www.samajalive.in
Sunday, December 14, 2025
19.1 C
Bhubaneswar

ବଜ୍ରପାତ ନେଲା ୨ ଭାଇଙ୍କ ଜୀବନ

ରାୟଗଡ଼ା  : ବଜ୍ରାଘାତରେ କାଶୀପୁର ବ୍ଲକ ଆଳୁତୁମ୍ବା ଗ୍ରାମର ୨ଭାଇଙ୍କ ମୃତ୍ୟୁ ଘଟିଛି। ଗାଈ ଚରାଇବାକୁ ଯାଇଥିବା ଅବସ୍ଥାରେ ସୁବାଷ ସିଂ ମାଝି ଓ ମାଙ୍ଗୁଡୁ ମାଝିଙ୍କ ମୃତ୍ୟୁ ଘଟିଥିବାବେଳେ ସେହି ଗ୍ରାମର ମାନ୍ଦୁରୁ ମାଝି ନାମକ ଆଉ ଜଣେ ଅହତ ହୋଇଥିବା ଜଣାପଡିଛି। ଏମାନଙ୍କ ମୃତ୍ୟୁରେ ଗାଁରେ ଶୋକର ଛାୟା ଖେଳିଯାଇଛି। କାଶୀପୁର ବ୍ଲକ ମାଣ୍ଡିବିଶି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଆଳୁତୁମ୍ବା ଗ୍ରାମର ୩୦ବର୍ଷୀୟ ସୁବାଷ, ୨୬ବର୍ଷୀୟ ମାଙ୍ଗୁଡୁ ଏବଂ ୨୨ବର୍ଷୀୟ ମାନ୍ଦୁରୁ ସକାଳୁ ନିଜ ନିଜର ଗୋରୁଗାଈଙ୍କୁ ଧରି ଜଙ୍ଗଲକୁ ଚରାଇବାକୁ ଯାଇଥିଲେ। ସନ୍ଧ୍ୟା ପୂର୍ବରୁ ଫେରିବା ରାସ୍ତାରେ ପାଣିପାଗ ହଠାତ ପରିବର୍ତ୍ତନ ହୋଇଥିଲା।
ଆକାଶ ମେଘାଚ୍ଛନ୍ନ ହେବା ସହ ଘଡ଼ଘଡ଼ି ସହ ବଜ୍ରପାତ ହୋଇଥିଲା। ବଜ୍ରପାତରେ ଗୋରୁଗାଈ ଦୌଡିଦୌଡି ଗାଁ ମୁହାଁ ହୋଇଥିବାବେଳେ ପରିବାର ଲୋକେ ସୁବାଷ, ମାଙ୍ଗୁଡୁ ଓ ମାନ୍ଦୁରୁ ୩ଜଣଙ୍କୁ ଖୋଜିଖୋଜି ଯାଇ ଜଙ୍ଗଲରେ ପହଞ୍ଚିଥିଲେ। ଜଙ୍ଗଲ ଭିତରେ ୩ଜଣ ତଳେ ପଡିରହିଥିବା ଦେଖିବା ପାଇଥିବା ଗ୍ରାମବାସୀ କହିଛନ୍ତି। ତେବେ ଘଟଣାସ୍ଥଳରେ ସୁବାଷ ଓ ମାଙ୍ଗୁଡୁଙ୍କ ମୃତ୍ୟ ହୋଇଥିବା ବେଳେ ମାନ୍ଦୁରୁଙ୍କୁ ଗୁରୁତର ଅବସ୍ଥାରେ ଜଙ୍ଗଲରୁ ଉଦ୍ଧାର କରି ମାଣ୍ଡିବିଶି ପ୍ରାଥମିକ ଚିକିତ୍ସାଳୟରେ ଚିକିତ୍ସା କରାଯାଉଥିବା ଜଣାପଡିଛି।

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories