www.samajalive.in
Monday, December 15, 2025
14.1 C
Bhubaneswar

ଲୋକସଭା ପୁଣି ମୁଲତବୀ, ବିରୋଧୀ ନିରାଶ

ନୂଆଦିଲ୍ଲୀ : ମଙ୍ଗଳବାର ଲୋକସଭାରେ ବିରୋଧୀ ଦଳ ସଦସ୍ୟଙ୍କ ପ୍ରବଳ ହଟ୍ଟଗୋଳ ଯୋଗୁଁ ବାଚସ୍ପତି ସୁମିତ୍ରା ମହାଜନ ଗୃହକୁ ମୁଲତବୀ ଘୋଷଣା କରିଛନ୍ତି। ଏଥିଯୋଗୁଁ କେନ୍ଦ୍ର ସରକାରଙ୍କ ବିରୋଧରେ ଆଗତ ଅନାସ୍ଥା ପ୍ରସ୍ତାବ ଉପରେ କୌଣସି ଆଲୋଚନା ସମ୍ଭବ ହୋଇପାରିନାହିଁ। ଅପରପକ୍ଷରେ ବିରୋଧୀ ଦଳ ସଦସ୍ୟମାନେ ଅଭିନବ ଉପାୟରେ ଗୃହରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଅନାସ୍ଥା ପ୍ରସ୍ତାବ ନୋଟିସ ଆଗତ କରିବା ସହ ଆଲୋଚନା ନିମନ୍ତେ ଅତିକମରେ ୫୦ ଜଣ ସଦସ୍ୟଙ୍କ ସମର୍ଥନ ଜରୁରୀ ହୋଇଥାଏ। ତେଣୁ କଂଗ୍ରେସ, ବାମଦଳ ଓ ଅନ୍ୟ ବିରୋଧୀ ଦଳର ସାଂସଦମାନେ ହାତରେ ୧ରୁ ୮୦ ପର୍ଯ୍ୟନ୍ତ ସଂଖ୍ୟା ଲେଖା ଥିବା ପ୍ଲାକାର୍ଡ ଧରିଥିଲେ। ଶୂନ୍ୟକାଳ ଆରମ୍ଭ ହେବାମାତ୍ରେ ଏଆଇଏଡିଏମକେ ସାଂସଦମାନେ ଗୃହର ମଧ୍ୟଭାଗକୁ ଆସି କାବେରୀ ଜଳ ପରିଚାଳନା ବୋର୍ଡ ଗଠନ ପ୍ରସଙ୍ଗରେ ପାଟିତୁଣ୍ଡ କରିଥିଲେ। ଏହି ସମୟରେ ଅନ୍ୟ ବିରୋଧୀ ଦଳ ସାଂସଦମାନେ ଅନାସ୍ଥା ପ୍ରସ୍ତାବ ଉପରେ ତୁରନ୍ତ ଆଲୋଚନା କରାଯାଉ ବୋଲି ଦାବି କରିଥିଲେ। ବାଚସ୍ପତି କହିଥିଲେ ଯେ ବିଭିନ୍ନ ଦଳ ପକ୍ଷରୁ ଆଗତ ଅନାସ୍ଥା ପ୍ରସ୍ତାବ ନୋଟିସ ତାଙ୍କର ହସ୍ତଗତ ହୋଇଛି, ତେବେ ଗୃହରେ ଅଚଳାବସ୍ଥା ଲାଗିଥିବା ପର୍ଯ୍ୟନ୍ତ ଏହା ଉପରେ କୌଣସି ଆଲୋଚନା ହୋଇପାରିବ ନାହିଁ। ସାଂସଦଙ୍କୁ ନିଜ ଆସନକୁ ଫେରିଯାଇ ଶାନ୍ତିଶୃଙ୍ଖଳା ରକ୍ଷା କରିବାକୁ ବାଚସ୍ପତି ବାରମ୍ବାର ନିବେଦନ କରିଥିଲେ ସୁଦ୍ଧା କୌଣସି ସୁଫଳ ମିଳିନଥିଲା।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories