mission shakti banner

୪ ହଜାର ମାମଲା ଫଇସଲା

BSKY banner  750×100
0

କଟକ : ଓଡ଼ିଶା ରାଜ୍ୟ ଆଇନ ସେବା ପ୍ରାଧିକରଣ ପକ୍ଷରୁ ଆୟୋଜିତ ରାଷ୍ଟ୍ରୀୟ ଲୋକ ଅଦାଲତରେ ସମଗ୍ର ରାଜ୍ୟରେ ୩ ହଜାର ୯୪୨ଟି ମାମଲାର ଆପୋଷ ବୁଝାମଣା କରାଯାଇ ଫଇସଲା ହୋଇଛି। ଜୋରିମାନା ଓ କ୍ଷତି ପୂରଣ ବାବଦରେ ୪୧୪ କୋଟି ୧୦ ଲକ୍ଷ ୫୬ ହଜାର ୯୫୪ ଟଙ୍କା ଆଦାୟ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏହି ଲୋକ ଅଦାଲତରେ ଉଭୟ ବିଚାରାଧୀନ ଓ ପ୍ରାକ୍-ମୋକଦ୍ଦମା ସ୍ତରୀୟ ସମାଧାନ ଯୋଗ୍ୟ ମାମଲାର ଫଇସଲା କରାଯାଇଛି। ଫୌଜଦାରୀ, ଦେୱାନୀ, ଚେକ୍ ବାଉନ୍ସ ମାମଲା, ମୋଟର ଦୁର୍ଘଟଣା ଜନିତ କ୍ଷତିପୂରଣ ମାମଲା, ବ୍ୟାଙ୍କ ଋଣ, ପାରିବାରିକ ଓ ବୈବାହିକ ମାମଲା, ରାଜସ୍ୱ ମାମଲା, ଶ୍ରମିକ ସମ୍ପର୍କିତ ମାମଲା, ଚାକିରି ଓ ଅବସର ବକେୟା ପ୍ରାପ୍ୟ ସଂକ୍ରାନ୍ତୀୟ ମାମଲା, ବିଦ୍ୟୁତ୍‍ ଓ ଜଳ ଯୋଗାଣ ଦେୟ ସଂପର୍କିତ ବିବାଦ, ଜମି ଅଧିଗ୍ରହଣ ସମ୍ବନ୍ଧୀୟ ମାମଲା, ରେଳବାଇ ଆଇନ, ମୋଟର ଯାନ ସଂପର୍କିତ ମାମଲା ଗୁଡିକର ଶୁଣାଣି କରାଯାଇ ଆପୋଷ ସହମତି ଆଧାରରେ ଫଇସଲା କରାଯାଇଛି। ପ୍ରାକ୍ ମୋକଦ୍ଦମା ସ୍ତରୀୟ ୩୯ହଜାର ୧୦୧ଟି ମାମଲା ମଧ୍ୟରୁ ୨ ହଜାର ୨୦୫ଟି ମାମଲା ଏହି ରାଷ୍ଟ୍ରିୟ ଲୋକ ଅଦାଲତରେ ଫଇସଲା କରାଯାଇଥିଲା।
ସେହିଭଳି ୩୫ ହଜାର ୯୧୦ଟି ବିଚାରାଧୀନ ମାମଲା ମଧ୍ୟରୁ ୩ହଜାର ୧୧୭ଟି ମାମଲା ଆପୋଷ ବୁଝାମଣାରେ ଫୈସଲା କରାଯାଇଛି ବୋଲି ରାଜ୍ୟ ଆଇନସେବା ପ୍ରାଧିକରଣ ସଦସ୍ୟ ସଚିବ ବାଳକୃଷ୍ଣ ମହାପାତ୍ର ସୂଚନା ଦେଇଛନ୍ତି। ତେବେ ପ୍ରାଧିକରଣର ଉପ ସଚିବ ଦୀପକ ରଞ୍ଜନ ସାହୁ, ସହକାରୀ ସଚିବ ନିହାର ରଞ୍ଜନ ଲେଙ୍କା ଓ ଅଧିକ୍ଷକ କମଳାକାନ୍ତ କର ପ୍ରମୁଖ ରାଷ୍ଟ୍ରିୟ ଲୋକ ଅଦାଲତ ଆୟୋଜନରେ ସହଯୋଗ କରିଥିଲେ।

Leave A Reply