ପାରାଦୀପ : ପାରାଦୀପ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ୍(ଏସବିଆଇ) ସମ୍ମୁଖରୁ ବୁଧବାର ୧ଲକ୍ଷ ୪୦ ହାଜର ଟଙ୍କା ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି। ଲୁଟର ଶିକାର ହୋଇଥିବା ବ୍ୟକ୍ତି ହେଉଛନ୍ତି ଜିଆଇ କଲୋନୀର ଜିତେନ୍ଦ୍ର ବଳ। ସେ ବିଭିନ୍ନ ଏଟିଏମରୁ ଟଙ୍କା ଉଠାଇ ସ୍କୁଟିରେ ରଖି ପୁଣି ଏଟିଏମକୁ ଯାଇ ଫେରିଲା ବେଳକୁ ତାଙ୍କ ଡିକି ଭାଙ୍ଗି କେହି ଦୁର୍ବୃତ୍ତ ଟଙ୍କା ନେଇ ଯାଇଥିବା ସେ ଅଭିଯୋଗ କରିଛନ୍ତି। ପୁଲିସ ଏ ନେଇ ତଦନ୍ତ ଆରମ୍ଭ କରିବା ସହ ସିସିଟିଭି ଜାଞ୍ଚ କରୁଛି।
Popular Categories



