www.samajalive.in
Saturday, December 6, 2025
26.1 C
Bhubaneswar

କେଜରିୱାଲଙ୍କ ଘର ଆଗରେ ବିଜେପି କାର୍ଯ୍ୟକର୍ତ୍ତାଙ୍କ ବିରୋଧ ପ୍ରଦର୍ଶନ

ନୂଆଦିଲ୍ଲୀ : ଜାତୀୟ ନାଗରିକ ପଞ୍ଜିକା (ଏନଆରସି) ଉପରେ ଆମ ଆଦମୀ ପାର୍ଟି (ଆପ)ର ରାଷ୍ଟ୍ରୀୟ ସଂଯୋଜକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ମନ୍ତବ୍ୟକୁ ନେଇ ବିବାଦ ଆରମ୍ଭ ହୋଇଛି। ଏହାକୁ ନେଇ ଗୁରୁବାର ବିଜେପିର ପୂର୍ବାଞ୍ଚଳ ମୋର୍ଚ୍ଚାର କର୍ମୀମାନେ କେଜରିୱାଲଙ୍କ ବାସଭବନ ଆଗରେ ବିରୋଧ ପ୍ରଦର୍ଶନ କରିଛନ୍ତି।

ବିଜେପି କାର୍ଯ୍ୟକର୍ତ୍ତାଙ୍କୁ ଘଉଡ଼ାଇବା ପାଇଁ ପୁଲିସ୍‍ ପାଣି ମାଡ଼ କରିଥିଲା। କେତେକ କାର୍ଯ୍ୟକର୍ତ୍ତାଙ୍କୁ ପୁଲିସ୍‍ ଉଠାଇ ନେଇ ଅଟକ ରଖିଥିଲା। ବିରୋଧ ପ୍ରଦର୍ଶନବେଳେ ବିଜେପି କାର୍ଯ୍ୟକର୍ତ୍ତାମାନେ କେଜରିୱାଲଙ୍କ ବିରୋଧରେ ସ୍ଲୋଗାନ ଦେଇଛନ୍ତି।
ଆସାମ ଭଳି ଦିଲ୍ଲୀରେ ଏନଆରସି ଲାଗୁ କରିବା ପାଇଁ ଦିଲ୍ଲୀ ବିଜେପି ଅଧ୍ୟକ୍ଷ ମନୋଜ ତିୱାରୀ ପ୍ରସ୍ତାବ ଦେଇଥିଲେ। ଏହାକୁ ନେଇ କେଜରିୱାଲ ବୁଧବାର ବିବାଦୀୟ ମନ୍ତବ୍ୟ ଦେଇଥିଲେ। ଦିଲ୍ଲୀରେ ଏନଆରସି ଲାଗୁ ହେଲେ ସର୍ବପ୍ରଥମେ ମନୋଜ ତିୱାରୀଙ୍କୁ ବାହାରକୁ ଯିବାକୁ ପଡ଼ିବ ବୋଲି କେଜରିୱାଲ କହିଥିଲେ। ଏହାକୁ ନେଇ ଗୁରୁବାର ବିଜେପି କାର୍ଯ୍ୟକର୍ତ୍ତାମାନେ ବିରୋଧ ପ୍ରଦର୍ଶନ କରିଛନ୍ତି ଓ କେଜରିୱାଲଙ୍କ ବିରୋଧରେ ସ୍ଲୋଗାନ ଦେଇଛନ୍ତି।
ପ୍ରକାଶଯୋଗ୍ୟ ଯେ ଚଳିତ ବର୍ଷ ଅଗଷ୍ଟ ୩୧ରେ ମନୋଜ ତିୱାରୀ କହିଥିଲେ ଯେ ଦିଲ୍ଲୀରେ ଏନଆରସିର ଆବଶ୍ୟକତା ରହିଛି। ଦିଲ୍ଲୀରେ ଆସି ରହୁଥିବା କେତେକ ବେଆଇନ ପ୍ରବାସୀ ଅତି ବିପଦଜନକ ଅଟନ୍ତି। ତେଣୁ ଆମେ ଏଠାରେ ଏନଆରସି ଲାଗୁ କରିବାକୁ କହୁଛୁ। ମନୋଜ ତିୱାରୀ ହେଉଛନ୍ତି ଉତ୍ତରପ୍ରଦେଶର ମୂଳନିବାସୀ। ଏହାକୁ ନେଇ କେଜରିୱାଲ ତାଙ୍କ ବିରୋଧରେ ମନ୍ତବ୍ୟ ଦେଇଥିଲେ । କେଜରିୱାଲଙ୍କ ମନ୍ତବ୍ୟକୁ ବିଜେପି ନେତା କପିଲ ମିଶ୍ରା ସମାଲୋଚନା କରିଛନ୍ତି। ଏନଆରସିରେ ଥିବା ‘ଏନ’ର ଅର୍ଥ ନ୍ୟାଶନାଲ ବା ଜାତୀୟ ତାହା କେଜରିୱାଲଙ୍କୁ ଜଣାନାହିଁ ବୋଲି କପିଲ ମିଶ୍ରା କହିଛନ୍ତି।

Hot this week

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

Related Articles

Popular Categories