ସ୍କୁଟିରୁ ୨ ଲକ୍ଷ ଝାମ୍ପି ନେଲେ ଦୁର୍ବୃତ୍ତ

0

ଦାରିଙ୍ଗବାଡ଼ି : କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଭାରତୀୟ ଷ୍ଟେଟ ବ୍ୟାଙ୍କ ନିକଟରୁ ବୁଧବାର ଜଣେ ବ୍ୟକ୍ତିଙ୍କଠାରୁ ଦୁର୍ବୃତ୍ତମାନେ ୨ଲକ୍ଷ ଟଙ୍କା ଝାମ୍ପି ନେଇଛନ୍ତି। ସୂଚନା ଅନୁସାରେ, ସିମନବାଡ଼ି ଓ ବୁଡ଼ାଗୁଡା ପଞ୍ଚାୟତ ନିର୍ବାହୀ ଅଧିକାରୀ ଭାବେ କାର୍ଯ୍ୟରତ ଶ୍ରୀପତି ମଲ୍ଲିକ ଦାରିଙ୍ଗବାଡ଼ି ଷ୍ଟେଟବ୍ୟାଙ୍କରୁ ଟଙ୍କା ଉଠାଇ ନିଜ ସ୍କୁଟି ଡିକିରେ ରଖିବା ସମୟରେ ୨ ଜଣ ଦୁର୍ବୃତ୍ତ ହଠାତ୍ ଏକ ବାଇକରେ ଆସି ଟଙ୍କା ଓ ବିଭିନ୍ନ ରେକର୍ଡ ପତ୍ର ଥିବା ବ୍ୟାଗଟିକୁ ଝାମ୍ପି ନେଇଥିଲେ। ଶ୍ରୀପତି ଏନେଇ ଦାରିଙ୍ଗବାଡ଼ି ଥାନାରେ ଅଭିଯୋଗ କରିବା ପରେ ଥାନା ଅଧିକାରୀ କୌଶିକ ମାଝୀଙ୍କ ତତ୍ତ୍ବାବଧାନରେ ସେକଣ୍ଡ ଅଫିସର ଗୋପାଳ କୃଷ୍ଣ ଆଗୁପାତ୍ର ଘଟଣାସ୍ଥଳରେ ପହଞ୍ଚି ଛାନବିନ ଆରମ୍ଭ କରିଛନ୍ତି।

Leave A Reply