www.samajalive.in
Sunday, December 7, 2025
23.1 C
Bhubaneswar

ଚ୍ୟାଲେଞ୍ଜ ଦେଉଛି ଚୋର, ଚୋରି ପରେ ଘରେ ତାଲା ପକାଇବା ସହ ଟାଙ୍ଗୁଛି ଚାବି

ମୁଖିଗୁଡ଼ା : ପୁଣି ମୁଖିଗୁଡ଼ାରେ ଚୋରି ହୋଇଛି। ମୁଖିଗୁଡ଼ା ଗତ ମାସରେ ଅବସର ଗ୍ରହଣ ପରେ ପ୍ରଫୁଲ୍ଳ ପଣ୍ଡା ସେକ୍ଟର ୨ କ୍ୱାର୍ଟର ନଂ. ଇ୧୨୫ ରେ ରହୁଥିଲେ। ଗତ ଚାରି ଦିନ ତଳେ ସେ କ୍ୱାର୍ଟରରେ ତାଲା ପକାଇ ପରିବାର ସହ ସମ୍ବଲପୁର ଯାଇଥିଲେ। ସୋମବାର ସକାଳେ ସେ ସମ୍ବଲପୁର ରୁ ଫେରିବା ପରେ ଦେଖିବାକୁ ପାଇଲେ ଯେ ଘର ସାମ୍ନା ପଟ କବାଟରେ ଏକ ନୂଆ ତାଲା ଲଗାଯାଇ ଚାବିକୁ ନେମ୍‍ ପ୍ଳେଟ୍‍ରେ ଝୁଲା ଯାଇଛି। ସେ ନାମ ଫଳକରୁ ଚାବି ନେଇ ଘରୁ  ଖୋଲି ଦେଖିଲା ବେଳକୁ ଅନେକ ମୂଲ୍ୟବାନ ଜିନିଷ ଚୋରୀ ହୋଇଛି । ତାଙ୍କ ଘରେ ଥିବା ଏଲ୍‍.ସି.ଡ଼ି. ଟିଭି, ସୁଟ୍‍କେଶ୍‍, ଆଲ୍‍ମିରା ରେ ଥିବା ଚାରି ହଜାର ଟଙ୍କା ଏବଂ ମଙ୍ଗଳସୁତ୍ର କେହି ଚୋରି କରି ନେଇ ଯାଇଛି। ଏ ସମ୍ପର୍କରେ ଶ୍ରୀ ପଣ୍ଡା ଜୟପାଟଣା ଥାନରେ ଲିଖିତ ଅଭିଯୋଗ ପରେ ଜୟପାଟଣା ଥାନାଧିକାରୀ ମୁଖିଗୁଡ଼ା ଯାଇ ତଦନ୍ତ ଜାରି ରଖିଛନ୍ତି।
ମୁଖିଗୁଡ଼ାରେ ଦିନକୁ ଦିନ ଚୋରି ବୃଦ୍ଧି ପାଇବାରେ ଲାଗିଛି। ଚୋରି ପରେ ନା ଚୋରକୁ ପୁଲିସ ଧରୁଛି ନା ଚୋରି ସାମଗ୍ରୀ ର ସନ୍ଧାନ ମିଳୁଛି। ଜଣେ ବ୍ୟବସାୟୀଙ୍କ ଘରେ ଚୋରି ହେବା ପରେ ନିଜକୁ ସୁରକ୍ଷିତ ନ ମଣି ସେ ମୁଖିଗୁଡ଼ା ଛାଡ଼ିବାକୁ ବାଧ୍ୟ ହୋଇ ଅନ୍ୟ ସ୍ଥାନରେ ଯାଇ ବ୍ୟବସାୟ କରୁଛନ୍ତି।
ଗତ ୨୨.୦୬.୨୦୧୬ ରେ ମୁଖିଗୁଡ଼ାର ପ୍ରତିଷ୍ଠିତ ବ୍ୟବସାୟି ଜି. କେଦାର ପାତ୍ରଙ୍କ ଘରୁ ବହୁ ଲକ୍ଷ ଟଙ୍କା ଏବଂ ସୁନା ଅଳଙ୍କାର ଚୋରି ହୋଇ ଥିଲେ ହେଁ ଅଦ୍ୟାବଧି ପୁଲିସ ଚୋରି ସାମଗ୍ରୀ କିମ୍ବା ଚୋରର ସନ୍ଧାନ ପାଇ ପାରିନାହିଁ।
ମୁଖିଗୁଡ଼ାରେ ପୁଲିସ ପେଟ୍ରୋଲିଂ ବ୍ୟବସ୍ଥା କଡ଼ା କଡ଼ି କରି ଚୋରି ରୋକିବା ଦିଗରେ ପଦକ୍ଷେପ ନେବା ପାଇଁ ସାଧାରଣରେ ଦାବୀ ହେଉଛି।

Hot this week

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

Related Articles

Popular Categories