www.samajalive.in
Wednesday, December 10, 2025
17.1 C
Bhubaneswar

ପ୍ରାପ୍ୟ ନ ପାଇ ଦୁର୍ଦ୍ଦଶାରେ ଅବସରପ୍ରାପ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ

ଲୋଇସିଂହା : ବ୍ଳକ୍‍ ବିଡିଓ ଠାନୁ ନେଇ କରି ରାଜ୍ୟର ସେକ୍ରେଟେରୀ ତକ ଆର୍ ଆମର୍‍ ଲୋଇସିଂହା ଏମେଲେ ଠାନୁ ନେଇକରି ମୁଖ୍ୟମନ୍ତ୍ରୀ ନବୀନ୍ ପଟ୍ଟନାୟକ ତକ୍ ଗୁହାରି କଲି। କିହେ ବି ମୋର୍ ଗୁହାରି ଶୁଣିଲେ ନାହିଁ । ଶେଷେ ଘର ଡିହି ଖଁଡ୍‍କ ବିକି କରି ଲାଗ ଉଧାର ସୁଝି ଦେମି। ଆର କୁଟୁମ୍‍ ର ଦୁଃଖ ଦେଖି ନାଇ ପାରେ, ଜୀବନ ହାରି ଦେମି ବୋଲି ଶୋକ ଭରା କଣ୍ଠରେ କହି କାନ୍ଦି ପକାଇଛନ୍ତି ପୂର୍ବ କାର୍ଯ୍ୟନିର୍ବାହୀ ଅଧିକାରୀ ସଂଙ୍କର୍ଷଣ ସ୍ୱାଇଁ।

ସୂଚନା ଅନୁଯାୟୀ , ସଂଙ୍କର୍ଷଣ ଗତ ୧୯୮୪ ମସିହାରୁ ୨୦୦୯ ପର୍ଯ୍ୟନ୍ତ ଲୋଇସିଂହା ବ୍ଳକ ହିରାପୁର ଗ୍ରାମ ପଂଚାୟତ ର ସଂପାଦକ ଏବଂ ତା ପର ଠାରୁ ପଦୋନ୍ନତି ପାଇ କାର୍ଯ୍ୟନିର୍ବହୀ ଅଧିକାରୀ ଭାବରେ ବିଭିନ୍ନ ପଂଚାୟତରେ କାର୍ଯ୍ୟ କରି ଆସିଥିଲେ। ଏହାପରେ ୨୦୧୭ ଫେବୃୟାରୀ ୨୮ ତାରିଖରେ ୬୦ ବର୍ଷ ବୟସରେ ଅବସର ଗ୍ରହଣ କରିଥିଲେ। ୨ବର୍ଷର ଦରମା ପାଇ ନ ଥିବା ଏବଂ ଅବସର ପରେ ଗ୍ରାଚ୍ୟୁଟି ଅର୍ଥ ପାଇ ନ ଥିବା ଯୋଗୁଁ ବାରମ୍ବାର ବ୍ଳକ କାର୍ଯ୍ୟାଳୟ, ଉପ ଜିଳ୍ଳାପାଳ, ଜିଳ୍ଳାପାଳଙ୍କ କାର୍ଯ୍ୟଳୟ କୁ ଧାଇଁ ଧାଇଁ ନିରାଶ ହେବା ପରେ ଅନେକ ଥର ଭୂବନେଶ୍ୱର ଯାଇ ବିଭାଗୀୟ ସେକ୍ରେଟେରୀ ଙ୍କୁ ନିଜର ଦୁଃଖ ଜଣାଇଲେ। ନିଜର ପ୍ରାପ୍ୟ ନ ପାଇ ଖର୍ଚ୍ଚାନ୍ତ ହୋଇ କୌଣସି ସୁଫଳ ନ ପାଇବାରୁ ସହଯୋଗ ଆଶାରେ ସ୍ଥାନୀୟ ବିଧାୟକ ଙ୍କୁ ମଧ୍ୟ ଦୁଃଖ ଜଣାଇବା ପରେ ଲିଖିତ ଭାବରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କୁ ଗୁହାରୀ କଲେ। କିନ୍ତୁ ବର୍ତମାନ ସୁଦ୍ଧା ତାଙ୍କ ପାଉଣା ତ ଦୂରର କଥା ଆଶ୍ୱାଶନା ଟିକିଏ ବି ପାଇ ପାରିଲେ ନାହିଁ। ଘରେ ପଂଚପ୍ରାଣୀ କୁଟୁମ୍ବ। ନିଜର ପାଉଣା ପାଇ ଥିଲେ କିଛି ବ୍ୟବସାୟ କରି ସେମାନଙ୍କ ମୁହଁରେ ଆହାର ଦେଇଥାନ୍ତେ। ମାତ୍ର ସେତକ ତ ହେଲା ନାହିଁ କିଛି ନ ଥିବାରୁ ଧାର ଉଧାର କରି ୩ ବର୍ଷ ହେଲା ଚଳି ଆସୁଛନ୍ତି। ଧାର ସୁଝି ପାରୁ ନ ଥିବା ଯୋଗୁଁ ଏବେ ସେ ରାସ୍ତାରେ ମଧ୍ୟ ଚାଲି ନ ପାରି ହଟହଟା ହେଉଥିବା ଯୋଗୁଁ ତାଙ୍କ ପୈତୃକ ଘର ଡିହ ଟିକକ ବିକ୍ରୀ କରି ଧାର ସୁଝିବା ପାଇଁ ସିଦ୍ଧାନ୍ତ ନେଇଛନ୍ତି। ସାରା ଜୀବନ ସେବା କରି ଲୋକ ପ୍ରିୟ ସରକାର ଙ୍କ ଠାରୁ ନ୍ୟାୟ ପାଇବେ ବୋଲି ଭରଷା ଥିଲା। ଆଉ କାହା ପାଖକୁ ଧାଇଁ ବାକୁ ବଳ କିମ୍ବା ଅର୍ଥ ନାହିଁ। ସରକାରଙ୍କ ଠାରୁ ନିରାଶ ହେବା ପରେ ଆଉ କାହାକୁ ଦୋଷ ନ ଦେଇ ଏହା ମୋର ଦୁର୍ଭାଗ୍ୟ ବୋଲି ସେ ଦୁଃଖରେ କାନ୍ଦି ପକାଇଛନ୍ତି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories