www.samajalive.in
Sunday, December 7, 2025
26.1 C
Bhubaneswar

କେରଳ ପାହାଡ଼ରେ ଥିବା ଏହି ସୁନ୍ଦର ପ୍ରାକୃତିକ ଉଦ୍ୟାନ ଦେଇଥାଏ ଅଭୁଲା ଅନୁଭୂତି

ଭ୍ରମଣ ପାଇଁ କେରଳରେ ବହୁ ସୁନ୍ଦର ସ୍ଥାନ ରହିଛି। ଏତଦ ବ୍ୟତୀତ ଏହି ସ୍ଥାନ ବିଶ୍ୱର ସର୍ବବୃହତ୍ତ ମୂତ୍ତି ଥିବା ସ୍ଥାନ ଭାବେ ବେଶ ପରିଚିତ। ଏହା ହେଉଛି କେରଳର କୋଲ୍ଲମ। ଯେଉଁଠାକୁ ଭ୍ରମଣ ପାଇଁ ଗଲେ ଆପଣ ପ୍ରକୃତ ମଜା ପାଇପାରିବେ।
କୋଲ୍ଲମ ଜଟାୟୁ ପ୍ରାକୃତିକ ଉଦ୍ୟାନକୁ ନିର୍ମାଣ କରିବା ପାଇଁ ପ୍ରାୟ ୧୦ ବର୍ଷ ସମୟ ଲାଗିଥିଲା ବୋଲି କୁହାଯାଏ। ଏଠାରେ ଥିବା ଜଟାୟୁର ମୂର୍ତ୍ତି ଆକାର ଖୁବ ବଡ଼। ବହୁ ସଂଖ୍ୟାରେ ପର୍ଯ୍ୟଟକ ଏହି ସୁନ୍ଦର ସ୍ଥାନକୁ ବୁଲିବା ପାଇଁ ଆସିଥାଆନ୍ତି।
ଜଟାୟୁ ପ୍ରାକୃତିକ ଉଦ୍ୟାନ ସେଠାରୁ ଦେଖୁଥିବା ନିଆର ଦୃଶ୍ୟ କାରଣରୁ ଏହାର ସୁନ୍ଦରତା ଆହୁରି ବଢିଯାଏ। ଏହି ଉଦ୍ୟାନର ଉପର ଅଂଶକୁ ଗଲେ ପଶ୍ଚିମ ଘାଟର ପ୍ରାକୃତିକ ପରିବେଶକୁ ଦେଖାଯାଏ। ଯାହାକୁ ଦେଖିଲେ ଆପଣଙ୍କୁ ଏହି ସ୍ଥାନ ସ୍ୱର୍ଗ ସଦୃଶ ଅନୁଭବ ହେବ।
ଜଟାୟୁ ପ୍ରାକୃତିକ ଉଦ୍ୟାନକୁ ନିର୍ମାଣ କରାଯିବାର ଏକ ପୌରାଣିକ କଥା ମଧ୍ୟ ରହିଛି। କୁହାଯାଏ, ମା’ସୀତାଙ୍କୁ ରାବଣ ହରଣ କରି ନେବା ସମୟରେ ଜଟାୟୁ ପକ୍ଷୀ ମା’ଙ୍କୁ ବଞ୍ଚାଇବା ପାଇଁ ରାବଣ ସହ ଯୁଦ୍ଧ କରିଥିଲେ। ସେହି ସମୟରେ ତାଙ୍କର ଏକ ପକ୍ଷ କଟିଯାଇଥିଲା। ସେହିପରି ଏଠାରେ ଥିବା ମୂର୍ତ୍ତିର ମଧ୍ୟ ଏକ ପକ୍ଷ ନାହିଁ।
ଜଟାୟୁ ପ୍ରାକୃତିକ ଉଦ୍ୟାନ ସଡ଼କ ଠାରୁ ୪୦୦ ଫୁଟ ଉଚ୍ଚରେ ନିର୍ମିତ ହୋଇଛି। ଏଠାକାର ସୁନ୍ଦରତା ବେଶ ଆକର୍ଷଣୀୟ।

Hot this week

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

Related Articles

Popular Categories