www.samajalive.in
Monday, December 8, 2025
16.1 C
Bhubaneswar

ଶିକ୍ଷକ ଦମ୍ପତିଙ୍କ ଘରୁ ନଗଦ ଟଙ୍କା ଓ ସୁନା ଗହଣା ଲୁଟ୍‌

ହରଭଙ୍ଗା : ହରଭଙ୍ଗା ବ୍ଲକ ସଦର ମହକୁମା ଚାରିଛକ ସ୍ଥିତ ଏସବିଆଇ ଶାଖା ନିକଟରେ ଥିବା ଶିକ୍ଷକ କଲୋନୀରେ ଏକ ବଡ ଧରଣର ଲୁଟ ହୋଇଥିବା ଜଣାପଡିଛି।

ପ୍ରାପ୍ତ ସୂଚନା ମତେ, ଶିକ୍ଷକ ଦାମୋଦର ରାଉତ ଏବଂ ତାଙ୍କ ପତ୍ନୀ ସ୍ୱାସ୍ଥ୍ୟ ଚିକିତ୍ସା ପାଇଁ ୩ଦିନ ପୂର୍ବରୁ ବାହାରକୁ ଯାଇଥିଲେ। ଘରେ କେହି ନଥିବା ବେଳେ ସେମାନଙ୍କ ଅନୁପସ୍ଥିତିର ସୁଯୋଗ ନେଇ ଘରର ତାଲା ଓ ଗଡ଼ରେଜ ଭାଙ୍ଗି ଦୁର୍ବୃତ୍ତମାନେ ଲକ୍ଷାଧିକ ଟଙ୍କାର ସୁନା ଗହଣା ସମେତ ନଗଦ ଟଙ୍କା ଲୁଟି ନେଇଛନ୍ତି।ଗତକାଲି ବିଳମ୍ବିତ ରାତିରେ ସେମାନେ ଘରକୁ ଫେରି ଘରର ବିଭିନ୍ନ ବଖରାର ତାଲା ଓ ଗଡ଼ରେଜ ସବୁ ଭଙ୍ଗା ଯାଇଥିବା ଦେଖିବାକୁ ପାଇବା ପରେ ପୁରୁଣାକଟକ ଥାନାକୁ ଜଣାଇଥିଲେ। ପୁଲିସ ଘଟଣା ସ୍ଥଳକୁ ଯାଇ ପ୍ରାଥମିକ ତଦନ୍ତ କରି ଚୋରୀ ହୋଇଥିବା ଘର ପାଖରେ ରହୁଥିବା ପଶ୍ଚିମବଙ୍ଗ ଅଞ୍ଚଳର ବଙ୍ଗାଳୀ ମିସ୍ତ୍ରୀମାନଙ୍କୁ ଅଟକ ରଖି ପଚରା ଉଚରା କରୁଛି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories