ଦିନ ପ୍ରଭୁ ହନୁମାନଙ୍କୁ ପୂଜା କରିବା ଦ୍ବାରା ସମସ୍ତ କାର୍ଯ୍ୟରେ ସଫଳତା ମିଳିଥାଏ। ତେଣୁ ଆସନ୍ତୁ ଜାଣିବା, ମଙ୍ଗଳବାରରେ କେଉଁ ଉପାୟରେ ଭଗବାନ ହନୁମାନଙ୍କ ପୂଜାର୍ଚ୍ଚନା କରିବା ଉଚିତ ..

ଆପଣ ମଙ୍ଗଳବାର ଦିନ କୌଣସି ଏକ ହନୁମାନ ମନ୍ଦିରକୁ ଯାଆନ୍ତୁ। ନିଜ ସହ ଏକ ନଡିଆ ନେଇ ଯାଆନ୍ତୁ।  ଏହାପରେ ଆପଣ ନଡ଼ିଆକୁ ଆପଣଙ୍କ ମୁଣ୍ଡ ଉପରେ ସାତଥର ବୁଲାଇ ପ୍ରଭୁ ହନୁମାନଙ୍କ ସମ୍ମୁଖରେ ଭାଙ୍ଗି ଦିଅନ୍ତୁ। ଏହା ଦ୍ୱାରା ଆପଣଙ୍କ ସମସ୍ତ ବାଧାବିଘ୍ନକୁ ଦୂର ହୋଇଥାଏ।

- Advertisement -

ଏତଦ୍‌ବ୍ୟତୀତ ଆପଣ ମଙ୍ଗଳବାରରେ କୌଣସି ଏକ ଓସ୍ତ ବୃକ୍ଷ ମୂଳରେ ଜଳ ଅର୍ପଣ କରନ୍ତୁ। ଏହାପରେ ଓସ୍ତ ବୃକ୍ଷ ମୂଳରେ ବସି ଭଗବାନ ହନୁମାନ ଚଳିଶା ପାଠ କରନ୍ତୁ। ଏହା ବି ବହୁତ ଭଲ ବୋଲି କୁହାଯାଏ।

ମଙ୍ଗଳବାରରେ ହନୁମାନଙ୍କୁ ସିନ୍ଦୁର ଏବଂ ତେଲ ଅର୍ପଣ କରିବାକୁ ମଧ୍ୟ ଶୁଭ ବୋଲି କୁହାଯାଇଛି। ଯେପରି ଭାବରେ ବିବାହିତ ସ୍ତ୍ରୀମାନେ ନିଜର ସ୍ବାମୀଙ୍କ ଆୟୂଷ ବୃଦ୍ଧି ପାଇଁ ସିନ୍ଦୁରକୁ ନିଜ ମଥାରେ ଲଗାଇଥା’ନ୍ତି, ଠିକ୍‌ ସେହିଭଳି ଭାବରେ ଭଗବାନ ହନୁମାନ ମଧ୍ୟ ନିଜର ସ୍ୱାମୀ ପ୍ରଭୁ ଶ୍ରୀରାମଙ୍କ ପାଇଁ ସିନ୍ଦୁର ଲଗାଇ ଥାଆନ୍ତି । ଏହାଦ୍ବାରା ତାଙ୍କ ଭଗବାନ ଶ୍ରୀରାମଙ୍କ ପ୍ରତି ଥିବା ଭକ୍ତିଭାବ ସ୍ବଚ୍ଛଳ ଭାବେ ଜଣାପଡିଥାଏ।

Hot this week

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

ଟିଏମ୍‌ସି ସାଂସଦଙ୍କୁ ସମ୍ବିତ ପାତ୍ରଙ୍କ କଡ଼ା ଜବାବ

‘ଓଡ଼ିଶାରେ ବାଂଲାଦେଶୀଙ୍କ ସ୍ଥାନ ନାହିଁ ’ ନୂଆଦିଲ୍ଲୀ : ଲୋକସଭା ଶୂନ୍ୟକାଳରେ ବାଂଲାଦେଶୀ...

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

Related Articles

Popular Categories