ଦେଶ/ବିଦେଶ ଖବର
ନୂଆଦିଲ୍ଲୀ: ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନିଲ ଦେଶମୁଖଙ୍କ ବିରୋଧରେ ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି) ଏକ ମାମଲା ରୁଜୁ କରିଛି। ଦେଶମୁଖଙ୍କ ବିରୋଧରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ରୁଜୁ କରିଥିବା ଦୁର୍ନୀତି ମାମଲାକୁ ଆଧାର କରି ଇଡି ପକ୍ଷରୁ ଆର୍ଥିକ ଅନିୟମିତତା ନରୋଧୀ ଆଇନ (ପିଏମଏଲଏ) ଅଧୀନରେ ପ୍ରବର୍ତ୍ତନ ମାମଲା ସୂଚନା ରିପୋର୍ଟ (ଇସିଆଇଆର) ରୁଜୁ କରାଯାଇଛି।
ନୂଆଦିଲ୍ଲୀ: ଦେଶରେ କୋଭିଡର ଦ୍ୱିତୀୟ ପର୍ଯ୍ୟାୟ ଭୟାନକ ସଂକ୍ରମଣ ସ୍ଥିତିକୁ ଦୃଷ୍ଟିରେ ରଖି ସିବିଏସଇ ଦ୍ୱାଦଶ ବୋର୍ଡ ପରୀକ୍ଷା ଅନୁଷ୍ଠିତ ହେବ କି ନାହିଁ ତାହାକୁ ଦ୍ୱନ୍ଦ୍ୱ ଲାଗିରହିଥିବାବେଳେ ବୋର୍ଡ ପକ୍ଷରୁ କୁହାଯାଇଛି ଯେ ଏ ସମ୍ପର୍କରେ ଜୁନ୍ ପରେ ଚୂଡାନ୍ତ ନିଷ୍ପତ୍ତି ନିଆଯିବ।
ନୂଆଦିଲ୍ଲୀ: ସୋନିଆଙ୍କୁ ନଡ୍ଡାଙ୍କ ଚିଠି; କହିଲେ ମହାମାରୀରେ କଂଗ୍ରେସର ଆଚରଣକୁ ମନେରଖିବେ ଲୋକେ
ଅହମଦାବାଦ: ଗୁଜରାଟରେ ୧୦୦ରୁ ଅଧିକ ଲୋକଙ୍କ ଠାରେ ବ୍ଲାକ ଫଙ୍ଗସ୍ ଚିହ୍ନଟ କରାଯାଇଛି। ସେମାନଙ୍କର ଚିକିତ୍ସା ପାଇଁ ଶନିବାର ଦିନ ରାଜ୍ୟ ସରକାର ୫ହଜାର ଇଞ୍ଜେକ୍ସନ ବରାଦ ଦେଇଛନ୍ତି। ଏହି ଆଣ୍ଟିଫଙ୍ଗାଲ ଇଞ୍ଜେକ୍ସନ ଆମ୍ଫୋଟେରିସିନ-ବି ୫ହଜାର ଆଣିବାକୁ ସରକାର ୩.୧୨ କୋଟି ଟଙ୍କା ଦେବେ। ଏହା ଫଙ୍ଗାଲ ସଂକ୍ରମଣ ଚିକିତ୍ସାରେ ବ୍ୟବହାର କରାଯିବ।
ନୂଆଦିଲ୍ଲୀ: ଭାରତୀୟ ରେଳପଥ ପାଇଁ କାଳ ସାଜିଛି କରୋନା। ଦୈନିକ ୧ ହଜାର କର୍ମଚାରୀ କରୋନାରେ ସଂକ୍ରମିତ ହେଉଥିବାବେଳେ ବର୍ତ୍ତମାନ ସୁଦ୍ଧା ପ୍ରାଣ ହରାଇଲେଣି ୧୯୫୨ କର୍ମଚାରୀ। ରେଳ ମନ୍ତ୍ରଣାଳୟ ପକ୍ଷରୁ ଏହି ତଥ୍ୟ ଜାରି କରାଯାଇଛି।
ୱାଶିଂଟନ: ଆମେରିକା କରୋନା ମହାମାରୀ ବିରୋଧୀ ଲଢ଼େଇରେ ଏକ ବଡ଼ ପଦକ୍ଷେପ ନେଇଛି। ଦେଶରେ ୧୨ରୁ ୧୫ ବର୍ଷର ପିଲାମାନଙ୍କୁ ଟିକା ଦେବାକୁ ଆମେରିକା ନିଷ୍ପତ୍ତି ନେଇଛି। ଆମେରିକାର ଖାଦ୍ୟ ଏବଂ ଔଷଧ ପ୍ରଶାସନ (ଏଫଡିଏ) ୧୨ରୁ ୧୫ ବର୍ଷର ପିଲାମାନଙ୍କ ପାଇଁ ପିଫାଇଜର କରୋନା ଟିକାକୁ ଜରୁରୀ ବ୍ୟବହାର ଲାଗି ମଞ୍ଜୁରୀ ପ୍ରଦାନ କରିଛି।
ଚେନ୍ନାଇ: ହୃଦଘାତରେ ମାଲାୟଲମ ଚଳଚ୍ଚିତ୍ର ନିର୍ଦେଶକ ଡେନିସ ଜୋଶେଫଙ୍କ ପରଲୋକ। ତାଙ୍କୁ ୬୩ ବର୍ଷ ହୋଇଥିଲା। ୮୦ ଏବଂ ୯୦ ଦଶକରେ ଅନେକ ଲୋକପ୍ରିୟ ସୁପରହିଟ୍ ଚଳଚ୍ଚିତ୍ର ପାଇଁ ସେ ନିର୍ଦେଶନା ଦେଇଥିଲେ।
ନୂଆଦିଲ୍ଲୀ: ଦେଶରେ ଗତ ୨୪ ଘଣ୍ଟାରେ ୩ ଲକ୍ଷ ୨୯ ହଜାର ୯୪୨ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେହିପରି ଗୋଟିଏ ଦିନରେ ୩୮୭୬ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଥିବା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି।
ତିରୁପତି: ଆନ୍ଧପ୍ରଦେଶର ତିରୁପତିସ୍ଥିତ ରୁଇଆ ଡାକ୍ତରଖାନାରେ ଘଟିଛି ଦୁଃଖଦ ଘଟଣା। ଖ୍ୟାତିସଂପନ୍ନ ଏହି ଡାକ୍ତରଖାନାରେ ମାତ୍ର ୫ ମିନିଟ ପାଇଁ ଅମ୍ଳଜାନ ଯୋଗାଣ ବିଳମ୍ବ ହେବାରୁ କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିବା ରୋଗୀଙ୍କ ମଧ୍ୟରୁ ୧୧ ଜଣଙ୍କର ମୃତ୍ୟୁ ଘଟିଛି।
ନୂଆଦିଲ୍ଲୀ: କୋଭିଡ ୧୯ ସଂକ୍ରମଣକୁ ନେଇ ଗବେଷକମାନେ ସଂପ୍ରତି ଆଉ ଏକ ତଥ୍ୟ ସମ୍ମୁଖକୁ ଆଣିଛନ୍ତି। ବିଜ୍ଞାନ ଓ ଶିଳ୍ପ ଗବେଷଣା ପରିଷଦ (ସିଏସଆଇଆର) ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟରେ କୁହାଯାଇଛି ଯେ ‘ଏବି’ ଏବଂ ‘ବି’ ରକ୍ତ ଗ୍ରୁପ୍ ଥିବା ଲୋକମାନେ କୋଭିଡ-୧୯ ସଂକ୍ରମଣ ପ୍ରତି ଅଧିକ ସମ୍ବେଦନଶୀଳ। ଅର୍ଥାତ ଏହି ରକ୍ତ ଗ୍ରୁପ ଥିବା ଲୋକଙ୍କୁ କୋଭିଡ-୧୯ ସଂକ୍ରମଣ ହେବା ଆଶଙ୍କା ଅଧିକ ରହିଛି।
ପାଟନା: ଉତ୍ତର ପ୍ରଦେଶ ଏବଂ ବିହାର ସୀମାନ୍ତ ଗଙ୍ଗାନଦୀରେ ୪୫ରୁ ଅଧିକ ମଣିଷଙ୍କ ମୃତଦେହ ଭାସୁଛି। ସେଗୁଡିକ ପଚିଯାଇ ଏବେ ବିହାର ପଟ ବକ୍ସର ଜିଲାର ଚଉସା ନିକଟ ନଦୀ କୂଳରେ ଲାଗିରହିଛି। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳ ସହିତ ସମଗ୍ର ବକ୍ସର ଜିଲାରେ ଆତଙ୍କ ଖେଳିଯାଇଛି। ସେଗୁଡିକ ଉତ୍ତରପ୍ରଦେଶରୁ ନଦୀ ସ୍ରୋତରେ ଭାସିଆସିଥିବା ଅନୁମାନ କରୁଛି ସ୍ଥାନୀୟ ପ୍ରଶାସନ। ସମ୍ଭବତଃ ଉତ୍ତରପ୍ରଦେଶରେ କୋଭିଡରେ ପ୍ରାଣ ହରାଇଥିବା ଏହି ଲୋକମାନଙ୍କ ପରିବାରବର୍ଗ ଓ ସଂପର୍କୀୟମାନେ ଅନ୍ତିମ ସଂସ୍କାର କରିବାକୁ ଅକ୍ଷମ ହେବାପରେ ସେଗୁଡିକୁ ନଦୀରେ ଫିଙ୍ଗି ଦେଇଥିବା ଅନୁମାନ କରାଯାଉଛି।
ବେଜିଂ: ବିଶ୍ୱର ସବୁଠାରୁ ଜନବହୁଳ ରାଷ୍ଟ୍ର ଚୀନରେ ଜନସଂଖ୍ୟା ୧୪୧ କୋଟିକୁ ବୃଦ୍ଧିପାଇଛି। ଗତ ୧୦ ବର୍ଷ ମଧ୍ୟରେ ଦେଶରେ ଜନସଂଖ୍ୟା ୭୨ ନିୟୁତ ବଢିଥିବା ଦେଶର ଜାତୀୟ ପରିସଂଖ୍ୟାନ ବ୍ୟୁରୋ ପକ୍ଷରୁ କୁହାଯାଇଛି। ୨୦୨୦ ସୁଦ୍ଧା ଦେଶର ଜନସଂଖ୍ୟା ୧୪୧ କୋଟି ୧୦ ଲକ୍ଷରେ ପହଞ୍ଚିଥିବା ବ୍ୟୁରୋ ରିପୋର୍ଟରେ ଉଲ୍ଲେଖ କରାଯାଇଛି।
ଡେରାଡୁନ: ଉଷା ଶ୍ରୀବାସ୍ତବ। ବୟସ ୭୧ ବର୍ଷ। କିନ୍ତୁ ତାଙ୍କ ଦୃଢ଼ ଇଚ୍ଛା ଶକ୍ତି ଆଗରେ ଆଜି ହାର୍ ମାନିଯାଇଛି ବୟସ। ପରିଣତ ବୟସରେ ସେ ସର୍ବଭାରତୀୟ ଓକିଲାତି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ଦେଖାଇ ଦେଇଛନ୍ତି ଯେ ଇଚ୍ଛାଶକ୍ତି ଆଗରେ ସବୁକିଛି ତୁଚ୍ଛ। ପ୍ରଥମ ପ୍ରୟାସରେ ସେ ଏହି ସଫଳତା ହାସଲ କରିଛନ୍ତି। ଉଷାଙ୍କ ଘର ଉତ୍ତରାଖଣ୍ଡର ରୁଦ୍ରପୁର ସହରରେ।
ରାଜ୍ୟ ଖବର
ଭୁବନେଶ୍ଵର: ରାଜ୍ୟରେ କରୋନା ସଂକ୍ରମଣ ସାମାନ୍ୟ ହ୍ରାସ ପାଇ ୧୦ ହଜାର ତଳକୁ ଖସିଛି। ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୯ ହଜାର ୭୯୩ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ସଙ୍କ୍ରମିତଙ୍କ ସଂଖ୍ୟା ୫ ଲକ୍ଷ ୫୪ ହଜାର ୬୬୬କୁ ବୃଦ୍ଧି ପାଇଛି। ନୂଆ ସଙ୍କ୍ରମିତଙ୍କ ମଧ୍ୟରେ ଖୋର୍ଦ୍ଧାରୁ ସର୍ବାଧିକ ୧୫୧୧ ଥିବା ବେଳେ ସୁନ୍ଦରଗଡ଼ରୁ ୧୦୧୮ ଜଣ ରହିଛନ୍ତି।
ଭୁବନେଶ୍ୱର: ରାଜ୍ୟରେ କରୋନା ମୃତ୍ୟ ସଂଖ୍ୟା ଦୈନିକ ୧୫ ଟପୁଛି। ୨୪ ଘଣ୍ଟାରେ ୧୦ ଜିଲାରୁ ୧୮ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୩ ଜଣ ମହିଳା ଥିବା ବେଳେ ଅନୁଗୁଳରୁ ସର୍ବାଧିକ ୪ ଜଣଙ୍କ ମୃତ୍ୟୁ ଘଟିଛି।
ଭୁବନେଶ୍ୱର: କାଳବୈଶାଖୀ ପ୍ରଭାବରେ ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର ଏବଂ ଗଜପତି ଜିଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଆଗାମୀ ୨୪ଘଣ୍ଟାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ୨୪ ଜିଲାରେ ବିଜୁଳି ଘଡଘଡି ସହ ବର୍ଷା ପବନ ହୋଇପାରେ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି।