www.samajalive.in
Friday, December 5, 2025
26.1 C
Bhubaneswar

ଆସାମ ବନ୍ୟା: ୩୮ ମୃତ, ୬.୭୧ ଲକ୍ଷ ଲୋକ ପ୍ରଭାବିତ

ଗୁଆହାଟୀ : ଆସାମରେ ସମ୍ପ୍ରତି ବନ୍ୟା ପରିସ୍ଥିତି ଗମ୍ଭୀର ରହିବା ସହିତ ଏଥିରେ ପ୍ରାୟ ୩୮ଜଣଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ବନ୍ୟା ଯୋଗୁଁ ୬.୭୧ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି । ଚାଷ ଜମି ଜଳମଗ୍ନ ହେବା ସହ ୨୨୦୮ ଗାଁ ବନ୍ୟାରେ ପ୍ରଭାବିତ ହୋଇଛି। ମଙ୍ଗଳବାର ଭାରତୀୟ ବାୟୁସେନା ଗୁରୁତର ଭାବରେ ପ୍ରଭାବିତ ଦିବ୍ରୁଗଡ ଜିଲାରେ ବନ୍ୟା ଘେରରେ ଫସି ରହିଥିବା ୧୩ ଜଣ ମତ୍ସ୍ୟଜୀବୀଙ୍କୁ ଉଦ୍ଧାର କରିଛି । ରାଜ୍ୟରେ ବ୍ରହ୍ମପୁତ୍ର ସମେତ ୧୩ଟି ବୃହତ ନଦୀରେ ଜଳସ୍ତର ଏକାଧିକ ସ୍ଥାନରେ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି । ଇତିମଧ୍ୟରେ ରାଜ୍ୟରେ ପ୍ରବଳ ବର୍ଷା ହେବାନେଇ ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଛି । ରାଜ୍ୟରେ ଆସାମ ବିପର୍ଯ୍ୟୟ ପ୍ରଶମନ ବାହିନୀ, ଏନଡିଆରଏଫ୍‌, ଅର୍ଦ୍ଧସାମରିକ ବାହିନୀ ଯବାନ ଏବଂ ବାୟୁସେନାକୁ ଉଦ୍ଧାର ଓ ରିଲିଫ କାର୍ଯ୍ୟରେ ନିୟୋଜିତ କରାଯାଇଛି । ରାଜ୍ୟର ବିଭିନ୍ନ ବନ୍ୟା ପ୍ରଭାବିତ ଜିଲାଗୁଡିକରେ ୭୨ଟି ରିଲିଫ ଶିବିର ଖୋଲାଯାଇଥିବାବେଳେ ସେଥିରେ ପ୍ରାୟ ୮୧୪୨ ଜଣ ଆଶ୍ରୟ ନେଇଛନ୍ତି ।

Hot this week

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

Related Articles

Popular Categories