www.samajalive.in
Friday, December 5, 2025
17.1 C
Bhubaneswar

ଶିଳ୍ପା, ରାଜ କୁନ୍ଦ୍ରାଙ୍କ ବିରୋଧରେ ଲୁକ୍‌ ଆଉଟ ନୋଟିସ

ମୁମ୍ବଇ: ୬୦ କୋଟି ଟଙ୍କାର ଠକେଇ ମାମଲାରେ ମୁମ୍ବଇ ପୁଲିସ ପକ୍ଷରୁ ଶୁକ୍ରବାର ବଲିଉଡ ଅଭିନେତ୍ରୀ ଶିଳ୍ପା ସେଟ୍ଟି ଓ ତାଙ୍କର ଶିଳ୍ପପତି ସ୍ବାମୀ ରାଜ କୁନ୍ଦ୍ରାଙ୍କ ବିରୋଧରେ ଲୁକ୍‌ ଆଉଟ ନୋଟିସ ଜାରି କରାଯାଇଥିବା ଜଣାପଡିଛି। ଶିଳ୍ପା ଓ ରାଜ ଅଧିକାଂଶ ସମୟରେ ବିଦେଶ ଗସ୍ତରେ ଯାଉଥିବାରୁ ତଦନ୍ତ ପ୍ରକ୍ରିୟା ଠିକ୍‌ଭାବେ ସମ୍ପାଦିତ ହୋଇପାରୁନାହିଁ। ବର୍ତ୍ତମାନ ଏହି ସର୍କୁଲାର ଜାରି କରାଯାଇଥିବାରୁ କୁନ୍ଦ୍ରା ଦମ୍ପତି ତଦନ୍ତ ପ୍ରକ୍ରିୟାରେ ସହଯୋଗ କରିପାରିବେ ବୋଲି ଆଶା କରାଯାଉଛି। ସୂଚନାଯୋଗ୍ୟ ରାଜ କୁନ୍ଦ୍ରାଙ୍କର ‘ବେଷ୍ଟ ଡିଲ ଟିଭି ପ୍ରାଇଭେଟ ଲିମିଟେଡ’ ନାମରେ ଏକ କମ୍ପାନୀ ରହିଛି। ୨୦୧୫ରେ ଦୀପକ କୋଠାରୀ ନାମକ ଜଣେ ଖ୍ୟାତନାମା ବ୍ୟବସାୟୀଙ୍କ ସହ କୁନ୍ଦ୍ରାଙ୍କର ପରିଚୟ ହୋଇଥିଲା। ଦୀପକ ହେଉଛନ୍ତି ‘ଲୋଟସ କ୍ୟାପିଟାଲ ଫାଇନାନ୍ସିଆଲ ସର୍ଭିସେସ୍‌ ଲିମିଟେଡ’ର ମାଲିକ। ବେଷ୍ଟ ଡିଲ୍‌ ଟିଭି କମ୍ପାନୀରେ ପୁଞ୍ଜି ବିନିଯୋଗ କଲେ ଅଧିକ ସୁଧ ପ୍ରଦାନ କରାଯିବ ବୋଲି କୁନ୍ଦ୍ରା ସେତେବେଳେ ଦୀପକଙ୍କୁ ପ୍ରବର୍ତ୍ତାଇଥିଲେ।

ତଦନୁଯାୟୀ ଦୀପକ ଦୁଇଟି ଦଫାରେ ଯଥାକ୍ରମେ ୩୧.୯୫ ଏବଂ ୨୮.୫୩ କୋଟି ଟଙ୍କା କୁନ୍ଦ୍ରାଙ୍କ କମ୍ପାନୀରେ ବିନିଯୋଗ କରିଥିଲେ। ୨୦୧୬ରେ ବେଷ୍ଟ ଡିଲ୍‌ କମ୍ପାନୀ ଦେବାଳିଆ ଘୋଷିତ ହୋଇଥିବାବେଳେ ଶିଳ୍ପା ଏହି କମ୍ପାନୀର ନିର୍ଦେଶିକା ପଦରୁ ଇସ୍ତଫା ଦେଇଥିଲେ। ମୂଳଧନ ଫେରିପାଇବାକୁ ଦୀପକ ଏକାଧିକ ଥର ଉଦ୍ୟମ କରି ବିଫଳ ହେବାପରେ ଥାନାରେ ଏତଲା ଦେଇଥିଲେ। ଭାରତୀୟ ପିଙ୍ଗଳ କୋଡର ବିଭିନ୍ନ ଧାରା ଅନୁଯାୟୀ ମୁମ୍ବଇ ପୁଲିସ ଶିଳ୍ପା ଓ କୁନ୍ଦ୍ରାଙ୍କ ବିରୋଧରେ ମାମଲା ରୁଜୁ କରିଥିଲା। ଅପରପକ୍ଷରେ ଏହି ଠକେଇ ଅଭିଯୋଗକୁ କୁନ୍ଦ୍ରା ଦମ୍ପତି ଖଣ୍ଡନ କରିଛନ୍ତି।

Hot this week

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

Related Articles

Popular Categories