www.samajalive.in
Saturday, December 6, 2025
14.1 C
Bhubaneswar

ଦାଦନ ଶ୍ରମିକ ଚାଲାଣ ରୋକିବା ପ୍ରୟାସ; ରାତିରେ ଷ୍ଟେସନ ଜଗିବେ ଶ୍ରମ ଅଧିକାରୀ

ଭୁବନେଶ୍ବର: ଶ୍ରମ ବିଭାଗର ଅଧିକାରୀ ରେଳ ଷ୍ଟେସନରେ ନଜର ରଖିବେ। କେହି ଦଲାଲ କିମ୍ବା ବ୍ୟକ୍ତିବିଶେଷ ଲୋକଙ୍କୁ ପ୍ରଭାବିତ କରି ଦାଦନ ଖଟାଇବା ପାଇଁ ନେଉଥିଲେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏହି କାମରେ ଶ୍ରମ ବିଭାଗ ପୁଲିସ ଓ ଜିଲା ପ୍ରଶାସନର ସହାୟତା ନେବ। ରାଜ୍ୟ ସରକାରଙ୍କର ଏପରି ନିର୍ଦେଶ ପରେ ଶ୍ରମ ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ଟାସ୍କ ଫୋର୍ସର ନିଷ୍ପତ୍ତି ଅନୁସାରେ ଗତ ୨ ତାରିଖରେ ଶ୍ରମ ବିଭାଗର ସଚିବଙ୍କୁ କୁହାଯାଇଛି ଯେ ବହୁସଂଖ୍ୟକ ଶ୍ରମିକ ଠିକାଦାର ବଲାଙ୍ଗିର, କଳାହାଣ୍ଡି, ବରଗଡ଼ ଜିଲାରୁ ଅଧିକସଂଖ୍ୟକ ଲୋକଙ୍କୁ ଚାଲାଣ ହେଉଥିବା ଜଣାପଡ଼ିଛି। ଟ୍ରେନ୍‌ରେ ସେମାନଙ୍କୁ ଅତ୍ୟନ୍ତ ଅମାନବୀୟ ପରିସ୍ଥିତିରେ ଏବଂ ବେଆଇନ ଭାବେ ଦେଶର ବିଭିନ୍ନ ରାଜ୍ୟକୁ ପଠାଯାଉଛି। ଶିକ୍ଷାରେ ପଛୁଆ ଥିବା ଏହି ଲୋକଙ୍କୁ ବିଭିନ୍ନସ୍ତରରେ ଶୋଷଣ କରାଯାଉଛି ଏବଂ ଏହାଦ୍ବାରା ରାଜ୍ୟର ଛବି ମଳିନ ହେଉଛି। ଟିଟିଲାଗଡ଼, ମୁରିବାହାଲ, ରାଇନଭଟା, ଲାଠୋର, କଣ୍ଟାବାଞ୍ଜି, ନୂଆପଡ଼ା, ଖରିଆର ରୋଡ଼ ଆଦି ଅଞ୍ଚଳରୁ ଏପରି ଘଟଣା ଅଧିକ ଦେଖିବାକୁ ମିଳୁଛି। ତେଣୁ ଶ୍ରମ ବିଭାଗ ଏସବୁ ରେଳ ଷ୍ଟେସନରେ ବିଶେଷକରି ରାତିରେ କଡ଼ାକଡ଼ି ଯାଞ୍ଚ କରିବା ଆବଶ୍ୟକ ବୋଲି କୁହାଯାଇଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories