ଲାହୋର : ମୁମ୍ବଇ ଆତଙ୍କବାଦୀ ଆକ୍ରମଣ ସମ୍ପର୍କରେ ଦେଇଥିବା ମନ୍ତବ୍ୟ ପାଇଁ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କୁ ଲାହୋର ହାଇକୋର୍ଟ ସମନ ଜାରି କରିଛନ୍ତି। ସୋମବାର ଜାରି ହୋଇଥିବା ସମନରେ ସରିଫଙ୍କୁ ଅକ୍ଟୋବର ୮ରେ ହାଜର ହେବା ଲାଗି ନିର୍ଦେଶ ଦିଆଯାଇଛି। ସରିଫ ଏକ ସାକ୍ଷାତକାରରେ କହିଥିଲେ ଯେ ନଭେମ୍ବର ୨୬, ୨୦୦୮ରେ ମୁମ୍ବଇରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର ଆକ୍ରମଣକାରୀମାନେ ପାକିସ୍ତାନ ନାଗରିକ। ଗତ ମେ’ ମାସରେ ସରିଫ ଡନ ନ୍ୟୁଜକୁ ଏକ ସାକ୍ଷାତକାର ଦେବା ଅବସରରେ ଏପରି କହିଥିଲେ। ସରିଫଙ୍କ ଏପରି ମନ୍ତବ୍ୟ ପାଇଁ ତାଙ୍କ ବିରୋଧରେ ଦେଶଦ୍ରୋହ ମାମଲା ରୁଜୁ କରାଯାଇଛି। ସରିଫ କହିଥିଲେ ଯେ ପାକିସ୍ତାନରେ ସକ୍ରିୟ ଥିବା ଆତଙ୍କବାଦୀ ସଂଗଠନଗୁଡିକ ଅନ୍ୟ ଦେଶରେ ଆକ୍ରମଣ କରିବା ଭଳି କାର୍ଯ୍ୟରେ ଲିପ୍ତ। ସରିଫ ଏହି ମନ୍ତବ୍ୟକୁ ନେଇ ଦାୟର ଦେଶଦ୍ରୋହ ମାମଲାର ବିଚାର କରି ହାଇକୋର୍ଟ ତାଙ୍କୁ ସମନ ଜାରି କରିଛନ୍ତି। ଅନ୍ୟପଟେ ଏହି ସାକ୍ଷାତକାର ପ୍ରକାଶ କରିଥିବା ‘ଡନ’ ଖବରକାଗଜ ସାମ୍ବାଦିକଙ୍କ ବିରୋଧରେ ଜାମିନ ବିହୀନ ଗିରଫ ପରୱାନା ଜାରି କରିଛନ୍ତି।
Popular Categories



