www.samajalive.in
Monday, December 15, 2025
14.1 C
Bhubaneswar

ଦୁର୍ଗମ ପଞ୍ଚାୟତରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଜନଶୁଣାଣି

ହରଭଙ୍ଗା : ହରଭଙ୍ଗା ବ୍ଲକର ଦୁର୍ଗମ ପଞ୍ଚାୟତ ଭାବେ ଜଣାଶୁଣା ଆଡେଣିଗଡ ପଞ୍ଚାୟତ ସଦର ମହକୁମାରେ ସୋମବାର ବୌଦ୍ଧ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ମିଳିତ ଜନଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବର୍ଷା ସତ୍ତ୍ବେ ଦୁର୍ଗମ ଅଞ୍ଚଳରୁ ୧୪୨ଟି ଅଭିଯୋଗର ପଞିକରଣ ହୋଇଥିଲା। ସେଥିରୁ ୧୩୭ଟି ବ୍ୟକ୍ତିଗତ, ୫ଟି ସାମୁହିକ,୧୪ଟି ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠି ଏବଂ ଗୋଟିଏ ରେଡକ୍ରସ ସହାୟତ ସଂପର୍କିତ ଅଭିଯୋଗ ରହିଥିଲା। ସେଥିରୁ ଜିଲ୍ଲାପାଳ ସତ୍ୟରଞନ ସାହୁ ୭୫ଟି ଅଭିଯୋଗର ଶୁଣାଣି କରି ସେଗୁଡିକର ସମାଧାନ ପାଇଁ ବିଭାଗୀୟ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ। ଆଜିର କାର୍ଯ୍ୟକ୍ରମରେ ଜିଲ୍ଲାପାଳଙ୍କ ସହିତ ବୌଦ୍ଧ ଏସ.ପି ପ୍ରହଲ୍ଲାଦ ସାହାଇ ମୀନା,ଉପଜିଲ୍ଲାପାଳ ସନତ କୁମାର ନାଏକ, ପି.ଡି ଅଶ୍ୱିନୀ କୁମାର ମେହେର, ହରଭଙ୍ଗା ବିଡିଓ ଶ୍ମିତା ରଥ, ଅତିରିକ୍ତ ତହସିଲଦାର ହରଓମ ଭୋଇ ପ୍ରମୁଖ ଜିଲ୍ଲାସ୍ତରୀୟ ପଦାଧିକାରୀ ସାମିଲ ଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories