www.samajalive.in
Sunday, December 14, 2025
26.1 C
Bhubaneswar

ସାଉଦି ଆରବରେ ଓଡିଆ ଶ୍ରମିକ ମୃତ ; ଦେଢ ମାସ ପରେ ଫେରିଲା ମୃତଦେହ

ବାଣପୁର : ପରିବାର ପ୍ରତିପୋଷଣ ପାଇଁ ରୋଜଗାର ଆଶାରେ ସାଉଦି ଆରବ ଯାଇଥିବା ଜଣେ ଓଡିଆ ଶ୍ରମିକଙ୍କର ସେଠାରେ ମୃତ୍ୟୁ ହୋଇଯାଇଛି। କରୋନା ମହାମାରୀ ଯୋଗୁ କମ୍ପାନୀ କର୍ତ୍ତୃପକ୍ଷ ମୃତଦେହ ଗ୍ରାମକୁ ପଠାଇବା ପାଇଁ ଅବହେଳା ପ୍ରଦର୍ଶନ କରୁଥିବା ବେଳେ ଭାରତୀୟ ଦୂତାବାସର ଅଧିକାରୀ ଏବଂ ସ୍ଥାନୀୟ ଅଞ୍ଚଳର ଜଣେ ଯୁବକଙ୍କ ସହାୟତାରେ ଦେଢମାସ ପରେ ଗ୍ରାମରେ ପହଞ୍ଚିଛି ମୃତଦେହ।

ବାଣପୁର ଥାନା ଅନ୍ତର୍ଗତ କୁମାଣ୍ଡଳପାଟଣା ପଞ୍ଚାୟତ ହରିକୁଣ୍ଡ ବରଡିହ ଗ୍ରାମର ଦାଶରଥି ଜେନାଙ୍କ ପୁଅ ବାବୁଲା ପ୍ରାୟ ନଅ ବର୍ଷ ହେବ ସାଉଦି ଆରବର ରିଆଦ ସହରର ଏସ୍ ଅଲ ହାଜରି କମ୍ପାନୀରେ ସହାୟକ ଭାବେ କାର୍ୟ୍ୟରତ ଥିଲେ। ଗତ ମେ’ ୨୪ ତାରିଖରେ ବାବୁଲା ହଠାତ୍ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ। ଚିକିତ୍ସା ପାଇଁ କମ୍ପାନୀ କର୍ତ୍ତୃପକ୍ଷ ତାଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ମାତ୍ର ୨୫ତାରିଖରେ ତାଙ୍କର ମୃତ୍ୟୁ ଘଟିଥିଲା। ବାବୁଲାଙ୍କ ମୃତ୍ୟୁ ଖବର ପାଇବା ପରେ ପରିବାରରେ ଭାଳେଣି ପଡିଯାଇଥିଲା। ସ୍ୱାମୀଙ୍କ ମୃତଦେହ ଗ୍ରାମକୁ ପଠାଇ ଦେବାପାଇଁ ବାବୁଲାଙ୍କ ପତ୍ନୀ କାମିନୀ କମ୍ପାନୀ କର୍ତ୍ତୃପକ୍ଷଙ୍କୁ ଅନୁରୋଧ କରିଥିଲେ। ମାତ୍ର ସାରା ବିଶ୍ୱରେ କରୋନା ମହାମାରୀ ପ୍ରଭାବରୁ ଆନ୍ତର୍ଜାତିକ ବିମାନ ଚଳାଚଳ ବାତିଲ କରାଯାଇଥିବାରୁ ମୃତଦେହ ଗ୍ରାମକୁ ପଠାଇବା ପାଇଁ କମ୍ପାନୀ କର୍ତ୍ତୃପକ୍ଷ କୈାଣସି ସହଯୋଗ କରିନଥିଲେ। ସ୍ଥାନୀୟ ଚମ୍ପାଦେଇପୁର ଗ୍ରାମର ବାବୁଲି କୁମାର ସାହୁ ବୈଦେଶିକ ମନ୍ତ୍ରାଳୟ, ରିଆଦରେ ଅବସ୍ଥାପିତ ଭାରତୀୟ ଦୂତାବାସର ଅଧିକାରୀ ଦେଶବନ୍ଧୁ ଭାତି ଏବଂ କମ୍ପାନୀର ଲୋକ ସମ୍ପର୍କ ଅଧିକାରୀ ବାଲକ୍ରିଷ୍ଣନ୍ ନାୟରଙ୍କ ସହ ଯୋଗାଯୋଗ କରି ମୃତଦେହ ଭାରତ ଫେରାଇ ଆଣିବା ପାଇଁ ଉଦ୍ୟମ ଚଳାଇଥିଲେ। ଶେଷରେ ରିଆଦର ଏମିରେଟ୍ସ ଇକେ୨୮୭୦ କାର୍ଗୋ ବିମାନ ଯୋଗେ ବୁଧବାର ରାତିରେ ବାବୁଲାଙ୍କ ମୃତଦେହ କଲିକତା ଦମଦମ ବିମାନ ବନ୍ଦରରେ ପହଞ୍ଚିଥିଲା। ପରିବାର ପକ୍ଷରୁ ଏକ ଆମ୍ବୁଲାନ୍ସ ଯୋଗେ ସେଠାରୁ ମୃତଦେହ ଗ୍ରାମକୁ ଅଣାଯାଇ ଗ୍ରାମ ଶ୍ମଶାନରେ ଅନ୍ତିମ ସଂସ୍କାର କରାଯାଇଛି।

Hot this week

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

Related Articles

Popular Categories