www.samajalive.in
Monday, December 15, 2025
14.1 C
Bhubaneswar

କୋହଳ ହେବ ତାଲାବନ୍ଦ-୪ : ରାଜ୍ୟ ହାତରେ କ୍ଷମତା

ନୂଆଦିଲ୍ଲୀ : ଆସନ୍ତା ସୋମବାରଠାରୁ ଦେଶରେ ଚତୁର୍ଥ ପର୍ଯ୍ୟାୟ ତାଲାବନ୍ଦ କାର୍ଯ୍ୟକାରୀ ହେବାକୁ ଯାଉଛି। ଏହି ପର୍ଯ୍ୟାୟ ତାଲାବନ୍ଦ ପୂର୍ବ ପରି ସେତେ କଠୋର ନ ହୋଇ ଅନେକ ପରିମାଣରେ ହାଲ୍‌କା ଓ କୋହଳ ହେବ ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ତାଲାବନ୍ଦ କାର୍ଯ୍ୟକାରିତା ନେଇ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ସରକାରମାନେ ଆବଶ୍ୟକ ନିଷ୍ପତ୍ତି ଗ୍ରହଣ କରିବେ। ଏ ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ସେମାନଙ୍କୁ କ୍ଷମତାପନ୍ନ କରାଯାଇଛି। ଏହି ସମୟରେ ସାରାଦେଶରେ ସ୍କୁଲ, କଲେଜ, ସିନେମା ହଲ୍‌, ମଲ୍‌ଗୁଡ଼ିକୁ ଖୋଲିବାକୁ ଅନୁମତି ମିଳିବ ନାହିଁ; କିନ୍ତୁ ସେଲୁନ୍‌, ଚଷମା ଦୋକାନ ଇତ୍ୟାଦି ଖୋଲିବ। ଏମିତିକି କେବଳ କଣ୍ଟେନ୍‌ମେଣ୍ଟ ଜୋନ୍‌କୁ ଛାଡ଼ି ରେଡ୍‌ ଜୋନ୍‌ରେ ସେଲୁନ୍‌ ଓ ଚଷମା ଦୋକାନ ଖୋଲିବାକୁ ଅନୁମତି ମିଳିବ। ଗ୍ରୀନ୍‌ ଜୋନ୍‌ରେ କଟକଣା ସମ୍ପୂର୍ଣ୍ଣ ପ୍ରତ୍ୟାହାର ହେବ; କିନ୍ତୁ ଅରେଞ୍ଜ ଜୋନ୍‌ରେ ଆବଶ୍ୟକତା ଅନୁସାରେ କଟକଣା ବଳବତ୍ତର ରହିବ। କେନ୍ଦ୍ରର ନିର୍ଦେଶ ଅନୁଯାୟୀ, ଶୁକ୍ରବାର ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ସରକାରମାନେ ସେମାନଙ୍କର ମତାମତ ଉପସ୍ଥାପନ କରିଛନ୍ତି। ଏହାର ତର୍ଜମା ପରେ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଏ ସମ୍ପର୍କିତ ପୂର୍ଣ୍ଣାଙ୍ଗ ମାର୍ଗଦର୍ଶିକା ରବିବାର ସୁଦ୍ଧା ଜାରି କରାଯିବ ବୋଲି ଜଣେ ଅଧିକାରୀ ସୂଚନା ଦେଇଛନ୍ତି।
ସୂଚନାନୁଯାୟୀ, ପଞ୍ଜାବ, ପଶ୍ଚିମବଙ୍ଗ, ମହାରାଷ୍ଟ୍ର, ତେଲଙ୍ଗାନା ଓ ଆସାମରେ କଠୋର ତାଲାବନ୍ଦ ପାଳନ କରାଯିବ। ଏ ସବୁ ରାଜ୍ୟ ସଂକ୍ରମଣ ଆଧାରରେ ବିଭିନ୍ନ ଜିଲାକୁ ଭିନ୍ନ ଭିନ୍ନ ଜୋନ୍‌ରେ ପରିଣତ କରିବା ଓ ତଦନୁସାରେ ତାଲାବନ୍ଦ ନିୟମ ପାଳନ ହେବା ଚାହାନ୍ତି। ଆସାମ ସରକାର ତାଲାବନ୍ଦ ଅବଧି ବୃଦ୍ଧି ପାଇଁ କେନ୍ଦ୍ରକୁ ଚିଠି ଲେଖିଛନ୍ତି। ଅର୍ଥନୈତିକ ଦୃଷ୍ଟିକୋଣରୁ ଏହାକୁ ବିଚାର କରାଯାଇ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ସମ୍ପୃକ୍ତ ଅଧିକାରୀ ସୂଚନା ଦେଇଛନ୍ତି। ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ କରୋନା ମୁକାବିଲା ନେଇ ଚତୁର୍ଥ ଥର ଉଦ୍‌ବୋଧନ ଦେବା ସମୟରେ ତାଲାବନ୍ଦ ଅବଧି ବୃଦ୍ଧି ସମ୍ପର୍କରେ ସୂଚନା ଦେଇଥିଲେ; ତେବେ ଏହାର ରଙ୍ଗ-ରୂପ ଭିନ୍ନ ହେବ ବୋଲି ସେ କହିଥିଲେ। ଏହି ପରିପ୍ରେକ୍ଷୀରେ ଅଧିକାଂଶ ରାଜ୍ୟରେ ଅର୍ଥନୈତିକ କାରବାର ଉନ୍ମୁକ୍ତ କରାଯାଇଥିବାବେଳେ ତାଲାବନ୍ଦ ଅନେକ ପରିମାଣରେ କୋହଳ କରାଯାଇଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories