www.samajalive.in
Sunday, December 7, 2025
16.1 C
Bhubaneswar

ସରକାରଙ୍କୁ ଲୋକାୟୁକ୍ତଙ୍କ ସୁପାରିସ, ଭିଜିଲାନ୍ସ ଲୋକାୟୁକ୍ତଙ୍କ ଅଧୀନକୁ ଆସୁ

ଭୁବନେଶ୍ବର: ରାଜ୍ୟରେ ବିଭିନ୍ନ ବିଭାଗ ଓ କ୍ଷେତ୍ରସ୍ତରରେ ଅଧିକାରୀଙ୍କ ଦୁର୍ନୀତି ନେଇ ୯ମାସରେ ୧୧୩୨ଟି ମାମଲା ଲୋକାୟୁକ୍ତଙ୍କଠାରେ ରୁଜୁ ହୋଇଛି। ଆଗାମୀ ଦିନରେ ଲୋକାୟୁକ୍ତ ପ୍ରତି କିଭଳି ରାଜ୍ୟବାସୀଙ୍କ ବିଶ୍ବାସ ବଢ଼ିବ ତାକୁ ଦୃଷ୍ଟିରେ ରଖି କେତେକ ପ୍ରସ୍ତାବ ମଧ୍ୟ ସରକାରଙ୍କୁ ପ୍ରଦାନ କରାଯାଇଛି ଥିବା ଲୋକାୟୁକ୍ତଙ୍କ ବାର୍ଷିକ ରିପୋର୍ଟରୁ ଜଣାଯାଇଛି। ଗୃହରେ ଉପସ୍ଥାପିତ ଲୋକାୟୁକ୍ତଙ୍କ ରିପୋର୍ଟ ଅନୁଯାୟୀ ୨୦୧୯ ମାର୍ଚ୍ଚରେ ସରକାର ଲୋକାୟୁକ୍ତ ଗଠନ କଲେ। ଏପ୍ରିଲରୁ ଡିସେମ୍ବର ମଧ୍ୟରେ ଲୋକାୟୁକ୍ତଙ୍କ ନିକଟରେ ୧୧୩୨ ମାମଲା ରୁଜୁ ହେଲା। ଏଥିରୁ ୫୪୮ଟିର ଡିସେମ୍ବର ସୁଦ୍ଧା ଫଇସଲା ହୋଇଛି। ଏହାବାଦ୍ ପୂର୍ବରୁ ଲୋକପାଳଙ୍କ ନିକଟରେ ଥିବା ୧୪୧୮ ଟି ମାମଲାରୁ ୧୬୬ଟି ମାମଲାର ଫଇସଲା ହୋଇଛି। ଲୋକାୟୁକ୍ତ କିଭଳି ସଶକ୍ତ ହେବ ସେନେଇ ଲୋକାୟୁକ୍ତଙ୍କ ପକ୍ଷରୁ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି। ସେଥିରେ ଭିଜିଲାନସ୍ ନିର୍ଦେଶାଳୟକୁ ଲୋକାୟୁକ୍ତଙ୍କ ଅଧୀନକୁ ଆଣିବାକୁ ସୁପାରିସ କରାଯାଇଛି।

ଏହାବାଦ୍ ସରକାରୀ କର୍ମଚାରୀଙ୍କ ବାର୍ଷିକ ସମ୍ପତ୍ତି ବିବରଣୀ, ଓଡ଼ିଶା ଲୋକାୟୁକ୍ତ ନିଯୁକ୍ତି ସଂପର୍କିତ ନିୟମାବଳୀର ବିଜ୍ଞପ୍ତି ସରକାର ତୁରନ୍ତ ଜାରି କରନ୍ତୁ। ଏହାଦ୍ବାରା ଲୋକାୟୁକ୍ତ ଆହୁରି ଅଧିକ ଦକ୍ଷ ଭାବେ କାର୍ୟ୍ୟ କରିପାରିବେ। ରାଜ୍ୟ ସରକାର ଲୋକାୟୁକ୍ତଙ୍କ କାର୍ୟ୍ୟାଳୟ ପାଇଁ ୧୫୦ ପଦ ସୃଷ୍ଟି କରିବାକୁ ଯାଉଛନ୍ତି। ତେଣୁ ଏହି କାର୍ୟ୍ୟାଳୟକୁ ତୋଷାଳି ଭବନରେ ନ ରଖି ଏହାକୁ ଅନ୍ୟତ୍ର ସ୍ଥାନାନ୍ତର ପାଇଁ ପ୍ରସ୍ତାବରେ ରହିଛି।

ରିପୋର୍ଟ ଅନୁଯାୟୀ ରାଜସ୍ୱ ବିଭାଗରେ ସର୍ବାଧିକ ୩୭୩ ମାମଲା ଲୋକାୟୁକ୍ତଙ୍କ ନିକଟରେ ଦାଖଲ ହୋଇଛି। ଏଥିରୁ ୮୨ଟିର ବିଚାର ଶେଷ ହୋଇଛି। ପଞ୍ଚାୟତିରାଜର ୧୮୩, ଗୃହ ବିଭାଗର ୧୪୫, କୃଷି ବିଭାଗରେ ୨୮, ଗଣଶିକ୍ଷାରେ ୪୨, ଜଙ୍ଗଲ ଓ ପରିବେଶ ବିଭାଗରେ ୩୫, ପୂର୍ତ୍ତରେ ୩୧, ଗ୍ରାମ୍ୟ ଉନ୍ନୟନ ବିଭାଗରେ ୨୩, ସାଧାରଣ ପ୍ରଶାସନ ୩୧ ଟି ମାମଲା ରୁଜୁ ହୋଇଛି। ଏହାବାଦ୍ ପୁରୀ ଜିଲାରୁ ସର୍ବାଧିକ ୩୬୨ ମାମଲା ରୁଜୁ ହୋଇଛି। ଖୋର୍ଦ୍ଧାରେ ୧୪୮, କଟକରେ ୮୪, ମୟୂରଭଞ୍ଜ ୪୯, ବାଲେଶ୍ୱରରେ ୪୩, ଗଞ୍ଜାମରେ ୪୦, କେନ୍ଦ୍ରାପଡ଼ାରେ ୩୮, ଯାଜପୁରରେ ୩୬, ନୟାଗଡ଼ରେ ୩୫ଟି ମାମଲା ରୁଜୁ ହୋଇଛି। ସେହିଭଳି ଭଦ୍ରକ ଓ କେନ୍ଦୁଝରରେର ୩୨ ଲେଖାଏଁ, ବଲାଙ୍ଗୀର, ବୌଦ୍ଧରେ ୧୮, ବରଗଡ଼ ଓ ସୁନ୍ଦରଗଡ଼ରେ ୧୫ଟି ଲେଖାଏଁ ମାମଲା ରୁଜୁ ହୋଇଛି। ମାମଲା ଫଇସଲାରେ ଖୋର୍ଦ୍ଧା ଜିଲା ଆଗରେ ରହିଛି। ଜିଲାରେ ସର୍ବାଧିକ ୧୧୪ ମାମଲା ଫଇସଲା ହୋଇଥିବାବେଳେ ପୁରୀରେ ୭୩, କଟକରେ ୫୦, ମୟୂରଭଞ୍ଜରେ ୩୨ଟି ମାମଲାର ଫଇସଲା ହୋଇଥିବା ରିପୋର୍ଟରୁ ଜଣାଯାଇଛି।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories