www.samajalive.in
Sunday, December 14, 2025
14.1 C
Bhubaneswar

ଚୀନ୍‌କୁ ଟପିଲା ଭାରତ !

ନୂଆଦିଲ୍ଲୀ : ଭାରତରେ କରୋନା ଆକ୍ରାନ୍ତ ସଂଖ୍ୟା ଶୁକ୍ରବାର ୮୨,୯୩୩ରେ ପହଞ୍ଚିଛି। ସମ୍ବାଦ ସରବରାହ ସଂସ୍ଥା ପିଟିଆଇ ସୂଚନାନୁଯାୟୀ, ଶୁକ୍ରବାର ରାତି ୯ଟା ସୁଦ୍ଧା ଭାରତରେ ସଂକ୍ରମିତଙ୍କ ସଂଖ୍ୟା ୮୫,୫୩୮ରେ ପହଞ୍ଚିଛି ଓ ମୃତ୍ୟୁ ସଂଖ୍ୟା ୨୬୭୯ ହୋଇଛି। ସେହିପରି ୩୦ହଜାର ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ପିଟିଆଇ ରିପୋର୍ଟ ଅନୁସାରେ ସଂକ୍ରମଣ କ୍ଷେତ୍ରରେ ଭାରତ ଚୀନ୍‌କୁ ଅତିକ୍ରମ କରିଯାଇଛି। ଆଶ୍ବସ୍ତିର ବିଷୟ ହେଉଛି, ମୃତ୍ୟୁ ସଂଖ୍ୟା ତୁଳନାରେ ଚୀନ୍‌ଠାରୁ ଭାରତ ଉନ୍ନତ ସ୍ଥିତିରେ ରହିଛି। ଚୀନ୍‌ର ମୃତ୍ୟୁ ହାର ୫.୫ ପ୍ରତିଶତ ଥିବାବେଳେ ଭାରତର ରହିଛି ୩.୨ ପ୍ରତିଶତ। ସାରା ବିଶ୍ବରେ ଭାରତ ଏକାଦଶ ସ୍ଥାନରେ ରହିଛି। ପୃଥିବୀରେ ୪୫ଲକ୍ଷ ଲୋକ ସଂକ୍ରମିତ ହୋଇଥିବାବେଳେ ମୃତ୍ୟୁ ସଂଖ୍ୟା ୩ଲକ୍ଷ ଉପରେ ରହିଛି। ଚୀନ୍‌ରେ ମୋଟ ମୃତ୍ୟୁ ସଂଖ୍ୟା ୪୬୩୩ ଥିବାବେଳେ ପ୍ରାୟ ୧୦୦ ଜଣ ଚିକିତ୍ସାଧୀନ ଅଛନ୍ତି। ସରକାରୀ ହିସାବ ଅନୁସାରେ ଭାରତରେ ଶୁକ୍ରବାର ସୁଦ୍ଧା ମୃତ୍ୟୁ ସଂଖ୍ୟା ୨୬୪୯ରେ ପହଞ୍ଚିଛି। ଗତ ୨୪ ଘଣ୍ଟା ମଧ୍ୟରେ ୩୯୬୭ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ୧୦୦ ଜଣଙ୍କ ମୃତ୍ୟୁ ଘଟିଛି। ବର୍ତ୍ତମାନ ସୁଦ୍ଧା ୨୮ହଜାର ସୁସ୍ଥ ହୋଇଥିବାବେଳେ ୫୧ ହଜାର ୪୦୧ ଜଣ ଚିକିତ୍ସାଧୀନ ଥିବା ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଜାମ୍ମୁ-କାଶ୍ମୀର, ବିହାର ଓ କର୍ଣ୍ଣାଟକରେ ସଂକ୍ରମିତଙ୍କ ସଂଖ୍ୟା ୧୦୦୦ ଅତିକ୍ରମ କରିଛି।
ସବୁଠୁ ଗୁରୁତ୍ବପୂର୍ଣ୍ଣ ହେଉଛି, ଅଦ୍ୟାବଧି ସଂକ୍ରମଣ କ୍ଷେତ୍ରରେ ମହାରାଷ୍ଟ୍ର ପଛକୁ ଗୁଜରାତ ରହିଥିବାବେଳେ ଶୁକ୍ରବାର ଗୁଜରାତକୁ ଅତିକ୍ରମ କରି ତାମିଲନାଡ଼ୁ ଦ୍ବିତୀୟ ସ୍ଥାନରେ ପହଞ୍ଚିଛି। ମହାରାଷ୍ଟ୍ରରେ ସର୍ବାଧିକ ୨୭,୫୨୪ ସଂକ୍ରମିତ ହୋଇଥିବାବେଳେ ୧୦୧୯ ପ୍ରାଣ ହରାଇଛନ୍ତି। ତାମିଲନାଡୁରେ ୪୩୪ ନୂଆ ଆକ୍ରାନ୍ତଙ୍କ ସହ ମୋଟ ସଂଖ୍ୟା ୧୦ହଜାର ହୋଇଛି। ୬୬ ମୃତ ରେକର୍ଡ ହୋଇଥିବାବେଳେ ଗୁଜରାତରେ ୯୫୯୨ ଆକ୍ରାନ୍ତ ଓ ୫୮୬ ମୃତ ଘୋଷିତ ହୋଇଛନ୍ତି। ରାଜସ୍ଥାନରେ ସଂକ୍ରମଣ ଦ୍ରୁତ ବେଗରେ ବୃଦ୍ଧିପାଉଛି। ଶୁକ୍ରବାର ସୁଦ୍ଧା ଏହି ରାଜ୍ୟରେ ୪୫୩୪ ଆକ୍ରାନ୍ତ ଓ ୧୨୫ ମୃତ ଘୋଷିତ ହୋଇଛନ୍ତି। ଅପରପକ୍ଷରେ ଦେଶରେ ଆରୋଗ୍ୟ ହାର ୩୪.୦୬ ଭାଗକୁ ବୃଦ୍ଧି ପାଇଛି। ଅଦ୍ୟାବଧି ୨୭ ହଜାର ୯୨୦ ଜଣ ସଂକ୍ରମିତ ଆରୋଗ୍ୟ ଲାଭ କରିଛନ୍ତି। ଗତ ୨୪ ଘଣ୍ଟାରେ ୧୬୮୫ ସଂକ୍ରମିତ ଆରୋଗ୍ୟ ଲାଭ କରିଥିବା ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶ। ଗତ ୨୪ ଘଣ୍ଟା ମଧ୍ୟରେ ୯୨ ହଜାର ୯୧୧ ନମୁନା ପରୀକ୍ଷା କରାଯାଇଥିବା ଭାରତୀୟ ଭେଷଜ ଗବେଷଣା ପରିଷଦ (ଆଇସିଏମ୍‍ଆର) ପକ୍ଷରୁ ସୂଚନା ଦିଆଯାଇଛି। ଦେଶରେ ଅଦ୍ୟାବଧି ୨୦ଲକ୍ଷ ୩୯ ହଜାର ୯୫୨ ନମୁନା ପରୀକ୍ଷା କରାଯାଇଛି।

Hot this week

ନବମ ଶ୍ରେଣୀ ଛାତ୍ର ଠାରୁ ବନ୍ଧୁକ ଜବତ

ଗରଦପୁର : କେନ୍ଦ୍ରାପଡ଼ା ଜିଲା ଗରଦପୁର ବ୍ଲକ କୋରୁଆ ସରକାରୀ ଉଚ୍ଚ...

୨୦୨୬ରେ ଏହି ରାଶିଙ୍କ ଚମକିବ ଭାଗ୍ୟ: ଯାହାବି କରିବେ ସଫଳ ହେବେ, ପ୍ରଚୁର ଧନ ବର୍ଷା ହେବ

ସମାଜ ଡିଜିଟାଲ ଡେସ୍କ: ଗ୍ରହମାନଙ୍କର ସ୍ଥିତି ଏବଂ ଗତି ବ୍ୟକ୍ତିବିଶେଷଙ୍କ ଜୀବନକୁ...

ଭତ୍ତା ଅପେକ୍ଷାରେ ୭,୨୮,୭୨୯

ଭୋଟର କାର୍ଡରେ ତ୍ରୁଟିପୂର୍ଣ୍ଣ ବୟସ ଭୁବନେଶ୍ବର : ୬୦ ବର୍ଷ ପୂରଣ କରିଥିବା...

ସୁଭଦ୍ରା ନା ବାର୍ଦ୍ଧକ୍ୟ ଭତ୍ତା : ଆଶଙ୍କାରେ ୯୪ହଜାର ଆଶାୟୀ

ଓକାକ୍‌କୁ ତଥ୍ୟ ଅପଲୋଡ ନିର୍ଦେଶ ଅଯୋଗ୍ୟଙ୍କୁ ଭତ୍ତା ପ୍ରଦାନ ନିୟମ...

ଆଜି ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦

ଧର୍ମଶାଳା: ଟ୍ବେଣ୍ଟି୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ରେ ବୋଲରଙ୍କ ସଫଳତା ବଳରେ ଘରୋଇ...

Related Articles

Popular Categories