www.samajalive.in
Sunday, December 7, 2025
26.1 C
Bhubaneswar

ଗୁଳିକରି ବ୍ୟବସାୟୀଙ୍କଠାରୁ ୮୦ ହଜାର ଟଙ୍କା ଲୁଟିଲେ ଦୁର୍ବୃତ୍ତ

ବେଗୁନିଆ: ବାଘମାରୀ ଥାନା ଅନ୍ତର୍ଗତ ବାଘମାରୀ ତଳସାହି ନିକଟରେ ଗୁରୁବାର ରାତି ୧୧ଟାରେ ଜଣେ ବ୍ୟବସାୟୀଙ୍କୁ ଗୁଳି କରି ଦୁର୍ବୃତ୍ତମାନେ ୮୦ ହଜାର ଟଙ୍କା ଲୁଟି ନେଇ ଫେରାର ହୋଇଯାଇଛନ୍ତି । ବାଘମାରୀ ବ୍ରାହ୍ମଣସାହିର ମନୋରଞ୍ଜନ ସାମନ୍ତରାୟ ବାଘମାରୀ ପଞ୍ଚାୟତ କାର୍ୟ୍ୟାଳୟ ନିକଟରେ ଏକ ତେଜରାତି ଦୋକାନ କରିଥିବାବେଳେ ଗତକାଲି ରାତି ୧୧ ଟା ସମୟରେ ଦୋକାନ ବନ୍ଦ କରି ଟଙ୍କା ଧରି ବାଇକରେ ଘରକୁ ଫେରୁଥିଲେ । ସେହିସମୟରେ ୩ ଜଣ ଦୁର୍ବୃତ୍ତ ଏକ ପଲସର ବାଇକରେ ତାଙ୍କୁ ପିଛା କରି ସ୍କୁଲ ନିକଟରେ ତାଙ୍କ ଆଗକୁ ଆସି ତାଙ୍କୁ ଅଟକାଇଥିଲେ । ମନୋରଞ୍ଜନ ସେମାନଙ୍କୁ ଦେଖି ଭୟରେ ବାଇକଟିକୁ ଛାଡି ଟଙ୍କା ବ୍ୟାଗ ଧରି ସେଠାରୁ ଦୌଡ଼ି ପଳାଇବା ସମୟରେ ଦୁର୍ବୃତ୍ତମାନେ ତାଙ୍କୁ ଗୁଳି ମାଡ କରିଥିଲେ। ଗୁଳିଟି ତାଙ୍କର ଡାହାଣ ଗୋଡ ଆଣ୍ଠୁ ତଳକୁ ବାଜି ଥିଲା । ଫଳରେ ସେ ତଳେ ପଡି ଯାଇଥିଲେ । ସଙ୍ଗେ ସଙ୍ଗେ ଦୁର୍ବୃତ୍ତମାନେ ତାଙ୍କଠାରୁ ଟଙ୍କା ଲୁଟି ନେଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ ।

ଖବରପାଇ ବାଘମାରୀ ଥାନା ଅଧିକାରିଣୀ ଅର୍ଚ୍ଚନା ମଲ୍ଲିକ କର୍ମଚାରୀମାନଙ୍କ ସହିତ ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ଉଦ୍ଧାର କରି ଖୋର୍ଦ୍ଧା ମେଡ଼ିକାଲ ପଠାଇଥିଲେ । ସେଠାରୁ ତାଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଥିଲା । ବର୍ତ୍ତମାନ ସେ ସମ୍ ହସ୍ପିଟାଲରେ ଚିକିତ୍ସିତ ହେଉଥିବାବେଳେ ତାଙ୍କ ଗୋଡ଼ରୁ ଗୁଳିଟି ବାହାର କରାଯାଇଛି । ଥାନା ଅଧିକାରିଣୀ ଅର୍ଚ୍ଚନା ମଲ୍ଲିକ ବିଭିନ୍ନ ସ୍ଥାନରେ ଲାଗିଥିବା ସିସିଟିଭି ଫୁଟେଜକୁ ଯାଞ୍ଚ କରି ୩ ଜଣ ଦୁର୍ବୃତ୍ତ ଏକ ପଲସର ବାଇକରେ ଯାଉଥିବାର ଜାଣିପାରିଥିବା ବେଳେ ବାଇକ ନମ୍ବର ଜଣାପଡୁନାହିଁ ବୋଲି କହିଛନ୍ତି । ଥାନା ଅଧିକାରିଣୀଙ୍କ ସହାୟତାରେ ଭୁବନେଶ୍ୱରରୁ ଆସିଥିବା ସାଇଣ୍ଟିଫିକ ଟିମ ଘଟଣାସ୍ଥଳକୁ ଯାଇ ଘଟଣାର ତଦନ୍ତ କରି ଫେରିଯାଇଛନ୍ତି । ପୋଲିସ ଘଟଣାସ୍ଥଳରୁ ଗୋଟିଏ ଖୋକା, ଚପଲ ଏବଂ ବାଇକ ସହିତ ଦୁର୍ବୃତ୍ତମାନେ ଆଣି ଆସିଥିବା ପଲସର ବାଇକର ଏକ ଭଙ୍ଗା ଇଣ୍ଡିକେଟରକୁ ଜବତ କରିଛି । ଥାନା ଅଧିକାରିଣୀ ଶ୍ରୀମତୀ ମଲ୍ଲିକ ଏହି ଘଟଣାରେ କେହି ପ୍ରତ୍ୟକ୍ଷଦର୍ଶୀ ନଥିବା ଯୋଗୁଁ ଲୋକମାନଙ୍କୁ ପଚରାଉଚରା କରି ଥାନାରେ ୫୫/୨୧ ନଂ କେଶ ରୁଜୁ କରି ନିଜେ ଘଟଣାର ତଦନ୍ତ କରୁଛନ୍ତି ।

Hot this week

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

Related Articles

Popular Categories