www.samajalive.in
Saturday, December 6, 2025
16.1 C
Bhubaneswar

ବଦଳିବ ଲୋକସେବା ଭବନ ଭିତର ଚିତ୍ର

ଭୁବନେଶ୍ୱର: ଲୋକସେବା ଭବନରୁ ଖାରବେଳ ଭବନକୁ ୧୧ଟି ବିଭାଗ ସ୍ଥାନାନ୍ତର ହୋଇଛି। ଅଧିକାଂଶ କୋଠରୀ ଶୂନ୍ୟ ପଡ଼ିଥିବାବେଳେ ଗହଳି କମିଯାଇଛି। ଏହି ଶୁନ୍ୟତାକୁ ପୂରଣ କରି କିଭଳି ପୁଣିଥରେ ଚମକ ଅଣାଯାଇ ପାରିବ ସେଥି ପାଇଁ ସରକାରୀସ୍ତରରେ ଉଦ୍ୟମ ଆରମ୍ଭ ହୋଇଛି। ବିଭାଗୀୟ ମନ୍ତ୍ରୀ ଓ ତାଙ୍କ ସଚିବଙ୍କ ଦାବିକ୍ରମେ ସରକାରଙ୍କ ପକ୍ଷରୁ ଖାଲିସ୍ଥାନକୁ ବଣ୍ଟନ କରାଯାଇଛି। ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି।
ବିଜ୍ଞପ୍ତିନାମା ଅନୁଯାୟୀ ଲୋକସେବା ଭବନରୁ ୧୧ଟି ବିଭାଗ ଖାରବେଳ ଭବନକୁ ସ୍ଥାନାନ୍ତର ପରେ ଏବେ ଉକ୍ତ ସ୍ଥାନକୁ କିଏ ଅକ୍ତିଆର କରିବ ସେନେଇ ସରକାରଙ୍କ ପକ୍ଷରୁ ତିନୋଟି କମିଟି ଗଠନ କରାଯାଇଛି। ରେଡ ବିଲ୍ଡିଂ ପାଇଁ ପଞ୍ଚାୟତିରାଜ ସଚିବ ଡିକେ ସିଂ ମୁଖ୍ୟ ରହିଥିବାବେଳେ ଏଥିରେ ମତ୍ସ୍ୟ ଓ ପଶୁସମ୍ପଦ ସଚିବ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ ସଚିବ ସଭ୍ୟ ରହିଛନ୍ତି। ସେହିପରି ଖଣି ଓ ଇସ୍ପାତ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ସଲଗ୍ନ କୋଠାର ଖାଲିସ୍ଥାନ ପାଇଁ କମିଟି ଗଠନ ହୋଇଛି। କମିଟିରେ ସଂସ୍କୃତି, ଉଚ୍ଚଶିକ୍ଷା, ସମବାୟ, ଅବକାରୀ ଓ ଗଣଶିକ୍ଷା ସଚିବ ସଭ୍ୟ ରହିଛନ୍ତି। ମୁଖ୍ୟ କୋଠାର ଖାଲିସ୍ଥାନ ପାଇଁ ରାଜସ୍ବ ବିଭାଗ ପ୍ରମୁଖ ସଚିବଙ୍କ ଅଧ୍ୟକ୍ଷତାରେ ଗଠିତ କମିଟିରେ ଅନୁସୂଚିତ ଜାତି ଓ ଜନଜାତି, ଖାଦ୍ୟ ଯୋଗାଣ, ପୂର୍ତ୍ତ, ସ୍ବାସ୍ଥ୍ୟ ଓ ମିଶନ ଶକ୍ତି ସଚିବ ସଭ୍ୟ ରହିଛନ୍ତି। ଏହି କମିଟିର ନିଷ୍ପତ୍ତି ଅନୁଯାୟୀ ଲୋକସେବା ଭବନରେ ଥିବା ୧୯ଟି ବିଭାଗ ମଧ୍ୟରେ ଖାଲିଥିବା ୪୫ହଜାର ବର୍ଗଫୁଟ ବଣ୍ଟନ କରାଯିବ। ତେବେ ସେଥିମଧ୍ୟରୁ ସର୍ବାଧିକ ସ୍ଥାନ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗକୁ ମିଳିଥିଲେ ହେଁ ବିଭାଗ କର୍ମଚାରୀ ଖୁସି ନଥିବା ଜଣାଯାଇଛି। ଗଣଶିକ୍ଷା ବିଭାଗ ପକ୍ଷରୁ ଶକ୍ତି ବିଭାଗର ସ୍ଥାନକୁ ପ୍ରାଥମିକତା ଦେଇଥିଲା। ହେଲେ ସଂପୃକ୍ତ ବିଭାଗକୁ ତଳ ମହଲା ନଗର ଉନ୍ନୟନ ବିଭାଗର ଖାଲି ସ୍ଥାନ ମିଳିଛି।
ସୂଚନା ଅନୁଯାୟୀ ଗଣଶିକ୍ଷା ବିଭାଗକୁ ୫ ହଜାର ୩୫୬ ବର୍ଗଫୁଟ ସ୍ଥାନ ମିଳିଥିବାବେଳେ ଅନୁସୂଚିତ ଜାତି ଓ ଜନଜାତି ବିଭାଗକୁ ୪୭୧୦ ବର୍ଗଫୁଟ ସ୍ଥାନ ମିଳିଛି। ସେହିପରି ସମବାୟ ବିଭାଗକୁ ୩୭୨୧ବର୍ଗଫୁଟ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗକୁ ୩୬୦୦, ପଞ୍ଚାୟତିରାରଜକୁ ୩୦୮୯ ବର୍ଗଫୁଟ, ମହିଳା ଓ ଶିଶୁ ବିକାଶ ବିଭାଗକୁ ୧୦୦୦, ମତ୍ସ୍ୟ ଓ ପଶୁପାଳନ ବିଭାଗକୁ ୮୧୧, ଇସ୍ପାତ ଓ ଖଣି ବିଭାଗକୁ ୧୯୫୭ବର୍ଗ ଫୁଟ ପ୍ରଥମ ମହଲାରେ ଓ ଦ୍ୱିତୀୟ ମହଲାରେ ୧୯୦୧ ବର୍ଗ ଫୁଟ, ଅବକାରୀ ବିଭାଗକୁ ୨୨୦୫, ସାଧାରଣ ଉଦ୍ୟୋଗକୁ ପ୍ରଥମ ମହଲାରେ ୧୫୮୪ ଓ ତୃତୀୟ ମହଲାରେ ୭୦୩ ବର୍ଗଫୁଟ ସ୍ଥାନ ମିଳିଛି।
ଏହାବ୍ୟତୀତ ଓଡ଼ିଆ ଭାଷା ଓ ସଂସ୍କୃତି ବିଭାଗକୁ ଦ୍ୱିତୀୟ ମହଲାରେ ୨୬୬୭ ବର୍ଗଫୁଟ ଓ ଉତ୍ତର ଟାୱାର ତୃତୀୟ ମହଲାରେ ୮୯୭ ବର୍ଗଫୁଟ, ଉଚ୍ଚଶିକ୍ଷା ବିଭାଗକୁ ପ୍ରଥମ ମହଲାରେ ୯୫୩ ବର୍ଗଫୁଟ ଓ ଦ୍ୱିତୀୟ ମହଲାରେ ୨୦୧୩ ବର୍ଗଫୁଟ, ଖାଦ୍ୟ ଯୋଗାଣକୁ ୧୬୭୬, ପୂର୍ତ୍ତ ବିଭାଗକୁ ୧୭୪୨, ରାଜସ୍ୱ ବିଭାଗକୁ ୨୬୦, ସ୍ୱାସ୍ଥ୍ୟ ବିଭାଗକୁ ୧୮୮୮ ଓ ମିଶନ ଶକ୍ତିକୁ ୨୦୦୦ ବର୍ଗଫୁଟ ସ୍ଥାନ ମିଳିଛି।

Hot this week

ଖଣି ଅଧିକାରୀଙ୍କ ଠାରୁ ୩ଟ୍ରକ ଛଡାଇ ନେଲେ ମାଫିଆ

ସୋର: ଖଣି ବିଭାଗ ଠାରୁ ଛଡାଇ ନେଲେ ତିନି ଟ୍ରକ ।...

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

Related Articles

Popular Categories