ଲୁଟ୍ ମାମଲାରେ ୨ ଗିରଫ, ଚୋରି ସାମଗ୍ରୀ ଜବତ

0

ବାଲେଶ୍ବର: ଏକ ଲୁଟ୍ ମାମଲାରେ ଖଇରା ପୁଲିସ ୨ ଜଣଙ୍କୁ ଗିରଫ କରିଛି । ସେମାନେ ହେଲେ ସୋର ଅଞ୍ଚଳର ଦୀନବନ୍ଧୁ ସାହୁ ଓ ରାଉରକେଲା ଗୋପିନାଥପୁରର ବଳରାମ ପଟ୍ଟନାୟକ। ସେମାନେ ସମ୍ପର୍କରେ ଶଳା ଓ ଭିଣେଇ ବୋଲି ଜଣାପଡିଛି । ଉଭୟଙ୍କୁ କୋର୍ଟ ଚାଳଣ କରାଯାଇଛି ।

ସୂଚନାଯୋଗ୍ୟ, ଗତକାଲି ପ୍ରାୟ ୧୨ଟା ବେଳେ ଅଭିଯୋଗକାରିଣୀ ଭାରତୀ ମହାନ୍ତି ନଜି ଭଣଜା ସରୋଜ ନନ୍ଦୀଙ୍କ ସହ ସରୋରୁ ଫେରୁଥିବା ବେଳେ ବ୍ରହ୍ମଣ ପୋଖରୀ ଛକ ନିକଟରେ ଏହି ଦୁଇ ଅଭିଯୁକ୍ତ ବନ୍ଧୁକ ଦେଖାଇ ୭୦ ହଜାର ଟଙ୍କାର ଏକ ସୁନା ହାର ଓ ୫ ହଜାର ଟଙ୍କା ଲୁଟ୍ କରିଥିଲେ ।  ଏହି ଘଟଣାରେ ଖଇରା ପୁଲିସ ଶନିବାର ଦୁଇ ଲୁଟେରାକୁ ଗିରଫ କରିଛି। ଗିରଫ ବେଳେ ସେମାନଙ୍କ ନିକଟରୁ ଟଙ୍କା ଓ ହାର ଜବତ ହୋଇଛି ।

Leave A Reply