ମୁଖିଗୁଡ଼ା : ୬ଦଫା ଦେବୀ ନେଇ ଜୟପାଟଣା ଅଗ୍ନିଶମ ବିଭାଗର କର୍ମଚାରୀ ଅନିଦ୍ଧିଷ୍ଟ କାଳ ପାଇଁ କାର୍ଯ୍ୟବନ୍ଦ ଆନ୍ଦୋଳନ ସୋମବାର ଠାରୁ ଜାରି ରଖିଛନ୍ତି। ୬ଦଫା ଦାବୀରେ ପୁଲିସ କର୍ମଚାରୀଙ୍କ ସାଙ୍ଗରେ ସମାନ ଦରମା ହାବିଲଦାର ଓ ଫାୟରମେନ ସଂଘକୁ ସରକାରୀ ପଞ୍ଜିକରଣ, ଚୁକ୍ତି ଭିତ୍ତିକ କର୍ମଚାରୀ ଦରମାକୁ ନିୟମିତ କରିବା, ନିକଟତମ ସ୍ଥାନରେ ନିଯୁକ୍ତି, ଆଠ ଘଣ୍ଟା ଡ଼୍ୟୁଟି ମୁତୟନ, ଖାଲି ପଡ଼ିଥିବା ପଦବୀ ପୂରଣ ଆଦି ଦାବୀ ରହିଛି। ଏବେ ସ୍ଥାନୀୟ ବିଭାଗର ଜରୁରୀ କାଳିନ ସେବାକୁ ନେଇ ଜଟିଳ ପରିସ୍ଥିତି ସୃଷ୍ଟି ହୋଇଛି। ୬ଦଫା ଦାବୀ ନେଇ ଅଗ୍ନିଶମ ବିଭାଗ ଅନିଦ୍ଧିଷ୍ଟ କାଳ ପାଇଁ ଆନ୍ଦୋଳନକୁ ଓଲ୍ଳାଇ ଥିବା ବେଳେ ଦାବୀ ପୂରଣ ନହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି କର୍ମଚାରୀମାନେ ଚେତାବନୀ ଦେଇଛନ୍ତି। କର୍ମଚାରୀମାନେ ଆନ୍ଦୋଳନକୁ ଓଲ୍ଳାଇବା ଫଳରେ ଦୁର୍ଘଟଣା ଜନିତ ଜରୁରୀ କାଳିନ ସେବାରେ ଅନ୍ତରାୟ ସୃଷ୍ଟି ହେବ ବୋଲି ଆଲୋଚନା ହେଉଛି।
Popular Categories



