www.samajalive.in
Saturday, December 6, 2025
23.1 C
Bhubaneswar

ରାଜ୍ୟର ୬୧ ମନ୍ଦିରର ଆକାଉଣ୍ଟ ହେବ ଅଡିଟ୍

ଭୁବନେଶ୍ବର : ରାଜ୍ୟର ପ୍ରସିଦ୍ଧ ୬୧ ମନ୍ଦିରଗୁଡ଼ିକର ଆକାଉଣ୍ଟ ଅଡିଟ୍‌ କରାଯିବ। ଓଡ଼ିଶା ପ୍ରିନ୍ସିପାଲ ଆକାଉଣ୍ଟ ଜେନେରାଲଙ୍କ ତତ୍ତ୍ବାବଧାନରେ ଏହି ଅଡିଟ୍‌ ହେବ ବୋଲି ଗୁରୁବାର ସୂଚନା ମିଳିଛି। ଏଥିପାଇଁ ଅଡିଟର୍‌ଙ୍କୁ ମଧ୍ୟ ମନୋନୀତ କରାଯିବ।
ଖୋର୍ଦ୍ଧା ଜିଲାର ୭ଟି ଓ କଟକର ୬ଟି ମନ୍ଦିରର ଆକାଉଣ୍ଟ ଅଡିଟ୍‌ କରାଯିବ। ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିର, ରାମ ମନ୍ଦିର ଓ ଶନିମନ୍ଦିର, କଟକର ଚଣ୍ଡୀ ମନ୍ଦିର, ପଞ୍ଚମୁଖୀ ହନୁମାନ, କେନ୍ଦ୍ରାପଡ଼ାର ବଳଦେବଜୀଉ, ଯାଜପୁରର ବିରଜା, ଭଦ୍ରକ ଆରଡ଼ି ଆଖଣ୍ଡଳମଣୀ ଓ ସମ୍ବଲପୁରର ସମଲେଇ ଆଦି ମନ୍ଦିର ଗୁଡ଼ିକର ଅଡିଟ୍‌ ହେବ। ପୂର୍ବରୁ ମନ୍ଦିର ପକ୍ଷରୁ ଅଡିଟ୍‌ କରାଯାଉଥିଲା। ଏବେ ରାଜ୍ୟ ସରକାର ତାହାକୁ ଅଡିଟ୍‌ କରିବେ।

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories