www.samajalive.in
Tuesday, December 9, 2025
15.1 C
Bhubaneswar

ବନ୍ଧୁକ ଦେଖାଇ ଗ୍ୟାସ୍ କର୍ମଚାରୀଙ୍କଠୁ ଲୁଟ୍

କମାକ୍ଷାନଗର: କାମାକ୍ଷାନଗର ଥାନା ଅନ୍ତର୍ଗତ ମହୁଲପାଳ ନିକଟବର୍ତ୍ତୀ ଗୋଲକ ଗ୍ୟାସ ଏଜେନ୍ସିର ଗୋଦାମ ପରିସରରୁ ବନ୍ଧୁକ ଓ ଭୁଜାଲି ଦେଖାଇ ଜଣେ କର୍ମଚାରଙ୍କଠୁ ୩୨ ହଜାର ଟଙ୍କା ଲୁଟି ନେଇଛନ୍ତି ୨ ଦୁର୍ବୃତ୍ତ। ମହୁଲପାଳ ସ୍ଥିତ ଗୋଲକ ଗ୍ୟାସ ଏଜେନ୍ସିର ଗୋଦାମ ଘରୁ ୨ ଦୁର୍ବୃତ୍ତ ବନ୍ଧୁକ ଓ ଖଣ୍ଡା ଦେଖାଇ ଭୟଭୀତ କରିବା ସହ କର୍ମଚାରୀ ବସନ୍ତ ବେହେରାଙ୍କଠାରୁ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି। ୨ ଦୁର୍ବୃତ୍ତ ଏକ ବାଇକରେ ଆସି ମୁହଁରେ ମୁଖା ଓ ହେଲମେଟ ପିନ୍ଧି କର୍ମଚାରୀ ବସନ୍ତଙ୍କ ପାଖକୁ ଯିବା ସହ ବନ୍ଧୁକ ଦେଖାଇ ସେ ବ୍ୟାଗରେ ରଖିଥିବା ଟଙ୍କା ମାଗିଥିଲେ। ଏଥି ସହ ଭୟଭୀତ କରି ତାଙ୍କଠାରୁ ଟଙ୍କା ନେଇ ଢେଙ୍କାନାଳ ଆଡକୁ ପଳାଇଥିଲେ। ତେବେ କର୍ମଚାରୀ ଜଣଙ୍କ ଏଜେନ୍ସି ମାଲିକଙ୍କୁ ଏ ବିଷୟରେ ଜଣାଇବା ସହ କାମାକ୍ଷାନଗର ଥାନାରେ ଲିଖିତ ଅଭିଯୋଗ ହୋଇଛି। ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories