www.samajalive.in
Saturday, December 6, 2025
23.1 C
Bhubaneswar

ହନିଟ୍ରାପ ର‍୍ୟାକେଟ: ୩ ରାଜ୍ୟକୁ ଲମ୍ବିଛି ଚେର, ଯାଞ୍ଚରେ ୧୦୦୦ରୁ ଊର୍ଦ୍ଧ୍ବ ଭିଡ଼ିଓ

ଭୋପାଳ : ମଧ୍ୟପ୍ରଦେଶରେ ହନିଟ୍ରାପ ର‍୍ୟାକେଟ ପଦାକୁ ଆସିବା ପରେ କେତେକ ବରିଷ୍ଠ ରାଜନେତା, ଅଧିକାରୀ ଏବଂ ବ୍ୟବସାୟୀଙ୍କ ନିଦ ହଜି ଯାଇଛି। ଏହା ମଧ୍ୟପ୍ରଦେଶ ରାଜନୀତିରେ ତୋଫାନ ସୃଷ୍ଟି କରିବ ବୋଲି କୁହାଯାଉଛି।

ଦେଶର ସବୁଠୁ ବଡ଼ ବ୍ଲାକମେଲିଂ ସେକ୍ସ ସ୍କାଣ୍ଡାଲ କୁହାଯାଉଥିବା ଏହି ମାମଲର ୪୦୦୦ରୁ ଊର୍ଦ୍ଧ୍ବ ଫାଇଲ ତଦନ୍ତକାରୀ ସଂସ୍ଥାର ହାତରେ ଲାଗିଛି। ହନିଟ୍ରାପ ର‍୍ୟାକେଟରେ ୫ ଜଣ ଅଭିଯୁକ୍ତଙ୍କ ସହ ଗିରଫ ୧୮ ବର୍ଷୀୟା ମୋନିକା ଯାଦବ ସରକାରୀ ସାକ୍ଷୀ ହେବାକୁ ରାଜି ହୋଇଯାଇଛି। ମୋନିକା ଏବେ ଏହି ମାମଲାରେ ମୁଖ୍ୟ ସାକ୍ଷୀ ହେବ। କୁହାଯାଉଛି ଖୁବଶୀଘ୍ର ଏହି ମାମଲା ଉପରୁ ପରଦା ହଟିବ। ମଧ୍ୟପ୍ରଦେଶ ପୁଲିସର ସ୍ୱତନ୍ତ୍ର ତଦନ୍ତ ଦଳ (ଏସଆଇଟି) ର‍୍ୟାକେଟର ସଦସ୍ୟଙ୍କ ମୋବାଇଲ ଫୋନରୁ ୧୦୦୦ରୁ ଊର୍ଦ୍ଧ୍ବ ଭିଡ଼ିଓ ପାଇଛି। ଏହିସବୁ ଭିଡିଓକୁ ଯାଞ୍ଚ କରାଯାଉଛି ବୋଲି ସୂଚନା ଦିଆଯାଇଛି। ଏହି ର‍୍ୟାକେଟରେ ଭିଆଇପି ଲୋକଙ୍କ ଆଗରେ ସୁନ୍ଦରୀ ଯୁବତୀଙ୍କୁ ଚାରା ଭଳି ବ୍ୟବହାର କରାଯାଉଥିଲା। ପରେ ଟ୍ରାପରେ ପଡିଥିବା ଭିଆଇପିଙ୍କୁ ବ୍ଲାକ ମେଲ କରି ଟଙ୍କା ଆଦାୟ କରିବା ସହ ବଡ଼ ବଡ଼ ସରକାରୀ କ୍ରଣ୍ଟାକ୍ଟ ବି ହାସଲ କରାଯାଉଥିଲା। ଏହି ହନିଟ୍ରାପ ନେଟୱାର୍କ ମଧ୍ୟପ୍ରଦେଶ ସମେତ ଛତିଶଗଡ଼ ଏବଂ ମହାରାଷ୍ଟ୍ରକୁ ଲମ୍ବିଛି। ପୁଲିସ୍‍ ଦାବି କରିଛି ଯେ ହନିଟ୍ରାପରେ ୫୦ରୁ ଊର୍ଦ୍ଧ୍ବ ରାଜନେତା ଓ ବରିଷ୍ଠ ଅଧିକାରୀ ଫସିଛନ୍ତି। ମଧ୍ୟପ୍ରଦେଶ ଇନ୍ଦୋର ନଗର ନିଗମର ଇଂଜିନିୟର ହରଭଜନ ସିଂହ ପୁଲିସ୍‍ ଆଗରେ ହନିଟ୍ରାପ ସଦସ୍ୟଙ୍କ ଦ୍ୱାରା ବ୍ଲାକମେଲର ଶିକାର ହେଉଥିବା ଅଭିଯୋଗ କରିବା ପରେ ଏହି ର‍୍ୟାକେଟ ପଦାକୁ ଆସିଛି। ର‍୍ୟାକେଟର ସଦସ୍ୟମାନେ ହରଭଜନଙ୍କୁ ୩ କୋଟି ଟଙ୍କା ମାଗୁଥିଲେ। ଶେଷରେ ହରଭଜନ ଇନ୍ଦୋର ନଗର ପୁଲିସର ଦ୍ୱାରସ୍ଥ ହୋଇଥିଲେ। ଏବେ ଏହି ମାମଲାର ତଦନ୍ତ ଭାର ଏସଆଇଟି ନିଜ ହାତକୁ ନେଇଛି।

Hot this week

ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ ବିଦ୍ୟୁତ ଉପଭୋକ୍ତା ମହାସଂଘ କ୍ଷୋଭ

ଭୁବନେଶ୍ୱର: ବିଦ୍ୟୁତ ଗ୍ରାହକଙ୍କ ଠାରୁ ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ...

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

Related Articles

Popular Categories