www.samajalive.in
Saturday, December 13, 2025
14.1 C
Bhubaneswar

ଇତିହାସ ରଚିଲା ଭାରତ : ‘ଏଲିଫ୍ୟାଣ୍ଟ ହୁଇସପରର୍ସ’ ଓ ‘ଅରଆରଆର’ ର ନାଟୁ ନାଟୁ…କୁ ଓସ୍କାର

ଲସଏଞ୍ଜେଲସ : ଆମେରିକାର ଲସଏଞ୍ଜେଲସରେ ୯୫ତମ ଓସ୍କାର ଚଳଚ୍ଚିତ୍ର ପୁରସ୍କାର ସମାରୋହ ଆରମ୍ଭ ହୋଇଛି। ଭାରତ ୨୦୨୩ ଓସ୍କାର ଚଳଚ୍ଚିତ୍ର ପୁରସ୍କାର ସମାରୋହରେ ଇତିହାସ ସୃଷ୍ଟି କରିଛି। ଭାରତୀୟ କ୍ଷୁଦ୍ର ଚଳଚ୍ଚିତ୍ର ‘ଏଲିଫ୍ୟାଣ୍ଟ ହୁଇସପରର୍ସ’ କୁ ସର୍ଟ ଫିଲ୍ମ ବର୍ଗରେ  ଓସ୍କାର ପୁରସ୍କାର ମିଳିଛି । ସେହିପରି ‘ଅରଆରଆର’ ର ନାଟୁ ନାଟୁ… କୁ ଶ୍ରେଷ୍ଠ ଅରିଜିନାଲ ଗୀତ ବର୍ଗରେ ମଧ୍ୟ ଓସ୍କାର ପୁରସ୍କାର ମିଳିଛି।

ପ୍ରଥମେ ଭାରତୀୟ କ୍ଷୁଦ୍ର ଚଳଚ୍ଚିତ୍ର ‘ଏଲିଫ୍ୟାଣ୍ଟ ହୁଇସପରର୍ସ’କୁ ସର୍ଟ ଫିଲ୍ମ ବର୍ଗରେ ଓସ୍କାର ପୁରସ୍କାର ମିଳିଥିଲା । ଜଙ୍ଗଲରେ ଏକ ପରିତ୍ୟକ୍ତ ହାତୀ ଶାବକ ଓ ଏକ ଦମ୍ପତ୍ତିଙ୍କ ମଧ୍ୟରେ ଗଢ଼ି ଉଠିଥିବା ସଂପର୍କକୁ ନେଇ ତାମିଲ ଭାଷାରେ ଏହି ଚଳଚ୍ଚିତ୍ର ନିର୍ମିତ ହୋଇଛି । ୩୯ ମିନିଟର ଏହି କ୍ଷୁଦ୍ର ଚଳଚ୍ଚିତ୍ର ‘ଏଲିଫ୍ୟାଣ୍ଟ ହୁଇସପରର୍ସ’ କୁ ସର୍ଟ ଫିଲ୍ମ ବର୍ଗରେ  ଓସ୍କାର ପୁରସ୍କାର ମିଳିଥିଲା। ଏଥିରେ ଭାରତୀୟ ଜଙ୍ଗଲର ସନୋରମ ପରିବେଶ ଓ ପ୍ରାକୃତିକ ସୌନ୍ଦର୍ଯ୍ୟକୁ ସୁନ୍ଦର ଭାବେ ଦର୍ଶଯାଇଛି । ଶ୍ରେଷ୍ଠ ଡକ୍ୟୁମେଣ୍ଟାରି ବର୍ଗରେ ‘ଏଲିଫ୍ୟାଣ୍ଟ ହୁଇସପରର୍ସ’କୁ  କ୍ଷୁଦ୍ର ଚଳଚ୍ଚିତ୍ର ପୁରସ୍କାର ମିଳିଛି।

- Advertisement -

ତେବେ ଏହି ସମୟରେ ‘ଅରଆରଆର’ର ନାଟୁନାଟୁ… ଗୀତକୁ ନେଇ ଚୟନକର୍ତ୍ତା ଓ ଅନ୍ୟମାନେ ବେଶ ଉତ୍ସାହିତ ଥିବା ଦେଖିବାକୁ ମିଳିଥିଲା । ପୁରସ୍କାର ସଂପର୍କରେ ନାଟୁନାଟୁ… ଗୀତକୁ ନେଇ ପ୍ରସ୍ତୁତ ପେଜେଣ୍ଟେସନ ସମୟରେ ସମେସ୍ତ ଏହି ଗୀତରେ ନାଚୁଥିବା ଦେଖିବାକୁ ମିଳିଥିଲା।

ପରେ ପ୍ରସିଦ୍ଧ ନିର୍ମାତା ନିର୍ଦେଶକ ଏସ .ଏସ ରାଜମୌଲିଙ୍କ ‘ଅରଆରଆର’ ର ନାଟୁ ନାଟୁ… କୁ ଶ୍ରେଷ୍ଠ ଅରିଜିନାଲ ଗୀତ ବର୍ଗରେ ଓସ୍କାର ପୁରସ୍କାର ସଂପର୍କରେ ଘୋଷଣା କରାଯାଇଥିଲା । ପୂର୍ବରୁ ଅନେକ ଜାତୀୟ ଓ ଅନ୍ତର୍ଜାତୀୟ ପୁରସ୍କାର ପାଇଥିବା ନାଟୁ ନାଟୁ… କୁ ଶ୍ରେଷ୍ଠ ଅରିଜିନାଲ ଗୀତ ବର୍ଗରେ ଓସ୍କାର ପୁରସ୍କାର ମିଳିବା ପରେ ବିଭିନ୍ନ ମହଲରେ ଆନନ୍ଦ ଓ ଉଲ୍ଲାସ ଦେଖିବାକୁ ମିଳିଛି।ରାଜମୌଲିଙ୍କ ପାଖକୁ ଶୁଭେଚ୍ଛା ସ ଅଭିନନ୍ଦନର ସୁଅ ଛୁଟିବାରେ ଲାଗିଛି।

Hot this week

ଭାରତରେ ଲିଓନେଲ୍‌ ମେସି

ସମାଜ ଡିଜିଟାଲ ଡେସ୍କ: ଭାରତରେ କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସି...

ଶନିବାର ରାଶିଫଳ: ଈପ୍‌ସିତ ଅର୍ଥ ପ୍ରାପ୍ତିର ସୂଚନା

ମେଷ: ଧୈର୍ଯ୍ୟ ଓ ସାହସ ସଞ୍ଚୟ କରି ଆଶୁ ବିପଦର ମୁକାବିଲା କରିପାରନ୍ତି।...

ସାବଧାନ, ଅଣ୍ଡା ଖାଇଲେ ହେଉଛି କ୍ୟାନସର!

ଶୀତ ଋତୁରେ ଅଧିକାଂଶ ଲୋକ ଅଣ୍ଡା ଖାଆନ୍ତି। ଅଣ୍ଡାରେ ପ୍ରୋଟିନ୍, କ୍ୟାଲସିୟମ୍...

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

Related Articles

Popular Categories