www.samajalive.in
Monday, December 15, 2025
15.1 C
Bhubaneswar

ମହିଳା ସଶକ୍ତିକରଣ ନାମରେ ଟଙ୍କା ହଡପ ଅଭିଯୋଗ

ମାଲକାନଗିରି :  ଓଡିଶା ଜୀବିକା ମିଶନରେ ତଥ୍ୟ ମାଗିଲେ ମିଳୁନି ,ମହିଳା ସଶକ୍ତିକରଣ ନାମରେ ଟଙ୍କା ହଡପ ହୋଇଥିବା ନିତିଦିନ ନୂଆ ଅଭିଯୋଗ ଆସୁଛି। ଏଭଳି ଘଟଣା ମାଲକାନଗିରି ସଦର ବ୍ଲକ ସ୍ଥିତ ଗୌଡଗୁଡା ଗ୍ରାମ ପଞ୍ଚାୟତରେ ଦେଖିବାକୁ ମିଳିଛି। ସୂଚନା ମୁତବକ ଏହି ପଞ୍ଚାୟତରେ ଓଡିଶା ଜୀବିକା ମିଶନ ଦ୍ଵାରା ପ୍ରାୟ ୮ ବର୍ଷ ଧରି ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ କରା ଯାଉଥିବା ବେଳେ ମହିଳା ସଶକ୍ତିକରଣ ନିମନ୍ତେ ସ୍ଵତନ୍ତ୍ର କାର୍ଯ୍ୟ କରାଯାଥିଛି।  ତେବେ ପ୍ରକୃତରେ କଣ କାମ ହୋଇଛି ସେ ସଂପର୍କରେ ଏଯାବତ ପଞ୍ଚାୟତବାସୀ ଜାଣି ନଥିବା ଅଭିଯୋଗ କରିଛନ୍ତି। ଏ ସମ୍ପର୍କରେ କାର୍ଯ୍ୟରତ ଏମବିକେ ଏବଂ ବ୍ଲକ ସ୍ତରୀୟ କର୍ମଚାରୀଙ୍କୁ ତଥ୍ୟ ମାଗିଲେ ମିଳୁନଥିବା ମଧ୍ୟ ଅଭିଯୋଗ ହୋଇଛି। ତେବେ ଏମ ଭି- ୯ ଗ୍ରାମର ମା ସରସ୍ଵତୀ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ୧୬୮୪୩୫  ଲକ୍ଷ ଟଙ୍କା ଏବଂ ମା ଲକ୍ଷ୍ମୀ ମହିଳା ସାୟଂ ସହାୟକ ଗୋଷ୍ଠୀଙ୍କ ଠାରୁ ୭୬୩୮୦ ହଜାର ଟଙ୍କା ଏମବିକେ ହଡପ କରିଥିବା  ମହିଳା ଗୋଷ୍ଠୀର ସଦସ୍ୟ କୁସୁମି ମଜୁମଦାର, ପ୍ରଭା ସିକଦାର ଅଭିଯୋଗ କରିଛନ୍ତି। ମହିଳା ସଶକ୍ତିକରଣ ନାମରେ ଏମବିକେ ଏବଂ ଅନ୍ୟାନ୍ୟ କର୍ମଚାରୀ ମାନେ ମିଶି ଏହି ଟଙ୍କା ହଡପ କରିଥିବା ଅଭିଯୋଗ କରିଛନ୍ତି। ଏ ସମ୍ପର୍କରେ ମାଲକାନଗିରି ବ୍ଲକ ପରିଚାଳକ ରୋଜାଲିନ ଦାସଙ୍କୁ ପଚାରିବାରୁ ସମ୍ପୃକ୍ତ ମହିଳା ଗୋଷ୍ଠୀଙ୍କ କହିବା ଅନୁସାରେ ଏହି ଟଙ୍କାରେ ମହିଳା ସ୍ବୟଂ ସହାୟକ ଗୋଷ୍ଠୀର ମା’ ମାନଙ୍କୁ ଖାଦ୍ୟ ଦିଆ‌ ଯାଇଥିବା ସେ ପ୍ରକାଶ କରିଛନ୍ତି। ଅନ୍ୟ ଦିଗରେ ମହିଳାଙ୍କୁ ଦୀର୍ଘ ବର୍ଷ ମଧ୍ୟରେ କେବଳ ଗୋଟିଏ ଦିନ ଟିଫିନ ଦିଆ ଯାଇଥିବା ମଞ୍ଜୁରାଣୀ ଦତ୍ତ , ବିଜୁଳି ହାଲଦାର ତଥା ଅଞ୍ଚଳର ଅନ୍ୟାନ୍ୟ ମହିଳା ମାନେ ପ୍ରକାଶ କରିଛନ୍ତି। ତେବେ ଏହି ଘଟଣାର ଉଚ୍ଚ ସ୍ତରୀୟ ତଦନ୍ତ କରାଯିବା ନିମନ୍ତେ ପଞ୍ଚାଯତବାସୀ ଦାବି କରିଛନ୍ତି ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories