www.samajalive.in
Monday, December 15, 2025
17.1 C
Bhubaneswar

ବଜ୍ରପାତକୁ ପ୍ରାକୃତିକ ବିପର୍ଯ୍ୟୟ ତାଲିକାଭୁକ୍ତ କରିବାକୁ ଦାବି

ନୂଆଦିଲ୍ଲୀ : ବଜ୍ରପାତକୁ ପ୍ରାକୃତିକ ବିପର୍ଯ୍ୟୟ ତାଲିକାଭୁକ୍ତ କରିବା ଲାଗି କେତେକ ରାଜ୍ୟ ସରକାର ଜାତୀୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ (ଏନଡିଏମଏ)ଙ୍କ ନିକଟରେ ଦାବି କରିଛନ୍ତି। ବଜ୍ରପାତ ଜନିତ ମୃତ୍ୟୁସଂଖ୍ୟା ଅନ୍ୟ ବିପର୍ଯ୍ୟୟ ଜନିତ ମୃତ୍ୟୁସଂଖ୍ୟାକୁ ଅତିକ୍ରମ କରିଯାଉଥିବାରୁ ଏପରି ଦାବି କରାଯାଇଛି। ତେବେ ଏନଡିଏମଏ ସଦସ୍ୟ ସଚିବ କମଲ କିଶୋର କହିଛନ୍ତି ଯେ ବଜ୍ରପାତକୁ ପ୍ରାକୃତିକ ବିପର୍ଯ୍ୟୟ ତାଲିକାଭୁକ୍ତ କରିବା ଲାଗି ଆବଶ୍ୟକ ନୀତି ଓ ବିଚାରବିମର୍ଶ ଦରକାର। ବର୍ତ୍ତମାନର ନିୟମ ଅନୁଯାୟୀ ବାତ୍ୟା, ମରୁଡି, ଭୂମିକମ୍ପ, ଅଗ୍ନିକାଣ୍ଡ, ବନ୍ୟା, ସୁନାମୀ, ଝଡତୋଫାନ, ମାଟି ଅତଡା ଧସିବା, ବରଫ ଅତଡା ଧସିବା, ବାଦଲଫଟା ବର୍ଷା, କୀଟପତଙ୍ଗ ଆକ୍ରମଣ, ଶୀତ ଓ ଶୀତ ଲହରିକୁ ପ୍ରାକୃତିକ ବିପର୍ଯ୍ୟୟ ତାଲିକାଭୁକ୍ତ କରାଯାଇଛି। ପ୍ରାକୃତିକ ବିପର୍ଯ୍ୟୟ ତାଲିକାଭୁକ୍ତ ଅଘଟଣରେ ୭୫% କ୍ଷତିପୂରଣ କେନ୍ଦ୍ର ସରକାର ଦେଇଥାନ୍ତି। ସରକାରଙ୍କ ଆକଳନ ଅନୁଯାୟୀ ବଜ୍ରପାତ ଯୋଗୁଁ ପ୍ରତିବର୍ଷ ଦେଶରେ ପ୍ରାୟ ୨୫୦୦ ଲୋକଙ୍କର ମୃତ୍ୟୁ ହେଉଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories