www.samajalive.in
Sunday, December 7, 2025
16.1 C
Bhubaneswar

ଲକଡାଉନ ଚିନ୍ତା : କାର୍ଯ୍ୟକ୍ଷେତ୍ରକୁ ଯିବାକୁ ବଢ଼ୁଛି ଲୋକଙ୍କ ଆଗ୍ରହ

ୱାଶିଂଟନ : କରୋନା ସଂକ୍ରମଣକୁ ରୋକିବା ପାଇଁ ସମଗ୍ର ବିଶ୍ବରରେ ଲକଡାଉନକୁ ଏକ ପ୍ରମୁଖ ମଧ୍ୟମ ଭାବେ ନିଆଯାଇଥିବା ବେଳେ ଏହି ଚିନ୍ତା ଏବେ କର୍ମଜୀବୀଙ୍କୁ ଘାରିଛି। କାର୍ଯ୍ୟକ୍ଷେତ୍ରକୁ ଯିବାକୁ ଲୋକେ ଆଗ୍ରହ ପ୍ରକାଶ କରୁଥିବା ବେଳେ ସରକାର ମଧ୍ୟ ଆର୍ଥିକ ଦିଗକୁ ଦୃଷ୍ଟିରେ ରଖି କଟକଣା କୋହଳ କରୁଛନ୍ତି। ଅନ୍ୟପକ୍ଷରେ ଲକଡାଉନ କୋହଳ ଯୋଗୁ କରୋନା ସଂକ୍ରମଣ ପୁଣି ବୃଦ୍ଧିପାଇବା ଆଶଙ୍କାକୁ ଏଡାଇ ଦିଆଯାଇ ନପାରେ ବୋଲି ବିଶେଷଜ୍ଞମାନେ ମତପ୍ରକାଶ କରିଛନ୍ତି। ଧିରେ ଧିରେ ଲକଡାଉନ କଟକଣା କୋହଳ କରାଯିବାକୁ ସେମାନେ ମତ ଦେଇଛନ୍ତି।

ଲକଡାଉନ କୋହଳ କରିବା ସହ କାର୍ଯ୍ୟାଳୟ ଖୋଲିବାକୁ ଆମେରିକାରେ ସରକାରଙ୍କ ଉପରେ ପ୍ରବଳ ଚାପ ପଡୁଛି। ଚାପକୁ ଦେଖି ଟ୍ରମ୍ପ ସରକାର ଲକଡାଉନ କୋହଳ କରିବା ସପକ୍ଷରେ ଥିବା ଜଣାପଡିଛି। ଟ୍ରମ୍ପ ପ୍ରଶାସନ ସୂଚନା ଅନୁଯାୟୀ ଦେଶର ଅଧିକାଂଶ ସ୍ଥାନରେ ସ୍ଥିତିରେ ସୁଧାର ଆସିଛି। ସେସବୁ ଅଂଚଳରେ କାର୍ଯ୍ୟ କରାଯାଇପାରେ। ଟ୍ରମ୍ପ ପ୍ରଶାସନର ଏଭଳି କୋହଳ କଟକଣା ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଥିବା ବେଳେ କରୋନା ପରୀକ୍ଷା କିଟି ଅଭାବ ସମେତ ବିଭିନ୍ନ ସମସ୍ୟା ନେଇ କ୍ଷୋଭ ପ୍ରକାଶ କରିଛନ୍ତି ରାଜନେତା। ବିଭିନ୍ନ ପ୍ରଦେଶରେ ଗଭର୍ଣ୍ଣରଙ୍କ ଦ୍ବାରା କରାଯାଇଥିବା ଲକଡାଉନ କୋହଳ କରିବାକୁ ଟ୍ରମ୍ପଙ୍କ ସମର୍ଥକ ଦାବି କରି ବିରୋଧ ପ୍ରଦର୍ଶନ କରିଥିବା ବେଳେ ନିଜେ ଟ୍ରମ୍ପ ସେମାନଙ୍କ ଦାବିକୁ ସମର୍ଥନ କରିଛନ୍ତି। ଟମ୍ପ କହିଛନ୍ତି ଯେ ଲକଡାଉନକୁ ବିରୋଧ କରୁଥିବା ଲୋକେ ଦେଶକୁ ଭଲପାଆନ୍ତି। ସେଥିପାଇଁ ସେମାନେ କାମ କରିବାକୁ ଚାହୁଁଛନ୍ତି। ବିଶ୍ବର ଅଧିକାଂଶ ଦେଶ କରୋନା ସଂକ୍ରମିତ ହୋଇଥିବା ବେଳେ ଆମେରିକା ସବୁଠୁ ଅଧିକ ପ୍ରଭାବିତ ହୋଇଛି। ପ୍ରାୟ ୪୦ ହଜାର ଲୋକ ଏହି ଘଟଣାରେ ମୃତ୍ୟୁ ବରଣ କରିଥିବା ବେଳେ ସାଢ଼େ ୭ ଲକ୍ଷ ଲୋକ ଆକ୍ରାନ୍ତ ହୋଇଛନ୍ତି। ବିଶ୍ବରେ ଚଳିତ ବର୍ଷର ଅର୍ଥନୀତିରେ ଘୋର ପ୍ରଭାବ ରହିବ ବୋଲି ବିଶ୍ବ ମୁଦ୍ରାକୋଷ ପକ୍ଷରୁ କୁହାଯାଇଥିବା ବେଳେ ୧୦ ନିୟୁତ ବେରୋଜଗାର ହୋଇଛନ୍ତି। ଆହୁରି ଅନେକ ମଧ୍ୟ ବେରୋଜଗାର ହେବାର ଆଶଙ୍କା କରାଯାଇଛି। କରୋନା ସ୍ଥିତି ସହ ଅର୍ଥନୀତି ଉପରେ ଅଧିକାଂଶ ଦେଶ ନଜର ରଖିଥିବା ବେଳେ ଲକଡାଉନ କଟକଣା କୋହଳ କରିବାକୁ ଚେଷ୍ଟା ଚାଲିଛି। ଭାରତରେ କିଛି କ୍ଷେତ୍ର ପାଇଁ ମଧ୍ୟ କଟକଣା କୋହଳ ହୋଇଛି। କିନ୍ତୁ ସାମାଜିକ ଦୁରତ୍ବ ସହ ଅନ୍ୟାନ୍ୟ ସ୍ବାସ୍ଥ୍ୟଗତ ଗାଇଡଲାଇନ ପାଳନ କରିବାକୁ କୁହାଯାଇଛି।

- Advertisement -

 

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories