ନୂଆଦିଲ୍ଲୀ : ସ୍ୱଳ୍ପକାଳୀନ କୋଭିଡ୍ କଟକଣା କରୋନା ସଂକ୍ରମଣ ରୋକିବାରେ ବିଶେଷ ସହାୟକ ହେବ ନାହିଁ ଏଥିପାଇଁ ଅତି କମରେ ୧୪ ଦିନ ନିମନ୍ତେ ଲକଡାଉନ୍ ବା ଗୃହ ମଧ୍ୟରେ ଆବଦ୍ଧ ହୋଇ ରହିବାକୁ ପଡ଼ିବ ବୋଲି ନୂଆଦିଲ୍ଲୀସ୍ଥିତ ଏମସ୍ ନିର୍ଦ୍ଦେଶକ ଡକ୍ଟର ରଣଦୀପ ଗୁଲେରିଆ କହିଛନ୍ତି। ତେବେ ଯାଇ କରୋନା ଭୂତାଣୁ ସଂକ୍ରମଣ ଶୃଙ୍ଖଳକୁ ଭଙ୍ଗାଯାଇ ପାରିବ।
ଡକ୍ଟର ଗୁଲେରିଆ କହିଛନ୍ତି, ଭାରତରେ ଆରୋଗ୍ୟ ହାର ବୃଦ୍ଧି ପାଇବାରେ ଲାଗିଛି ଏବଂ ମୃତ୍ୟୁ ହାର ମଧ୍ୟ ହ୍ରାସ ପାଇବାରେ ଲାଗିଛି। ଦେଶର ମହାନଗରୀ ଗୁଡ଼ିକରେ ଆସନ୍ତା କିଛି ସପ୍ତାହ ମଧ୍ୟରେ ନୂଆକରି ସଂକ୍ରମିତ ହେଉଥିବା ଲୋକମାନଙ୍କ ସଂଖ୍ୟା ମଧ୍ୟ ହ୍ରାସ ପାଇବ। କିନ୍ତୁ ମୋଟାମୋଟି ସଂକ୍ରମଣ ହ୍ରାସ ପାଇବା ପାଇଁ ଆଉ କିଛି ଅଧିକ ସମୟ ଲାଗିପାରେ ବୋଲି ସେ କହିଛନ୍ତି।



