ନୂଆଦିଲ୍ଲୀ : ବାବ୍ରି ମସ୍ଜିଦ-ରାମ ମନ୍ଦିର ଜମି ବିବାଦ ମାମଲା ସମ୍ବନ୍ଧରେ ମୁସଲମାନ ଆବେଦନକାରୀଙ୍କ ପକ୍ଷରୁ ହୋଇଥିବା ଏକ ଆବେଦନ ଉପରେ ସୁପ୍ରିମକୋର୍ଟ ସେପ୍ଟେମ୍ବର ୨୮; ଅର୍ଥାତ୍ ଶୁକ୍ରବାର ଚୂଡାନ୍ତ ରାୟ ପ୍ରକାଶ କରିବାର ସମ୍ଭାବନା ରହିଛି। ଏହି ମାମଲାରେ ଆହ୍ଲାବାଦ ହାଇକୋର୍ଟ ୨୦୧୦ରେ ଦେଇଥିବା ରାୟ ବିରୋଧରେ କେତେକ ଆବେଦନ କରାଯାଇଛି। ସେଗୁଡିକର ଶୁଣାଣି ସୁପ୍ରିମକୋର୍ଟଙ୍କର ଏକ ବୃହତ୍ ପୀଠଙ୍କ ଦ୍ୱାରା କରାଇବାକୁ କେତେକ ମୁସଲମାନ ଆବେଦନ କରିଛନ୍ତି। ଏହା ଉପରେ ସୁପ୍ରିମକୋର୍ଟଙ୍କ ତିନିଜଣିଆ ପୀଠ ବିଚାର କରୁଛନ୍ତି। ଆବେଦନକାରୀଙ୍କ ଦାବିକୁ ଦୃଷ୍ଟିରେ ରଖି ପ୍ରଧାନ ବିଚାରପତି ଦୀପକ ମିଶ୍ର, ବିଚାରପତି ଅଶୋକ ଭୂଷଣ ଏବଂ ଏସ୍. ଅବଦୁଲ୍ଲା ନାଜିରଙ୍କ ପୀଠ ଏହି ଆବେଦନକୁ ସାମ୍ବିଧାନିକ ପୀଠ ନିକଟକୁ ପଠାଯିବ କି ନାହିଁ ସେ ସମ୍ବନ୍ଧରେ ନିଷ୍ପତ୍ତି ନେବେ। ପୀଠ ଜୁଲାଇ ୨୦ରେ ଏହି ଆବେଦନ ଉପରେ ଶୁଣାଣି ଶେଷ କରି ରାୟ ସଂରକ୍ଷିତ ରଖିଛନ୍ତି।
Popular Categories



