www.samajalive.in
Saturday, December 6, 2025
23.1 C
Bhubaneswar

ବିପଦଶଙ୍କୁଳ ଅବସ୍ଥାରେ ଲିଙ୍ଗରାଜ ମନ୍ଦିର; ଶୀଘ୍ର ମରାମତି ପାଇଁ ଚିଠି

ଭୁବନେଶ୍ୱର: ରାଜ୍ୟର ସବୁଠାରୁ ବଡ ଶୈବ ପୀଠ ଲିଙ୍ଗରାଜ ମନ୍ଦିର ବିପଦଶଙ୍କୁଳ ଅବସ୍ଥାରେ ରହିଛି । ରକ୍ଷଣାବେକ୍ଷଣରେ ଅବେହଳା ଯୋଗୁଁ ଲିଙ୍ଗରାଜ ମନ୍ଦିରରେ ଫାଟ ସୃଷ୍ଟି ହୋଇଥିବା ଅଭିଯୋଗ ହୋଇଛି । ଏନେଇ ଗୁରୁବାର ଦେବୋତ୍ତର କମିଶନର ଚିତ୍ତରଞ୍ଜନ ମହାପାତ୍ର ଏଏସ୍ଆଇ ଡିଜିଙ୍କୁ ଚିଠି କରିଛନ୍ତି ।

ଚିଠିରେ ସେ ଉଲ୍ଲେଖ କରିଛନ୍ତି ଯେ, ଲିଙ୍ଗରାଜ ମନ୍ଦିର ପରିସରରେ ଥିବା ମୁଖ୍ୟମନ୍ଦିର ଦଧିନଉତିରେ ଏକାଧିକ ଫାଟ ଦେଖିବାକୁ ମିଳିଛି। ବର୍ଷା ଦିନେ ସେଠାରୁ ପାଣି ଗଳିବା ସହ ମୁଖ୍ୟ ମନ୍ଦିରରୁ ପଥର ଖସିବା ନେଇ ଆଶଙ୍କା କରାଯାଉଛି । କେବଳ ସେତିକି ନୁହେଁ ଗର୍ଭଗୃହର ଚଟାଣ ମଧ୍ୟ ନଷ୍ଟ ହୋଇଯାଇଛି । ଏହା ସହ ମନ୍ଦିର ପ୍ରାଙ୍ଗଣରେ ଥିବା ଅନ୍ୟ ଦେବାଦେବୀ ମନ୍ଦିରରୁ ମଧ୍ୟ ପାଣି ଗଳୁଥିବା ଦେଖିବାକୁ ମିଳିଛି । ମୁଖ୍ୟମନ୍ଦିର ସମେତ ଜଗମୋହନ, ପାର୍ବତୀ ମନ୍ଦିର, ଗଣେଶ ମନ୍ଦିର, ରୋଷଘର, ଭୋଗମଣ୍ଡପ, ବିଶ୍ୱକର୍ମା ମନ୍ଦିର, ଭୁବନେଶ୍ୱରୀ ମନ୍ଦିର, ଏକାମ୍ରେଶ୍ୱର ମନ୍ଦିର, ଉଗ୍ରେଶ୍ୱର ମନ୍ଦିରରେ ଶୀଘ୍ର ମରାମତି ପାଇଁ ଦେବୋତ୍ତର କମିଶନର ଏଏସ୍‌ଆଇଙ୍କୁ ଚିଠିରେ ଅନୁରୋଧ କରିଛନ୍ତି ।

Hot this week

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

Related Articles

Popular Categories