ମୁରିବାହାଲ : ମୁରିବାହାଲ ପୁଲିସ ସୋମବାର ସକାଳ ୯.୩୦ ସମୟରେ ଭୋଇପଡା ବଙ୍ଗୋମୁଣ୍ଡା ରାସ୍ତାରେ ପାଟ୍ରୋଲିଂ କରୁଥିବା ସମୟରେ କିଛି ଯୁବକ ଗୁରୁଣ୍ଡା ପାଖରେ ଛିଡା ଥିବା ଦେଖି ପୁଲିସକୁ ସନ୍ଦେହ ହୋଇଥିଲା। ଏହାପରେ ମୁରିବାହାଲ ଥାନାଧିକାରୀ ତାରା ଜସ୍ମିନ ଗୁରିଆ ଏବଂ ପୁଲିସ କର୍ମଚାରୀ ୩ ଜଣ ଯୁବକଙ୍କୁ କାବୁ କରିଥିବାବେଳେ ୨ ଜଣ ଘଟଣା ସ୍ଥଳରୁ ବଙ୍ଗୋମୁଣ୍ଡା ପଟକୁ ଫେରାର ହୋଇଯାଇଥିଲେ। ସେମାନେ ଡକାୟତି ଉଦ୍ୟମ କରୁଥିବା ପୁଲିସ ଜାଣିବାକୁ ପାଇଥିଲା। ୩ ଜଣଙ୍କୁ କାବୁ କରି ତଲାସି କରିବା ସମୟରେ ତାଙ୍କ ପାଖରୁ ଗୋଟିଏ ଦେଶୀ ପିସ୍ତଲ, ଗୋଟିଏ ଆପାଚି ଗାଡି ସହିତ ୩ ଗୋଟି ମୋବାଇଲ ଜବତ କରାଯାଇଛି। ଅଟକ ୩ ଯୁବକଙ୍କ ମଧ୍ୟରୁ ବଙ୍ଗୋମୁଣ୍ଡାରୁ ଜଣେ, ଗୋଇମୁଣ୍ଡ ପଞ୍ଚାୟତ ଭୋଇପଡାରୁ ୨ ଜଣ ହୋଇଥିବା ପୁଲିସ ସୂତରୁ ପ୍ରକାଶ।
Popular Categories



