www.samajalive.in
Sunday, December 14, 2025
19.1 C
Bhubaneswar

ପ୍ରାପ୍ତ ବୟସ୍କଙ୍କ ସ୍ୱଇଚ୍ଛା ବିବାହରେ ହସ୍ତକ୍ଷେପ ବେଆଇନ : ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : ପ୍ରାପ୍ତ ବୟସ୍କ ଯୁବକ ଏବଂ ଯୁବତୀଙ୍କ ସହମ୍ମତି ଭିତ୍ତିକ (ସ୍ୱଇଚ୍ଛା) ବିବାହରେ ହସ୍ତକ୍ଷେପ ବେଆଇନ୍‌ । ଏହା ଉପରେ ହସ୍ତକ୍ଷେପ କରିବାର କାହାର ଅଧିକାର ନାହିଁ ବୋଲି ମଙ୍ଗଳବାର ଖାପ୍‌ ପଞ୍ଚାୟତ ପ୍ରସଙ୍ଗରେ ଶୁଣାଣି କରି ସୁପ୍ରିମକୋର୍ଟ କହିଛନ୍ତି । ପ୍ରାପ୍ତ ବୟସ୍କ ଯୁବକ ଏବଂ ଯୁବତୀଙ୍କ ସହମ୍ମତି ଭିତ୍ତିକ ବିବହାରେ କୌଣସି ବ୍ୟକ୍ତି, ପଞ୍ଚାୟତ ଓ ସମାଜ ପ୍ରଶ୍ନ ଉଠାଇପାରିବ ନାହିଁ ବୋଲି ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଦୀପକ ମିଶ୍ର, ବିଚାରପତି ଏମ୍‌. କେ. ଖାନ୍‌ୱିଲକର ଏବଂ ବିଚାରପତି ଡି. ୱାଇ. ଚନ୍ଦ୍ରଚୂଡଙ୍କୁ ନେଇ ଗଠିତ ଖଣ୍ଡପୀଠ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି । ସ୍ୱେଚ୍ଛାସେବୀ ସଂସ୍ଥା ‘ଶକ୍ତି ବାହିନୀ’ ପକ୍ଷରୁ ଅନର କିଲିଂ (ସମ୍ମାନ ରକ୍ଷା ପାଇଁ ହତ୍ୟା) ଓ ପ୍ରେମ ବିବହା ଉପରେ ଖାପ୍‌ ପଞ୍ଚାୟତର ହସ୍ତକ୍ଷେପ ବିରୋଧରେ ସୁପ୍ରିମକୋର୍ଟରେ ଆବେଦନ କରାଯାଇଛି । ଏ କ୍ଷେତ୍ରରେ ଯେପର୍ଯ୍ୟନ୍ତ କେନ୍ଦ୍ର ସରକାର ନୂଆ ଆଇନ ନ ଆଣିଛନ୍ତି ସେ ପର୍ଯ୍ୟନ୍ତ ଅଦାଲତ ରାୟ ବଳବତ୍ତର ରହିବ ବୋଲି ଖଣ୍ଡପୀଂ ରାୟ ଦେଇଛନ୍ତି। ଏଥିସହ ଖାପ୍‌ ପଞ୍ଚାୟତକୁ ନିଷେଧ ଘୋଷଣା କରିବା ଦିଗରେ ପଦକ୍ଷେପ ନେବାକୁ ଖଣ୍ଡପୀଠ କେନ୍ଦ୍ରକୁ ନିର୍ଦେଶ ଦେଇଛନ୍ତି । ଉଲ୍ଲେଖ ଯେ, କେତେକ ଗ୍ରାମାଞ୍ଚଳରେ ଖାପ୍‌ ପଞ୍ଚାୟତ ଅର୍ଦ୍ଧ-ନ୍ୟାୟିକ ପ୍ରତିଷ୍ଠାନ ଭଳି କାର୍ଯ୍ୟ କରିଥାଏ । ପ୍ରେମ ବିବାହ କରୁଥିବା ଦମ୍ପତିଙ୍କୁ ପରିବାରର ସମ୍ମାନ ନାମରେ ଏହି ପଞ୍ଚାୟତ ହତ୍ୟା କରିବା ଭଳି ବହୁ ଘଟଣା ଲୋକଲୋଚନକୁ ଆସିବା ପରେ ଖାପ ପଞ୍ଚାୟତ ବିରୋଧରେ ‘ଶକ୍ତିବାହିନୀ’ ନାମକ ଏକ ସ୍ୱେଚ୍ଛାସେବୀ ସଂସ୍ଥା ସୁପ୍ରିମକୋର୍ଟର ଆବେଦନ କରିଥିଲେ ।

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories