www.samajalive.in
Monday, December 8, 2025
14.1 C
Bhubaneswar

ଦିନ ଦ୍ୱିପହରେ ବ୍ୟାଙ୍କ୍‍ ସାମ୍ନାରୁ ୧.୫ ଲକ୍ଷ ଝାମ୍ପି ନେଲେ ଦୁର୍ବୃତ୍ତ

ଭଣ୍ଡାରିପୋଖରୀ: ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ୍‍ ଅନ୍ତର୍ଗତ ମଞ୍ଜୁରୀରୋଡ଼ ବଜାରରେ ଶୁକ୍ରବାର ଦିନ ଦ୍ୱିପ୍ରହରରେ ବ୍ୟାଙ୍କ୍‍ ସାମ୍ନାରୁ ଜଣେ ବ୍ୟକ୍ତିଙ୍କଠାରୁ ଦୁର୍ବୃତ୍ତ ୧.୫ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି। ବ୍ୟକ୍ତିଜଣକ ବ୍ୟାଙ୍କରେ ଟଙ୍କା ଜମା କରିବାକୁ ଆସିଥିବା ବେଳେ ୨ ଦୁର୍ବୃତ୍ତ ତାଙ୍କଠାରୁ ଟଙ୍କା ଛଡ଼ାଇ ନେଇଛନ୍ତି।
ସୂଚନା ଅନୁସାରେ, ଶଙ୍କର୍ଷଣ ପଣ୍ଡା ନାମକ ବ୍ୟକ୍ତି ବଜାରରେ ଥିବା ଆଲ୍ଲାହାବାଦ ବ୍ୟାଙ୍କଙ୍କୁ ୧.୩ ଲକ୍ଷ ଟଙ୍କା ଜମା କରିବାକୁ ଯାଉଥିଲେ। ହଠାତ୍‍ ୨ ଦୁର୍ବୃତ୍ତ ବାଇକ୍‌ରେ ଆସି ବ୍ୟାଙ୍କ୍‍ ସାମ୍ନାରୁ ତାଙ୍କ ହାତରୁ ଟଙ୍କା ଛଡ଼ାଇ ନେଇଥିଲେ। ଏହାପରେ ସ୍ଥାନୀୟ ଲୋକ ଓ ମଞ୍ଜୁରୀରୋଡ଼ ପୁଲିସ ସହାୟତାରେ ସେମାନେ ଲୁଟେରାଙ୍କ ପିଛା କରିଥିଲେ। ମାତ୍ର କିଛି ବାଟ ପିଛା କରିବା ପରେ ଅଧା ରାସ୍ତାରେ ବାଇକ୍‍ ପକାଇ ଦୁର୍ବୃତ୍ତମାନେ ଫେରାର୍‍ ହୋଇଯାଇଥିଲେ। ପୁଲିସ ନମ୍ବର ପ୍ଲେଟ୍‍ ବିହୀନ ବାଇକ୍‍ଟିକୁ ଜବତ କରି ତଦନ୍ତ ଜାରି ରଖିଛି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories