ଲକ୍ଷ୍ନୌ: ଉତ୍ତର ପ୍ରଦେଶର ସୀତାପୁର ଜିଲାର ଏକ ଗ୍ରାମରେ ଦଳେ ମାଙ୍କଡ ଜଣେ ବ୍ୟକ୍ତିଙ୍କ ଘରେ ପଶି ଶୋଇଥିବା ଅବସ୍ଥାରେ ଗୋଟିଏ ୨ ମାସର ଶିଶୁକୁ ବିଛଣାରୁ ଉଠାଇ ନେବା ସହ ଛାତ ଉପରେ ଥିବା ଏକ ପାଣିକୁଣ୍ଡରେ ବୁଡାଇ ମାରିଦେଇଥିବା ଜଣାପଡିଛି। ପୁଲିସ ସୂଚନା ମୁତାବକ ଶିଶୁକୁ ଶୁଆଇବା ପରେ ଘରର ସଦସ୍ୟମାନେ ଅନ୍ୟ କାର୍ଯ୍ୟରେ ବ୍ୟସ୍ତ ରହିଥିଲେ। ଏହି ସମୟରେ ଦଳେ ମାଙ୍କଡ ଘର ଭିତରକୁ ପଶି ଶିଶୁକୁ ଉଠାଇ ନେଇଥିଲେ। ଛାତ ଉପରେ ଥିବା ପାଣିକୁଣ୍ଡରେ ବୁଡାଇବା ମାତ୍ରେ ଶିଶୁଟି ଜୋରରେ କାନ୍ଦିଥିଲା। ଶିଶୁର କାନ୍ଦ ଶୁଣି ଘର ଲୋକେ ଛାତକୁ ଯାଇଥିବାବେଳେ ମାଙ୍କଡ ପଲଙ୍କ କାର୍ଯ୍ୟରେ ବିସ୍ମିତ ହୋଇପଡିଥିଲେ। ଶିଶୁକୁ ତୁରନ୍ତ ଡାକ୍ତରଖାନା ନିଆଯାଇଥିଲେ ସୁଦ୍ଧା ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ। ଗ୍ରାମରେ ମାଙ୍କଡଙ୍କ ଉପଦ୍ରବକୁ ନେଇ ଗ୍ରାମବାସୀ ପୁଲିସ ଓ ବନ ବିଭାଗ ନିକଟରେ ବାରମ୍ବାର ଅଭିଯୋଗ କରୁଥିଲେ ସୁଦ୍ଧା ସୁଫଳ ମିଳୁନଥିବା କହିଛନ୍ତି। ମାଙ୍କଡ କାମୁଡାରେ କେତେକ ଲୋକ ଆହତ ହେଉଥିବାବେଳେ ମାଙ୍କଡମାନେ ଘରେ ପଶି ମୋବାଇଲ, ପର୍ସ ଓ ଅନ୍ୟ ମୂଲ୍ୟବାନ ସାମଗ୍ରୀ ନେଇଯାଉଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି।
Popular Categories



