www.samajalive.in
Saturday, December 6, 2025
15.1 C
Bhubaneswar

ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ପାଇବେ ଇଟାଲୀୟ ଗୋଲ୍‌ଡେନ୍‌ ବାଲୁକା କଳା ପୁରସ୍କାର

ପୁରୀ: ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ଇଟାଲୀୟ ଅନ୍ତର୍ଜାତୀୟ ବାଲୁକା କଳା ପରସ୍କାର ୨୦୧୯ ପାଇବା ପାଇଁ ମନୋନୀତ ହୋଇଛନ୍ତି। ଇଟାଲୀରେ ଚଳିତ ମାସ ୧୩ରୁ ୧୮ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ଆନ୍ତର୍ଜାତିକ ସ୍କୋରାନା ସ୍ୟାଣ୍ଡ ନାଟିଭିଟି ଉତ୍ସବରେ ଏହି ପୁରସ୍କାର ଦିଆଯିବ। ସୁଦର୍ଶନ ଏହି ଉତ୍ସବରେ ଭାରତର ପ୍ରତିନିଧିତ୍ବ କରିବେ। ୮ ଜଣ ବାଲୁକା ଶିଳ୍ପୀ ଆନ୍ତର୍ଜାତିକ ସ୍କୋରାନା ସ୍ୟାଣ୍ଡ ନାଟିଭିଟି ଉତ୍ସବରେ ଅଂଶ ଗ୍ରହଣ କରିବେ। ଏ ନେଇ ତାଙ୍କୁ ଆୟୋଜକ କମିଟି ଅଧ୍ୟକ୍ଷ ଜଣାଇଥିବା ଜଣାପଡିଛି।

ଏହି ସମ୍ମାନଜନକ ପୁରସ୍କାର ପାଇଁ ମନୋନୀତ ହୋଇଥିବାରୁ ସୁଦର୍ଶନ କହିଛନ୍ତି ଯେ ସେ ଇଟାଲୀରେ ଆୟୋଜିତ ହେବାକୁ ଥିବା ଉତ୍ସବରେ ଯୋଗ ଦେବେ। ବାଲୁକା କଳା ମାଧ୍ୟମରେ ବିଭିନ୍ନ ସାମାଜିକ ବାର୍ତ୍ତା ଦେଉଥିବା ସୁଦର୍ଶନ ପଟ୍ଟନାୟକ ୬୦ରୁ ଅଧିକ ଆନ୍ତର୍ଜାତିକ ବାଲୁକା କଳା ଉତ୍ସବରେ ଅଂଶଗ୍ରହଣ କରି ମାନ ସମ୍ମାନ ସହ ଦେଶ ପାଇଁ ଖ୍ୟାତି ଅର୍ଜନ କରିଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories