www.samajalive.in
Monday, December 15, 2025
15.1 C
Bhubaneswar

୭ ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେପି

ନୂଆଦିଲ୍ଲୀ : ଦିଲ୍ଲୀ, ମଧ୍ୟପ୍ରଦେଶ, ପଞ୍ଜାବ ଏବଂ ଉତ୍ତରପ୍ରଦେଶର ୭ ଲୋକସଭା ଆସନ ପାଇଁ ରବିବାର ବିଜେପି ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି।
ମଧ୍ୟପ୍ରଦେଶ ଇନ୍ଦୋର ଲୋକସଭା ଆସନରୁ ଶଂକର ଲାଲୱାନିଙ୍କୁ ପ୍ରାର୍ଥୀ କରାଯାଇଛି। ଇନ୍ଦୋରର ବର୍ତ୍ତମାନର ସାଂସଦ ତଥା ଲୋକସଭା ବାଚସ୍ପତି ସୁମିତ୍ରା ମାହାଜନ ନିର୍ବାଚନ ଲଢିବେ ନାହିଁ ବୋଲି ଘୋଷଣା କରିଥିଲେ। ଫଳରେ ପ୍ରାର୍ଥୀ ଚୟନକୁ ନେଇ ବିଜେପିରେ ଦ୍ୱନ୍ଦ୍ୱ ଲାଗି ରହିଥିଲା। ବିଜେପି ସାଧାରଣ ସମ୍ପାଦକ କୈଳାସ ବିଜୟଭର୍ଗୀୟ ମଧ୍ୟ ଏହି ଆସନରୁ ନିର୍ବାଚନ ଲଢିବାକୁ ମନା କରିଦେଇଥିଲେ। ଦୀର୍ଘ ଦିନର ମନ୍ଥନ ପରେ ଇନ୍ଦୋରରୁ ଶଂକର ଲାଲୱାନିଙ୍କୁ ବିଜେପି ଟିକେଟ୍‍ ଦେବାକୁ ଚୂଡ଼ାନ୍ତ କରିଛି। ଏପଟେ କଂଗ୍ରେସ ଇନ୍ଦୋର ଲୋକସଭା ଆସନ ପାଇଁ ପଙ୍କଜ ସିଂଘଭୀଙ୍କୁ ପ୍ରାର୍ଥୀ କରିଛି।
ସେହିପରି ଦିଲ୍ଲୀର ଉତ୍ତର-ପୂର୍ବ ଲୋକସଭା ଆସନରୁ ମନୋଜ ତିୱାରୀ, ଚାନ୍ଦିନୀ ଚୌକରୁ କେନ୍ଦ୍ର ମନ୍ତ୍ରୀ ହର୍ଷବର୍ଦ୍ଧନ, ପଶ୍ଚିମ ଦିଲ୍ଲୀରୁ ପ୍ରବେଶ ଭର୍ମା, ଦକ୍ଷିଣ ଦିଲ୍ଲୀରୁ ରମେଶ ବିଘୁଡ଼ୀଙ୍କୁ ପ୍ରାର୍ଥୀ କରାଯାଇଛି। ବିଜେପି ଦିଲ୍ଲୀର ସମସ୍ତ ଆସନରେ ବର୍ତ୍ତମାନର ସାଂସଦଙ୍କୁ ଟିକେଟ୍‍ ଦେଇଛି।
ପଞ୍ଜାବ ଅମୃତସର ଲୋକସଭା ଆସନ ପାଇଁ ହରଦୀପ ପୁରୀଙ୍କୁ ଓ ଉତ୍ତରପ୍ରଦେଶର ଘୋସି ଲୋକସଭା ଆସନରୁ ହରିୟାଣାର ରାଜଭରଙ୍କୁ ପ୍ରାର୍ଥୀ କରାଯାଇଛି। ହରଦୀପ ପୁରୀ ଏବେ ରାଜ୍ୟସଭା ସାଂସଦ ଏବଂ କେନ୍ଦ୍ର ମନ୍ତ୍ରୀ ଅଛନ୍ତି। କଂଗ୍ରେସ ଅମୃତସର ଲୋକସଭା ଆସନ ପାଇଁ ଗୁରଜିତ ସିିଂହ ଉଜ୍ୱଲାଙ୍କୁ ପ୍ରାର୍ଥୀ କରିଛି। ୨୦୧୪ ଲୋକସଭା ନିର୍ବାଚନରେ ଅମୃତସରରୁ କେନ୍ଦ୍ର ମନ୍ତ୍ରୀ ଅରୁଣ ଜେଟଲୀ ନିର୍ବାଚନ ଲଢିଥିଲେ। ମାତ୍ର ସେ କଂଗ୍ରେସ ପ୍ରାର୍ଥୀ କ୍ୟାପ୍ଟେନ ଅମରିନ୍ଦର ସିଂହଙ୍କଠାରୁ ହାରିଯାଇଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories