www.samajalive.in
Sunday, December 14, 2025
14.1 C
Bhubaneswar

ଖେଳାଳିଙ୍କ ଦେୟ କଟାଯିବ ନାହିଁ : ବିସିସିଆଇ

ନୂଆଦିଲ୍ଲୀ : ସାରା ବିଶ୍ୱରେ ଏବେ କରୋନା ଭୂତାଣୁ ସଂକ୍ରମଣ ଯୋଗୁଁ ଅନ୍ୟ କ୍ରୀଡ଼ା ପରି କ୍ରିକେଟ୍‍ କାର୍ଯ୍ୟକଳାପ ମଧ୍ୟ ସ୍ଥାଣୁ ପାଲଟି ଯାଇଛି। ସିରିଜ୍‍ ପରେ ସିରିଜ୍‍ ବାତିଲ କିମ୍ବା ସ୍ଥଗିତ ହେବାରେ ଲାଗିଛି। ବିସିସିଆଇ ପାଇଁ ସବୁଠାରୁ ଲାଭଜନକ ଟୁର୍ଣ୍ଣାମେଣ୍ଟ ଇଣ୍ଡିଆନ୍‍ ପ୍ରିମିୟର ଲିଗ୍‍ (ଆଇପିଏଲ୍‍) ଅନିର୍ଦ୍ଦିଷ୍ଟ କାଳ ପାଇଁ ବାତିଲ ହୋଇଯାଇଛି। ବିଶ୍ୱ କେବେ କରୋନାମୁକ୍ତ ହେବ ଏବଂ ଆଇପିଏଲ୍‍, ଟ୍ୱେଣ୍ଟି-୨୦ ବିଶ୍ୱକପ୍‍ ଏବଂ ସମସ୍ତ ଦ୍ୱିପାକ୍ଷିକ କ୍ରିକେଟ୍‍ ସିରିଜ୍‍ କେବେ ଆରମ୍ଭହେବ; ତାହା କେହି ଜାଣନ୍ତି ନାହିଁ। ଏପରି ସ୍ଥିତିରେ ଏହା ନିଶ୍ଚିତ ହୋଇଯାଇଛି ଯେ ବିଶ୍ୱର ସବୁଠାରୁ ଧନଶାଳୀ କ୍ରିକେଟ୍‍ ବୋର୍ଡ ନିଶ୍ଚିତ ଭାବେ ଆର୍ଥିକ ସଂଙ୍କଟର ସମ୍ମୁଖୀନ ହେବ। ଏହାସତ୍ତ୍ବେ କୌଣସି ଭାରତୀୟ କ୍ରିକେଟରଙ୍କ ଦେୟ ତଥା ପାରିଶ୍ରମିକ ଅର୍ଥ କଟାଯିବ ନାହିଁ ବୋଲି ବିସିସିଆଇର କୋଷାଧ୍ୟକ୍ଷ ଅରୁଣ ସିଂହ ଧୁମଲ ସ୍ପଷ୍ଟ କରିଛନ୍ତି। ମାର୍ଚ୍ଚରୁ ଉକ୍ତ ଖେଳାଳି ଘରେ ବସିଥିବା ବେଳେ ସେମାନଙ୍କୁ ସମସ୍ତ ପ୍ରାପ୍ୟ ପ୍ରଦାନ କରାଯିବ ବୋଲି ଧୁମଲ ପ୍ରତିଶ୍ରୁତି ଦେଇଛନ୍ତି।
ଗଣମାଧ୍ୟମକୁ ଅରୁଣ ସିଂହ ଧୁମଲ କହିଛନ୍ତି, ଆମେ ଅଦ୍ୟାବଧି ଖେଳାଳିଙ୍କ ପ୍ରାପ୍ୟ କାଟିବା କଥା ଆଲୋଚନା କରିନାହୁଁ। ଏହାର କୌଣସି ସମ୍ଭାବନା ନାହିଁ। ଆର୍ଥିକ ସଙ୍କଟ ବେଶ୍‍ ଚିନ୍ତାଜନକ ହୋଇଥିଲେ ହେଁ ଏହାର ସମାଧାନର ରାସ୍ତା ଆମେ କାଢ଼ିପାରିବୁ। ଏହା ସତ ଯେ ଆଇପିଏଲ୍‍ ଖେଳାନଗଲେ ବିସିସିଆଇ ବହୁତ ରାଜସ୍ୱ ହରାଇବ। ତେବେ ଆଇପିଏଲ୍‍କୁ ବାତିଲ କରିବା ଭଳି ପରିସ୍ଥିତି ଆସିନାହିଁ। ଯଦି ବି ଏପରି ପରିସ୍ଥିତି ସୃଷ୍ଟିହୁଏ; ଆମର ଆର୍ଥିକ କ୍ଷତିକୁ ଭରଣା କରିବା ଲାଗି ଖେଳାଳିଙ୍କୁ ଦେୟ କାଟିବାର ପ୍ରଶ୍ନ ଉଠୁନାହିଁ। ବୋଧହୁଏ ଏହା ଆମ ପାଇଁ ଶେଷ ବିକଳ୍ପ ହୋଇ ରହିବ। ଆମେ ଅନ୍ୟ ଉପାୟରେ ଆର୍ଥିକ କ୍ଷତିକୁ ଭରଣା କରିବାକୁ ଚାହିଁବୁ। ହେଲେ ଏପରି ପରିସ୍ଥିତି ଏବେ ସୃଷ୍ଟି ହୋଇନାହିଁ। ଏହାସହ ଧୁମଲ କହିଛନ୍ତି ଯେ ପରିସ୍ଥିତି ଉପୁଜିଲେ ଆମେ ଅନ୍ୟ କିଛି ଖର୍ଚ୍ଚ କାଟିବା କିମ୍ବା କମାଇବା କଥା ଚିନ୍ତା କରିପାରୁ। କ’ଣ କଲେ ଆମର ଖର୍ଚ୍ଚ କମ୍‍ହେବ; ତାହା ଜାଣିବା ପାଇଁ ପ୍ରୟାସ କରୁଛୁ। ବିଶେଷକରି ବିସିସିଆଇର କର୍ମକର୍ତ୍ତା, ଅଧିକାରୀ ଏବଂ ଏହା ସହ ସମ୍ପୃକ୍ତ ବ୍ୟକ୍ତିବିଶେଷଙ୍କ ଗସ୍ତ ଓ ରହିବା ଖର୍ଚ୍ଚ କମାଇବା ଆମ ପାଖରେ ଏକ ବିକଳ୍ପ। ଏହାସହ କ୍ଷତିକୁ ଭରଣା କରିବା ପାଇଁ ଅନ୍ୟ ସୂତ୍ରରୁ କିଛି ରାଜସ୍ୱ ପାଇବା ପାଇଁ ଆମେ ପ୍ରୟାସ କରିବୁ।

Hot this week

ନବମ ଶ୍ରେଣୀ ଛାତ୍ର ଠାରୁ ବନ୍ଧୁକ ଜବତ

ଗରଦପୁର : କେନ୍ଦ୍ରାପଡ଼ା ଜିଲା ଗରଦପୁର ବ୍ଲକ କୋରୁଆ ସରକାରୀ ଉଚ୍ଚ...

୨୦୨୬ରେ ଏହି ରାଶିଙ୍କ ଚମକିବ ଭାଗ୍ୟ: ଯାହାବି କରିବେ ସଫଳ ହେବେ, ପ୍ରଚୁର ଧନ ବର୍ଷା ହେବ

ସମାଜ ଡିଜିଟାଲ ଡେସ୍କ: ଗ୍ରହମାନଙ୍କର ସ୍ଥିତି ଏବଂ ଗତି ବ୍ୟକ୍ତିବିଶେଷଙ୍କ ଜୀବନକୁ...

ଭତ୍ତା ଅପେକ୍ଷାରେ ୭,୨୮,୭୨୯

ଭୋଟର କାର୍ଡରେ ତ୍ରୁଟିପୂର୍ଣ୍ଣ ବୟସ ଭୁବନେଶ୍ବର : ୬୦ ବର୍ଷ ପୂରଣ କରିଥିବା...

ସୁଭଦ୍ରା ନା ବାର୍ଦ୍ଧକ୍ୟ ଭତ୍ତା : ଆଶଙ୍କାରେ ୯୪ହଜାର ଆଶାୟୀ

ଓକାକ୍‌କୁ ତଥ୍ୟ ଅପଲୋଡ ନିର୍ଦେଶ ଅଯୋଗ୍ୟଙ୍କୁ ଭତ୍ତା ପ୍ରଦାନ ନିୟମ...

ଆଜି ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦

ଧର୍ମଶାଳା: ଟ୍ବେଣ୍ଟି୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ରେ ବୋଲରଙ୍କ ସଫଳତା ବଳରେ ଘରୋଇ...

Related Articles

Popular Categories