ଝିଆରୀକୁ ମାରିଦେଲା ମାଉସୀ ! ଆଈ ଆଣିଲେ ଅଭିଯୋଗ
ବାଲେଶ୍ବର : ମା’ ଘରେ ନଥିବାବେଳେ ଅଢେଇ ବର୍ଷର ଝିଆରୀକୁ ବାଲଟିରେ ବୁଡାଇ ମାରିଲା ମାଉସୀ । ଚୂନଭାଟିରେ ଏମିତି ଅଭାବନୀୟ ଘଟଣା ଘଟିଛି । ଝିଅ ସହିତ ବାପଘର ଚୂନଭାଟିରେ ରହୁଥିଲେ ମହିଳା । ସେ ନଥିବାବେଳେ ତାଙ୍କ ଭଉଣୀ ମହିଳାଙ୍କ ଅଢେଇବର୍ଷର ଝିଅକୁ ବାଲଟିରେ ବୁଡାଇ ମାରିଦେଇଛନ୍ତି । ମହିଳାଙ୍କ ମା’ ଏନେଇ ଥାନାରେ ଅଭିଯୋଗ କରିବା ପରେ ପୁଲିସ ତଦନ୍ତ ଆରମ୍ଭ କରିଛି ।
Comments are closed.